Raksha Bandhan Horoscope: ରାକ୍ଷୀ ପୂର୍ଣ୍ଣିମାଠୁ ଏହି ୫ ରାଶିକୁ ଶୁଭଫଳ, ଋଣଭାରରୁ ମୁକ୍ତି...ମିଳିବ ପଦୋନ୍ନତି
Advertisement
Article Detail0/zeeodisha/odisha2388106

Raksha Bandhan Horoscope: ରାକ୍ଷୀ ପୂର୍ଣ୍ଣିମାଠୁ ଏହି ୫ ରାଶିକୁ ଶୁଭଫଳ, ଋଣଭାରରୁ ମୁକ୍ତି...ମିଳିବ ପଦୋନ୍ନତି

Raksha Bandhan Horoscope: ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଯଦି ଆପଣ ନିବେଶ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି, ତେବେ ସମୟ ଭଲ ରହିବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ରାକ୍ଷୀରେ ଆପଣ ଯାହା ବି କାମ କରିବେ ସେଥିରେ ସଫଳତା ପାଇପାରିବେ ।

Raksha Bandhan Horoscope: ରାକ୍ଷୀ ପୂର୍ଣ୍ଣିମାଠୁ ଏହି ୫ ରାଶିକୁ ଶୁଭଫଳ, ଋଣଭାରରୁ ମୁକ୍ତି...ମିଳିବ ପଦୋନ୍ନତି

Raksha Bandhan Horoscope: ଅଗଷ୍ଟ ୧୯ ତାରିଖ ସୋମବାର ଦିନ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କରାଯିବ । ୫ ଟି ରାଶିର ଲୋକଙ୍କ ପାଇଁ ଚଳିତ ବର୍ଷର ରାକ୍ଷୀପୂର୍ଣ୍ଣିମା ବେଶ୍ ଶୁଭ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିମାନେ ରାକ୍ଷୀ ପୂର୍ଣ୍ଣିମା ଦିନ ସ୍ଥାବର ସମ୍ପତ୍ତି ହାସଲ କରି ଏହାକୁ ସ୍ମରଣୀୟ କରିବାକୁ ଚାହୁଁଥିବା ବେଳେ କିଛି ଲୋକ ନିଜ ପାଇଁ ନୂଆ କାର୍ କିଣିପାରନ୍ତି। କିଛି ରାଶି ରାକ୍ଷୀ ଦିନ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି ତ ଆଉ କିଛି ରାଶିକୁ ଧନ ଲାଭ ମଧ୍ୟ ମିଳୁଛି । ରକ୍ଷାବନ୍ଧନରେ କିଛି ରାଶି ଋଣରୁ ମୁକ୍ତି ପାଇ ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରନ୍ତି। 

ରକ୍ଷାବନ୍ଧନ ବା ରାକ୍ଷୀପୂର୍ଣ୍ଣିମା ୨୦୨୪: ଭାଗ୍ୟଶାଳୀ ହେବେ ଏହି ୫ ଟି ରାଶି !
ମେଷ: ମେଷ ରାଶିର ଲୋକଙ୍କ ପାଇଁ ରକ୍ଷାବନ୍ଧନ ଦିନ ଶୁଭ ସାବ୍ୟସ୍ତ ହୋଇପାରେ। ସେହି ଦିନଟି ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ଯେଉଁଠି ଆପଣ ରାକ୍ଷୀ ଅବସରରେ ନିବେଶ କରିବେ ତାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଯେଉଁମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ରକ୍ଷାବନ୍ଧନ ଦିନଟି ଭଲ। ରକ୍ଷାବନ୍ଧନ ପର୍ବ ଆପଣଙ୍କ ପାଇଁ ନୂଆ ସୁଯୋଗ ଆଣିବ। ସଫଳତା ପାଇବେ ଓ ପଦୋନ୍ନତି ପାଇବେ।

ସିଂହ: ରାକ୍ଷୀ ପର୍ବ ସିଂହ ରାଶିର ଲୋକଙ୍କ ପାଇଁ ଆର୍ଥିକ ଶକ୍ତି ପାଇଁ ସୁଯୋଗ ଆଣିବ। ଆପଣଙ୍କ ପାଖରେ ଥିବା ପୁରୁଣା ଋଣରୁ ମୁକ୍ତି ପାଇପାରିବେ। ବ୍ୟାଙ୍କ ଋଣ ପରିଶୋଧ କଲେ ମାନସିକ ଶାନ୍ତି ମିଳିବ। ସେହିଦିନଟି ଆପଣଙ୍କ ଜୀବନରେ ଖୁସି ଆଣିବ। ଦାମ୍ପତ୍ୟ ଜୀବନ ପାଇଁ ସମୟ ଆନନ୍ଦଦାୟକ ରହିବ। ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ। ସେହି ଦିନ ଆପଣଙ୍କର ମାନ-ସମ୍ମାନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ରକ୍ଷାବନ୍ଧନ ପର୍ବ ଉନ୍ନତିର ଦିନ ସାବ୍ୟସ୍ତ ହୋଇପାରେ। ଏହି ଦିନ ନିବେଶ କଲେ ଧନ ଲାଭ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ ହେବ। ଯଦି ଆପଣ ନିବେଶ କିମ୍ବା ବ୍ୟବସାୟ ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି, ତେବେ ସମୟ ଭଲ ରହିବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ। ରାକ୍ଷୀରେ ଆପଣ ଯାହା ବି କାମ କରିବେ ସେଥିରେ ସଫଳତା ପାଇପାରିବେ ।

ଧନୁ: ଆପଣଙ୍କ ରାଶିର ଲୋକମାନେ ରକ୍ଷାବନ୍ଧନ ଦିନ ନୂଆ କାର୍ କିମ୍ବା ନୂଆ ଘର କିଣିପାରନ୍ତି। ଏହାଦ୍ୱାରା ଆପଣ ଏହି ଦିନକୁ ସ୍ମରଣୀୟ କରିପାରିବେ । ଆପଣଙ୍କର ଖ୍ୟାତି ଓ ସମ୍ମାନ ବୃଦ୍ଧି ପାଇବ। ଏହି ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହ ସମୟ ଭଲରେ କଟିବ। ହଠାତ୍ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି। ସାମାଜିକ କାର୍ଯ୍ୟ କରିବାକୁ ମନ ଲାଗିବ।

ମୀନ: ରକ୍ଷାବନ୍ଧନ ପର୍ବ ଆପଣଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ଆଣିପାରେ। ଏହି ଦିନ ଆପଣଙ୍କର ଫସି ରହିଥିବା ଟଙ୍କା ଫେରି ପାଇପାରିବେ । ହଠାତ୍ ଆର୍ଥିକ ଲାଭ ହେତୁ ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ଏହିଦିନ ଆପଣ ଯେଉଁଠି ବି ନିବେଶ କରିବାକୁ ସ୍ଥିର କରନ୍ତି, ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ନିଜ କାର୍ଯ୍ୟରେ ସଫଳ ହେବେ। ଶତ୍ରୁଙ୍କ ଉପରେ ପ୍ରଭାବ ରହିବ। ଗୁପ୍ତ ଶତ୍ରୁମାନେ ମଧ୍ୟ ଶାନ୍ତ ରହିବେ। ସ୍ଵାସ୍ଥ୍ୟ ଭଲ ରହିବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Budhaditya Yoga: ଆଜିଠୁ ସିଂହରାଶିରେ ସୂର୍ଯ୍ୟଙ୍କ ଚଳନ, ଏହି ୩ଟି ରାଶି ହେବେ ବଡ଼ ଭାଗ୍ୟବାନ !

Also Read: Sajana Saga Benefits: ସଜନା ଶାଗରେ ରହିଛି ଏହିସବୁ ପୋଷକ ତତ୍ତ୍ୱ, ଖାଇବା ମାତ୍ରେ ମିଳିଥାଏ ୫ଟି ବଡ଼ ଫାଇଦା