PNB ଏହାର ଗ୍ରାହକମାନଙ୍କୁ ଦେଉଛି ୧ ରୁ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଲାଭ?
Advertisement

PNB ଏହାର ଗ୍ରାହକମାନଙ୍କୁ ଦେଉଛି ୧ ରୁ ୨୫ ଲକ୍ଷ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଲାଭ?

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପିଏନବି ତତ୍କାଳ ଯୋଜନା ଆରମ୍ଭ କରିଛି । ଏହି ଯୋଜନା ଅଧୀନରେ ଆପଣଙ୍କୁ ୧ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯିବ ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିଏନବି (PNB) ଏହାର ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଏହି ଯୋଜନା ଅଧୀନରେ ବ୍ୟାଙ୍କ ଆର୍ଥିକ ସହାୟତା ପ୍ରଦାନ କରିବ । ଯଦି ଆପଣ ମଧ୍ୟ ଆପଣଙ୍କର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ହେଉଛି ଆପଣଙ୍କ ପାଇଁ ଲାଭ ଦାୟକ ଖବର । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର (Punjab national bank) ଏହି ଯୋଜନାର ନାମ  ପିଏନବି ତତ୍କାଳ ଯୋଜନା (PNB Tatkal Scheme) ରଖିଛି । ବ୍ୟାଙ୍କର ଏହି ଯୋଜନା ଅଧୀନରେ ଆପଣଙ୍କୁ ୫ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ଜାଣନ୍ତୁ କିପରି ଏହି ଯୋଜନାର ଲାଭ ଉଠାଇ ପାରିବେ-

ବ୍ୟାଙ୍କ ସ୍ୱତନ୍ତ୍ର ବ୍ୟବସାୟୀଙ୍କୁ ଧ୍ୟାନରେ ରଖି ଏହି ସୁବିଧା ଆରମ୍ଭ କରିଛି । ବ୍ୟାଙ୍କ ଏହି ଲୋନ ବ୍ୟବସାୟୀମାନଙ୍କୁ ପ୍ରଦାନ କରିବ । ଏହି ଲୋନ ମାଧ୍ୟମରେ ଆପଣ କେବଳ ଆପଣଙ୍କର ବ୍ୟବସାୟ ବୃଦ୍ଧି କରିପାରିବେ । ଆପଣ କୌଣସି ସମ୍ପତ୍ତି କିଣି ପାରିବେ ନାହିଁ ।

PNB କରିଛି ଟ୍ୱିଟ୍
ଟ୍ୱିଟ୍ କରି ପିଏନବି ଏହି ବିଷୟରେ ସୂଚନା ଦେଇଛି । ବ୍ୟାଙ୍କ ନିଜ ଟ୍ୱିଟରେ ଲେଖିଛି ଯେ ପିଏନବି ତତ୍କାଳ ଯୋଜନା (PNB Tatkal Scheme) ଅଧୀନରେ କେସ କ୍ରେଡିଟ ଓ ଟର୍ମ ଲୋନ ଆକାରରେ ଆର୍ଥିକ ସହାୟତା ପାଆନ୍ତୁ । ଅଧିକ ବିବରଣୀ ପାଇଁ ଏହି ୱେବସାଇଟ https://tinyurl.com/6r92wkcw କ୍ଲିକ୍ କରନ୍ତୁ ।

 

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ସ୍ଥାୟୀ କୋଚ୍ ହେବେ କି ରାହୁଲ ଦ୍ରାବିଡ଼? ଦେଲେ ଏହି ଜବାବ

PNB Tatkal ଯୋଜନା ଅଧୀନରେ କେସ କ୍ରେଡିଟ୍ ଓ ଟର୍ମ ଲୋନ ଆକାରରେ ଆର୍ଥିକ ସହାୟତା ପାଆନ୍ତୁ । ଅଧିକ ସୂଚନା ପାଇଁ କ୍ଲିକ୍ କରନ୍ତୁ:

ସୁଧ ହାର କ’ଣ ହେବ?
ଏହି ଯୋଜନାରେ ସୁଧ ହାର ପଲିସିର ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ ।

କେତେ ଟଙ୍କା ମିଳିବ ଲୋନ?
ଏହି ଯୋଜନା ଅଧୀନରେ ବ୍ୟାଙ୍କ ଆପଣଙ୍କୁ ଏକ ଲକ୍ଷରୁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋନ ଦେବ ।

ଅଧିକ ପଢ଼ନ୍ତୁ: ସରକାରୀ କର୍ମଚାରୀଙ୍କୁ ମିଳିବ ଦ୍ୱିଗୁଣା ଲାଭ, DA ପରେ HRA ବୃଦ୍ଧି କଲା କେନ୍ଦ୍ର

କିଏ ନେଇପାରିବ ଲୋନ?
ଏହି ଲୋନ ବ୍ୟାଙ୍କ ଦ୍ୱାରା ଯେକୌଣସି ବ୍ୟକ୍ତି, ଫାର୍ମ, ସମବାୟ ସମିତି, କମ୍ପାନୀ, ଟ୍ରଷ୍ଟକୁ ଦିଆଯାଇପାରେ । ଏହି ସ୍କିମ୍ ଅଧୀନରେ ଲୋନ ନେଉଥିବା ଗ୍ରାହକଙ୍କର ଜିଏସ୍ଟି ନମ୍ବର ଥିବା ଆବଶ୍ୟକ । ଆହୁରି ମଧ୍ୟ ସେ ଅତି କମରେ ଗୋଟିଏ ବର୍ଷ ପାଇଁ ଜିଏସ୍ଟି ଦାଖଲ କରିଥିବା ଉଚିତ୍ । ଆପଣ ଏହାକୁ ନଗଦ କ୍ରେଡିଟ୍ ଓ ଟର୍ମ ଲୋନ ପରି ନେଇପାରିବେ ।

ଲୋନ ସୁଝିବାର ଅବଧି?
ଯଦି ଆପଣ କେସ କ୍ରେଡିଟ୍ ଲିମିଟ ନିଅନ୍ତି, ତେବେ ଆପଣ ବାର୍ଷିକ ନବୀକରଣ ପାଇଁ ଏକ ବର୍ଷ ସମୟ ପାଇବେ । ଏଥି ସହିତ ଲୋନ ପାଇଁ ୭ ବର୍ଷ ଉପଲବ୍ଧ, ଯାହା 6 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।