Advertisement
Photo Details/zeeodisha/odisha2433595
photoDetails0hindi

Shani Vakri 2024: ନବରାତ୍ରରେ ଶନିଙ୍କ ଓଲଟା ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

Shash Rajyog: ଶନି ମହାରାଜଙ୍କୁ ନବଗ୍ରହଙ୍କ ମଧ୍ୟରୁ ସବୁଠୁ ମନ୍ଥର ଗ୍ରହ ବୋଲି ବିବେଚନା କରାଯାଏ। ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଏହି କ୍ରମରେ ବର୍ତ୍ତମାନ ଶନି ନିଜ ମୂଳ ରାଶି କୁମ୍ଭରେ ବିରାଜମାନ ଅଛନ୍ତି।   ଅକ୍ଟୋବର ୩ ଅର୍ଥାତ୍ ନବରାତ୍ର ଦିନ ସକାଳ ୭ଟା ୨୫ ମିନିଟ୍ ସମୟରେ ସେହି ରାଶିକୁ ପୁଣି ଥରେ ଓଲଟା ଚଳନ କରିବେ। ଶନିଙ୍କ ଏହି ଓଲଟା ଚଳନ ଶଶ ରାଜଯୋଗ ସୃଷ୍ଟି କରୁଛି। ନବରାତ୍ର ସମୟରେ ଶନିଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ଯଦି ଜାତକ ବା ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ରୁହେ, ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ଏବଂ ସୁଖି ହୋଇଥାଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପାରୁ କେଉଁ ରାଶିର ଲୋକେ ଶୁଭଫଳ ପାଇବାକୁ ଯାଉଛନ୍ତି। 

1/5

କୁମ୍ଭ:  ନବରାତ୍ର ସମୟରେ ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବ।  ନୂତନ ଗାଡି କିମ୍ବା ଜମି କିଣିବେ। ୨୦୨୫, ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଆର୍ଥିକ ସମସ୍ୟା ଦେଖାଦେବ ନାହିଁ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବିଦେଶରେ ବ୍ୟବସାୟ କରୁଥିବା ଲୋକେ ଲାଭବାନ୍ ହେବେ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଆୟ ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଚାକିରି ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ...

ALSO READ: Today Horoscope: ମେଷ-କର୍କଟ ସହ ଶୁଭଫଳ ପାଇବେ ଏହିସବୁ ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

2/5

ସିଂହ:  ଶଶ ରାଜଯୋଗ ପ୍ରଭାବରୁ ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି। ଏହି ଅବଧି ମଧ୍ୟରେ ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ନିଯୁକ୍ତି ବା ଚାକିରି ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ। କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ଜୀବନସାଥୀଙ୍କ ସମର୍ଥନ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟିବ। ପାରିବାରିକ ଜୀବନ ସୁଖମୟ ହେବ।  କିନ୍ତୁ ଶରୀର ପୀଡା ଦେଖାଦେବ।

3/5

ବୃଷ:  ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି।  ଏହି ସମୟ ମଧ୍ୟରେ କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ବଡ଼ ଦାୟିତ୍ବ ମିଳିପାରେ। ଦରମା ବଢିବା ସହ ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ଭଲ ରେଜଲ୍ଟ କରିବେ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପ୍ରେମୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। କୌଣସି କାରଣରୁ ସମ୍ପର୍କ ଭାଙ୍ଗିପାରେ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଆର୍ଥିକ ଅବସ୍ଥାରେ ସୁଧାର ଆସିବ।

 

4/5

ତୁଳା: ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ ବିଶେଷକରି, ରାଜନୈତିକ କ୍ଷେତ୍ରରେ ଜଡି଼ତ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ମିଳିପାରେ। ଯେଉଁମାନେ ନୂଆ କରି ବିବାହ କରିଛନ୍ତି । ସେମାନଙ୍କୁ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ମିଳିପାରେ। ପ୍ରେମୀଙ୍କ ପାଇଁ ସମୟ ଅନୁକୂଳ ରହିବ।  ସେୟାର ମାର୍କେଟ୍ ବା ଲଟେରୀରୁ ଲାଭ ମିଳିବ। ପୁଞ୍ଚି ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି।  ପୁରୁଣା ରୋଗରୁ ମୁକ୍ତି ମିଳିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।

 

5/5

କନ୍ୟା : ଶନିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ ପାଇବେ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାରୁ ସମାଧାନ ହେବ। ବିଶେଷକରି ବ୍ୟବସାୟୀ ବା ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ ଥିବା ଜଡ଼ିତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ।  ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ଲୋକେ ନୂତନ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ ଲାଭବାନ୍ ହେବେ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ।  ସମାଜରେ ସମ୍ମାନ ବୃଦ୍ଧି ପାଇବ। କିନ୍ତୁ ପାରିବାରିକ ଜୀବନ ସୁଖମୟ ହେବ ନାହିଁ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ଦେଖାଦେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇ ମନ ଆନନ୍ଦିତ ହେବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)