Advertisement
Photo Details/zeeodisha/odisha2402186
photoDetails0hindi

Gold Price Today: ନୂଆ ସୁନା ଦର ଜାରି, ଆଜି ଭରି ପିଛା ଏତିକି ଟଙ୍କା କମିଲା ରେଟ୍

 
Gold Price Today: ଆଗକୁ ଆସୁଛି ପାର୍ବଣ। ଆଉ ତା ପୂର୍ବରୁ ଖସିଛି ସୁନା ରେଟ୍। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଗତକାଲି ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଆଜି ପୁଣି ଥରେ ଖସିଛି ରେଟ୍ । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?

1/5
ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୩,୦୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ହୋଇଛି।   

ALSO READ: Surya Gochar 2024: ସେପ୍ଟେମ୍ବର ୧୬ରେ ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Petrol Diesel Price Today: ରାଜ୍ୟରେ ତୈଳ ଦର ବୃଦ୍ଧି, ଲିଟର ପିଛା ଏତିକି ହେଲା ପେଟ୍ରୋଲ ଓ ଡିଜେଲ ରେଟ୍

2/5
ସେହିପରି,  ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ମୂଲ୍ୟ ୬୭,୦୯୦  ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୧୮୦ ରହିଛି।  ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି। 

3/5
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୬୬,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୦୩୦ ଟଙ୍କା ରହିଠି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ହୋଇଛି। 

4/5

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ  ୨୨ କ୍ୟାରେଟ୍ ର ସୁନା ଦର ୧୦ ଗ୍ରାମ୍ ପିଛା ୬୬,୯୪୦ ଟଙ୍କା ରହିଛି। ଏବଂ ୨୪ କ୍ୟାରେଟ୍ ର ରେଟ୍ ୭୩,୦୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ହୋଇଛି। 

5/5
ଅନ୍ୟପଟେ,ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାରେ ୧୦ ଗ୍ରାମ୍ ମୂଲ୍ୟ ୬୬,୯୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୩,୦୩୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ଦାମ୍ ୫୪,୭୭୦ ଟଙ୍କା ରହିଛି। ତେବେ, ଏଠାରେ ମଧ୍ୟ ୧୮, ୨୨ ଓ ୨୪ କ୍ୟାରେଟ୍ ରେ ମାତ୍ର ୧୦  ଟଙ୍କା ହ୍ରାସ ପାଇଛି।