Rahu Ketu Gochar 2023: ରାହୁ କେତୁ କରିବେ ରାଶି ପରିବର୍ତ୍ତନ, ଏହି ୪ ରାଶି ଉପରେ ମାଡି଼ ଆସିବ ବଡ଼ ବିପଦ!
Advertisement

Rahu Ketu Gochar 2023: ରାହୁ କେତୁ କରିବେ ରାଶି ପରିବର୍ତ୍ତନ, ଏହି ୪ ରାଶି ଉପରେ ମାଡି଼ ଆସିବ ବଡ଼ ବିପଦ!

Rahu Ketu Gochar 2023: ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ,ରାହୁ-କେତୁଙ୍କୁ (Rahu Ketu Gochar 2023) ସବୁଠାରୁ ଖରାପ ଗ୍ରହ ବୋଲି କୁହାଯାଏ। ଯେତେବେଳେ ବି ସେମାନେ ଗୋଟିଏ ରାଶି ଚିହ୍ନରୁ ଅନ୍ୟକୁ ଗମନାଗମନ କରନ୍ତି, ଅନେକ ରାଶିର ଭାଗ୍ୟରେ ଅନ୍ଧକାର ଘୋଟି ଆସେ । ଚଳିତ ବର୍ଷ ଅକ୍ଟୋବର ୩୦ରେ, ଏହି ଭୟଙ୍କର ଗ୍ରହ ମୀନ ଓ କନ୍ୟାରେ ପ୍ରବେଶ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ୪ଟି ରାଶିର ଭାଗ୍ୟରେ ଖରାପ ଦିନ ଆରମ୍ଭ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Rahu Ketu Gochar 2023: ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ (Rahu Ketu Gochar 2023) ଖରାପ ଗ୍ରହ ଭାବରେ ବିବେଚନା କରାଯାଏ। କିନ୍ତୁ ରାହୁ ଓ କେତୁ(Rahu Ketu) ମନ୍ୟୁଷ୍ୟର କର୍ମ ଅନୁଯାୟୀ ତାକୁ ଫଳ ପ୍ରଦାନ କରିଥାନ୍ତି । ୨୦୨୩ ଅକ୍ଟୋବରରେ ରାହୁ ଏବଂ କେତୁ ମୀନ ଏବଂ କନ୍ୟା ରାଶିକୁ ଚଳନ କରିବେ।  ରାହୁ ୩୦ ଅକ୍ଟୋବର ୨୦୨୩ ରାତି ୨ଟା ୧୩ରେ ମେଷ ରାଶିରୁ ମୀନ ରାଶିକୁ ଚଳନ କରିବେ। ଅନ୍ୟପଟେ, କେତୁ ତୁଳ ରାଶିରୁ କନ୍ୟା ରାଶିକୁ ଅକ୍ଟୋବର ୩୦, ୨୦୨୩ ରେ ରାତି ୨ଟା ୧୩ ରେ ଚଳନ କରିବେ। ତେବେ, ଏହି ଦୁଇ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାରୁ ଏହାର ପ୍ରଭାବ ଏହି ୪ ରାଶି ଉପରେ ପଡିବାକୁ ଯାଉଛି। ଫଳରେ ଏହି ୪ ରାଶିର (zodiac signs) ଭାଗ୍ୟରେ ମହା ବିପତ୍ତି ମାଡି ଆସିବାକୁ ଯାଉଛି। ସେମାନଙ୍କ ଜୀବନରେ ଦୁଃଖର ଦିନ ଆରମ୍ଭ ହେବାକୁ ଯାଇଛି। ତେବେ,ଆସନ୍ତୁ ନଜର ପକାଇବା ଏହି ୪ ରାଶି ଉପରେ...

ଏହି ୪ ରାଶିରେ ମାଡି ଆସିବ ବିପଦ:

ମେଷ: ରାହୁ କେତୁ (Rahu Ketu) ଗୋଟିଏ ସମୟରେ ଅନ୍ୟ ରାଶିକୁ ଚଳନ କରିବା ହେତୁ ମେଷ ରାଶିର ଲୋକଙ୍କ ଉପରେ ପ୍ରଭାବ ପକାଇବ। ଏହି ରାଶିର ଲୋକଙ୍କ ପାଇଁ ଦୁଃଖର ଦିନ ଆରମ୍ଭ ହେବ। କ୍ୟାରିୟରେ ଅସଫଳତା ପାଇବେ। ପରିବାରରେ ଅଶାନ୍ତି ଲାଗି ରହିବା ସହ ଆପଣଙ୍କ ହେବାକୁ ଥିବା କାମ ବିଗିଡିପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ।  ପ୍ରେମ ଜନିତ ବ୍ୟାପାରରେ ଫାଟ ସୃଷ୍ଟି ହୋଇପାରେ। ଏପରିକି ନିଜ ଜୀବନ ସାଥୀ ଆପଣଙ୍କୁ ଛାଡି ଚାଲିଯାଇପାରନ୍ତି। କାର୍ଯ୍ୟାଳୟରେ ଆପଣଙ୍କର ହେବାକୁ ଥିବା ପଦୋନ୍ନତି ଅଟକି ଯିବ। ଏଥିପାଇଁ ସାବଧାନର ସହକାରେ ଆପଣଙ୍କୁ ଚଳିବାକୁ ପଡିବ।

Also Read: Horoscope Today 1 June 2023: ଆଜି ଏହି ୬ଟି ରାଶି ଉପରେ ହେବ ଧନର ବର୍ଷା, ଏହି ୩ଟି ରାଶି ପାଇଁ ବିପଦ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

Also Read: Rule Change From 1st June 2023: ଆଜିଠାରୁ ବଦଳିବ ଏହି ସବୁ ନିୟମ, ଗ୍ୟାସ ଦରରେ ବଡ଼ ପରିବର୍ତ୍ତନ; କରିଦେବ ଆପଣଙ୍କ ପକେଟ ଖାଲି

ବୃଷ: ରାହୁକେତୁଙ୍କ ରାଶି ପରିବର୍ତ୍ତନ ଯୋଗୁଁ ବୃଷ ରାଶିର ଲୋକଙ୍କ ଭାଗ୍ୟରେ ମହାବିପଦ ମାଡି ଆସିପାରେ। କ୍ୟାରିୟରରେ ଉତ୍ଥାନ-ପତନ ହେବ। ସମୟ ଖରାପ ଥିବାରୁ ବ୍ୟବସାୟରେ ମଧ୍ୟ କ୍ଷତି ସହିବେ। କେବଳ ସେତିକି ନୁହଁ, ଦୁର୍ଘଟଣାର ମଧ୍ୟ ସାମ୍ନା କରିପାରନ୍ତି । ଏପରିକି କୈଣସି ଜମିଜମା ମକୋଦ୍ଦମାରେ ମଧ୍ୟ ଅଯଥାରେ ଆପଣ ଫସି ଯାଇପାରନ୍ତି। ସମୟ ଖରାପ ଥିବାରୁ ଏହି ସମୟରେ ଆପଣ କୌଣସି ପ୍ରକାର ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ। ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇପାରେ। ଏହା ବ୍ୟତୀତ ବିବାହିତ ଜୀବନରେ ମଧ୍ୟ ଏକ ବଡ଼ ବିବାଦ ଆରମ୍ଭ ହୋଇପାରେ।

କନ୍ୟା:  ଅକ୍ଟୋବର ମାସରୁ ମଧ୍ୟ ଏହି ରାଶି ଲୋକଙ୍କ ଜୀବନରେ କଷ୍ଟ ଆରମ୍ଭ ହୋଇଯିବ। କ୍ୟାରିୟରରେ ଅସଫଳତାର ସାମ୍ନା କରିବା ସହ ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଆଶାନୁରୁପକ ଫଳ ମିଳିବ ନାହିଁ। ପରୀକ୍ଷାରେ ଅସଫଳତା ଲାଭ କରିବେ । ସମୟ ଖରାପ ଚାଲିଥିବାରୁ ଏହା ବ୍ୟବସାୟୀମାନେ କୌଣସି ନୂତନ ଡିଲ୍ କରନ୍ତୁ ନାହିଁ। ନଚେତ୍ ଘାଟାରେ ପଡିବ । ପରିବାରରେ ଅଯଥାରେ କଳହ ଲାଗି ରହିବ। ଏପରିକି,ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖି ସମସ୍ତ କାମକୁ ଧୋର୍ଯ୍ୟର ସହକାରେ କରନ୍ତୁ। 

ମୀନ: ରାହୁଙ୍କ ମୀନରେ ପ୍ରବେଶ ଅନେକ ସମସ୍ୟା ଆଣିଥାଏ। ଏହି କାରଣରୁ, ସେମାନଙ୍କ ବ୍ୟବସାୟରେ କ୍ଷତି ବୃଦ୍ଧି ପାଇବ ଓ ସେମାନଙ୍କୁ ଚାକିରିରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ପରିବାର ସଦସ୍ୟଙ୍କ ସହ ତାଙ୍କର ସମ୍ପର୍କ ଖରାପ ହୋଇପାରେ। ତାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ ହୋଇପାରେ ଓ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ହୋଇପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)