ଶିଳ୍ପା ଶେଟ୍ଟୀ (Shilpa Shetty) ଆଜି ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ନିଜର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସମୟରେ ଅଭିନେତ୍ରୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ତାଙ୍କୁ ଏକ ରୋମାଣ୍ଟିକ୍ ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି ।
Trending Photos
ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ (Shilpa Shetty) ମଙ୍ଗଳବାର ଦିନ ଅର୍ଥାତ ଆଜି ନିଜର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ସେ ଚାରିଆଡୁ ଅନେକ ଶୁଭେଚ୍ଛା ଗ୍ରହଣ କରୁଛନ୍ତି । ଏଥି ସହିତ ଅଭିନେତ୍ରୀ ଗ୍ରହଣ କରିଥିବା ଉପହାରର ଅଭାବ ନାହିଁ । ଏହି ସମୟରେ ଅଭିନେତ୍ରୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା (Raj Kundra) ତାଙ୍କୁ ରୋମାଣ୍ଟିକ ଶୈଳୀରେ ଶୁଭେଚ୍ଛା ଜଣାଇଛନ୍ତି ।
ଶିଳ୍ପାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ରାଜ୍
ଶିଳ୍ପା ଶେଟ୍ଟୀଙ୍କ (Shilpa Shetty) ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା (Raj Kundra) ବହୁତ ରୋମାଣ୍ଟିକ୍ ଥିବା ଦେଖାଯାଉଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି । ରାଜ୍ କୁନ୍ଦ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରିଛନ୍ତି । ରାଜଙ୍କର ଏହି ରୋମାଣ୍ଟିକ୍ ଶୈଳୀକୁ (Romantic style) ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
ଭାଇରାଲ ହେଉଥିବା ଏହି ଭିଡିଓରେ, ପରିବାର ସହିତ ବିତାଇଥିବା ମୂହୁର୍ତ୍ତ, ସମସ୍ତ ଛୁଟି ଓ ପାର୍ଟିର ଫଟୋକୁ ସାମିଲ କରାଯାଇଛି । ଏହି ଭିଡିଓରେ ରାଜ୍ କୁନ୍ଦ୍ରା (Raj Kundra) 'ତୁମ୍ ହି ହୋ' ଗୀତ ଗାଇ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ପ୍ରଶଂସକଙ୍କ ବ୍ୟତୀତ ସେଲିବ୍ରେଟମାନେ ମଧ୍ୟ ଏହି ପୋଷ୍ଟରେ ନିଜର ମନ୍ତବ୍ୟ ଦେଇ ଅଭିନନ୍ଦନ ଜଣାଇଛନ୍ତି । ପ୍ରଶଂସକମାନେ ଏହି ପୋଷ୍ଟକୁ ବହୁତ ଭଲପାଇବା ଦେଉଛନ୍ତି । ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା ସାହନି ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ।' ସେହିଭଳି, ତାଙ୍କ ପ୍ରଶଂସକ ମଧ୍ୟ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।
ଅଧିକ ପଢ଼ନ୍ତୁ: ବନ୍ଦ ହେଲା 'ବାବା କା ଢ଼ାବା' ମାଲିକଙ୍କ ନୂଆ ରେସ୍ତୋରାଁ, ବର୍ତ୍ତମାନ କରୁଛନ୍ତି ଏହି କାମ
ରାଜ୍ କୁନ୍ଦ୍ରା 'ତୁମ୍ ହାଇ ହୋ' ଗୀତ ମାଧ୍ୟମରେ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି
ଭିଡିଓ ସେୟାର କରିବାବେଳେ ରାଜ କୁନ୍ଦ୍ରା (Raj Kundra) କ୍ୟାପସନରେ ଲେଖିଛନ୍ତି, 'ଗୀତ, ଲିରିକ୍ସ ଓ ଭିଡିଓ ସବୁକିଛି ନିଜେ କହୁଛି । ତୁମ ବିନା ମୁଁ କିଛି ନୁହେଁ । ମୁଁ ତୁମକୁ ବହୁତ ଭଲ ପାଏ । ଜନ୍ମଦିନର ଶୁଭେଚ୍ଛା ମୋର ଡ୍ରିମ ଶିଳ୍ପା ଶେଟ୍ଟୀ । 'ରାଜ କୁନ୍ଦ୍ରାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶିଳ୍ପା ଲେଖିଛନ୍ତି, "ମୋର କୁକି ରାଜ କୁନ୍ଦ୍ରା । ଲଭ ୟୁ ଠୁ ଦି ମୁନ୍ ଆଣ୍ଡ ବ୍ୟାକ୍ ।" ଏହି ରୋମାଣ୍ଟିକ୍ ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।