Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଠୁ ଖୋଲିବ ଏହି ତିନି ରାଶିର ଭାଗ୍ୟ, ହୋଇଯିବେ ମାଲେମାଲ୍!
Advertisement
Article Detail0/zeeodisha/odisha1843044

Raksha Bandhan 2023: ରାକ୍ଷୀ ପୂର୍ଣ୍ଣିମା ଠୁ ଖୋଲିବ ଏହି ତିନି ରାଶିର ଭାଗ୍ୟ, ହୋଇଯିବେ ମାଲେମାଲ୍!

Lucky Zodiac Signs of September 2023: ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ହେଲେ ଚଳିତ ଥର ରାକ୍ଷୀ ପୂର୍ଣ୍ଣିମାରେ ଏକ ମହା ସଂଯୋଗ ସୃଷ୍ଟି ହେଉଛି। ଦିର୍ଘ ୨୪ ବର୍ଷ ପରେ, ରାକ୍ଷୀ ପୂର୍ଣ୍ଣିମା ଦିନ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି । ତେବେ, ଶିନି ଓ ବୃହସ୍ପତିଙ୍କ ଏହି ମହାମିଳନ ଯୋଗୁଁ ତିନି ରାଶି ଶୁଭଫଳ ପ୍ରାପ୍ତ କରିବେ।

ସୌଜନ୍ୟ- ସୋସିଆଲ ମିଡି଼ଆ

Lucky Zodiac Signs of September 2023: ସନାତନ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାର (Raksha Bandhan 2023) ବିଶେଷ ମହତ୍ତ୍ବ ବେଶ୍ ଅଧିକ ରହିଛି । ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା (Raksha Bandhan) ପାଳନ କରାଯାଏ ।  ହେଲେ ଚଳିତ ଥର ରାକ୍ଷୀ ପୂର୍ଣ୍ଣିମାରେ ଏକ ମହା ସଂଯୋଗ ସୃଷ୍ଟି ହେଉଛି।  ଦିର୍ଘ ୨୪ ବର୍ଷ ପରେ, ରାକ୍ଷୀ ପୂର୍ଣ୍ଣିମା ଦିନ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି । ଯାହା ଦୀର୍ଘ ୨୦୦ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ପଡିଛି ବୋଲି କୁହାଯାଉଛି। ଏହି ଦିନ ଶିନି ଓ ବୃହସ୍ପତି ସତାଭିସା ନକ୍ଷେତ୍ର (ShatabhishaNakshatra)ରେ ରହିବେ। ତେବେ, ଶିନି ଓ ବୃହସ୍ପତି ଗୋଟିଏ ନକ୍ଷେତ୍ରରେ ବିରାଜମାନ କରିବାରୁ କିଛି ରାଶି ଉପରେ ଏହାର ସୁପ୍ରଭାବ ପଡିବାକୁ ଥିବା ବେଳେ ଆଉ କିଛି ରାଶି ଉପରେ ଏହାର କୁପ୍ରଭାବ ପଡି଼ବ । ତେବେ, ଶିନି ଓ ବୃହସ୍ପତିଙ୍କ ଏହି ମହାମିଳନ ଯୋଗୁଁ ତିନି ରାଶି ଶୁଭଫଳ ପ୍ରାପ୍ତ କରିବେ। ତେବେ,  ରାଜ୍ୟରେ ୩୦ ତାରିଖ ଦିନ ହିଁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ନୀତି ପାଳିତ ହେବ। 

Also Read: Horoscope Today Aug 27 2023: ଆକସ୍ମିକ ଧନଲାଭର ଯୋଗ ସହ ଶୁଭ ଫଳ ପାଇବେ ଏହି ରାଶି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ରାକ୍ଷୀ ପୂର୍ଣ୍ଣିମାଠାରୁ ଖୋଲିବ ଏହି ସବୁ ରାଶିଙ୍କ ଭାଗ୍ୟ:

ମିଥୁନ:  ଶିନି ଓ ବୃହସ୍ପତି ଗୋଟିଏ ନକ୍ଷେତ୍ରରେ ବିରାଜମାନ କରିବାରୁ ମିଥୁନ ରାଶିର ଲୋକେ ଶୁଭଫଳ ପାଇବେ । ରାକ୍ଷୀ ପୂର୍ଣ୍ଣିମା ଠାରୁ ଏମାନଙ୍କ ଭାଗ୍ୟ ଖୋଲିଯିବ।  ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆୟ ବୃଦ୍ଧି ପାଇବ । ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ବିନିଯୋଗରୁ ଲାଭ ମିଳିବ । ଏହି ସମୟରେ ଅବିବାହିତମାନଙ୍କୁ ବିବାହ ପାଇଁ ଭଲ ପ୍ରସ୍ତାବ ମିଳିପାରେ। ଏପରିକି ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । 

ସିଂହ : ରାକ୍ଷୀ ପୂର୍ଣ୍ଣିମା ଠାରୁ ଏହି ରାଶିର ଲୋକଙ୍କ ଜୀବନରେ ସୁଖର ଦିନ ଆରମ୍ଭ ହେବ। ଏହି ଲୋକମାନେ ବ୍ୟବସାୟରେ ବହୁତ ଲାଭ ପାଇବେ । ଏହି ସମୟରେ ଆପଣ ନିଜ କ୍ୟାରିୟରରେ ଅଭୂତପୂର୍ବ ସଫଳତା ପାଇବେ। ଏହି ସମୟରେ ଆପଣ ନୂତନ ନିଯୁକ୍ତି ପାଇପାରନ୍ତି। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖନ୍ତୁ, ଆପଣ ସଫଳତା ପାଇବ । ଶନିଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହେବ । କେବଳ ସେତିକି ନୁହେଁ, ଏହି ସମୟରେ ଆପଣଙ୍କର ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ।  ଆପଣଙ୍କ ସାଥୀଙ୍କ ସହିତ ଆପଣ ଦୂର ଯାତ୍ରା ନେଇ ଯୋଗ ରହିଛି ।

ଧନୁ:  ଏହି ସମୟ ମଧ୍ଯରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ ।ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ ନିବେଶ ପାଇଁ ମଧ୍ୟ ଏହି ସମୟ ବେଶ ଅନୁକୂଳ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ବାଧ୍ୟା ବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)