Advertisement
Photo Details/zeeodisha/odisha2402037
photoDetails0hindi

Surya Gochar 2024: ସେପ୍ଟେମ୍ବର ୧୬ରେ ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଆସନ୍ତା ମାସ ( ସେପ୍ଟେମ୍ବର ୧୬)ରେ କନ୍ୟା ରାଶିକୁ ଚଳନ କରିବେ। ଗ୍ରହମାନଙ୍କର ଚଳନ କେତେବେଳେ ସକରାତ୍ମକ ତ ଆଉ କେତେ ବେଳେ ନକରାତ୍ମକ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଏହି ଚଳନ କେଉଁ ରାଶିକୁ ଆସନ୍ତା ମାସରେ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।....

1/4
ମେଷ: ସୂର୍ଯ୍ୟ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆସନ୍ତାମାସରେ କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। ଦିର୍ଘ ଦିନଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ।   

ALSO READ:  Business Horoscope Today: ଆଜି ଚମକିବ ଏହି ୫ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ଦ୍ବି-ଗୁଣିତ ଲାଭ ସାଙ୍ଗକୁ... !

ALSO READ:  Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

 

2/4
ସିଂହ:  ଆସନ୍ତାମାସ ଠାରୁ ଏହି ରାଶିର ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ବିପୁଳ ଲାଭ ପାଇବେ।  କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଦରମା ବୃଦ୍ଧି ପାଇବ। ନିଜ ସନ୍ତାନଙ୍କ ଠାରୁ କୌଣସି ଖୁସି ଖବର ପାଇ ପାରନ୍ତି। ପରିବାର କିମ୍ବା ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ପିକନିକ୍ ବା ଭ୍ରମଣରେ ଯାଇପାରନ୍ତି। ପୁରୁଣା ରୋଗରୁ ମୁକ୍ତି ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।    ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

3/4
କନ୍ୟା: ସୂର୍ଯ୍ୟଙ୍କ ଚଳନ ଏହି ରାଶିର ଭାଗ୍ୟ ବଦଳାଇବ। ଏହି ଅବଧି ମଧ୍ୟରେ ନୂତନ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ।  ଚେଷ୍ଟା ଜାରି ରଖନ୍ତୁ, ଶୁଭଫଳ ପାଇବେ। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ଦଳ ପକ୍ଷରୁ କୌଣସି ବଡ଼଼ ଦାୟିତ୍ବ ମିଳିପାରେ। 

4/4
ତୁଳା:  ସୂର୍ଯ୍ୟଙ୍କ ଚଳନ ଏହି ରାଶି ପାଇଁ ଶୁଭ ଦିନ ଆଣିବ। ଆସନ୍ତାମାସରେ ,ଆର୍ଥିକ ସ୍ଥିତିରେ କିଛିଟା ସୁଧାର ଆସିବ। କୌଣସି ସ୍ଥାନରେ ଟଙ୍କା ବିନିଯୋଗ ପାଇଁ ଚାହୁଁଥିଲେ। ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ । ଯେଉଁଥିରୁ ବିପୁଳ ପରିମାଣରେ ଲାଭ ପାଇବେ। ଶିକ୍ଷା, ରିସର୍ଚ୍ଚ, ସାମ୍ବାଦିକତା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଘରକୁ ବିବାହ ପ୍ରସ୍ତାବ ଆସିପାରେ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)