ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା
Advertisement
Article Detail0/zeeodisha/odisha1025665

ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

ସେହିପରି ନାଲି ରଙ୍ଗର ଫଳ ଯଥା ସେଓ ଓ ଡାଳିମ୍ୱ ଶରୀରକୁ ମଜଭୁତ କରେ । ଡାଳିମ୍ୱରେ  ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ସେହିପରି ସେଓରେ ମଧ୍ୟ ଫାଇଭର, ପ୍ରୋଟିନ, ଭିଟାମିନ୍ ରହିଥିବାରୁ ଏହା ଶରୀରକୁ ଫିଟ୍ ରଖିବାରେ ବେଶ ସହାୟକ ହୋଇଥାଏ । 

ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

ସାଧାରଣତଃ ଡାକ୍ତରମାନେ ଫିଟ୍ ରହିବା ପାଇଁ ଅଧିକ ମାତ୍ରାରେ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ସବୁ ରଙ୍ଗର ଫଳ ଓ ପନିପରିବାର ଅଲଗା ଅଲଗା ମହତ୍ୱ ରହିଛି । ଖାସ୍ କରି ଶୀତଦିନେ ନାଲି ରଙ୍ଗର ପନିପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ରକ୍ତ ସଫା ହେବା ସହ ତ୍ୱଚା ଉଜ୍ୱଳ ହୋଇଥାଏ । ଏହା ସହ ଶରୀର ମଧ୍ୟ ଫିଟ୍ ରହେ । ତେବେ ଆସନ୍ତୁ ଜାଣିବା ନାଲି ରଙ୍ଗର ଫଳ ବା ପନିପରିବା (Red Vegetables and Fruits) ଖାଇଲେ ଶରୀରକୁ କେଉଁ ସବୁ ଲାଭ ମିଳେ । 

ଇମ୍ୟୁନିଟି ସିଷ୍ଟମକୁ ଠିକ୍ ରଖେ 

ସବୁଜ ପନିପରିବା ଭଳି ନାଲି ରଙ୍ଗର ଫଳ ବା ପନିପରିବା (Red Vegetables and Fruits) ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ଓ ଥକାପଣ ଦୂର କରାଏ । ଏହା ବ୍ୟତୀତ ଏହା ଶରୀରର ଇମ୍ୟୁନିଟି ସିଷ୍ଟମକୁ ଠିକ ରଖେ ।   

fallback

ହୃଦ୍ ରୋଗ ଭଲ କରେ 

ନାଲି ରଙ୍ଗର ଫଳ ବା ପନିପରିବାରେ Lycopene ଓ Anthocyanins ଅଧିକ ମାତ୍ରା ରହିବା କାରଣରୁ ଏହା  ହୃଦ୍ ରୋଗ ସହ ଲଢିବା ପାଇଁ ଶରୀରକୁ ଶକ୍ତି ଯୋଗାଇଥାଏ ।

କ୍ୟାନସର ବିପଦକୁ ଦୂର କରେ 

ନାଲି ରଙ୍ଗର ଫଳ ବା ପନିପରିବା ନିୟମିତ ଖାଇବା ଦ୍ୱାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଆଶଙ୍କା କମ ରହିଥାଏ । 

ଖାସ୍ କରି ଶୀତଦିନେ ନାଲି ପନିପରିବା ଓ ଫଳ ଖାଇବା ନିହାତି ଜରୁରୀ । ବିଟ୍, ଗାଜର, ଟମାଟୋ ଓ କୋଶଳା ଶାଗରେ ଫାଇବର, ଭିଟାମିନ ସି, ପୋଟାସିୟମ ଓ ନାଇଟ୍ରେଟ ଶରୀରରକୁ ରୋଗ ପ୍ରତିଶେଧକ ଶକ୍ତି ସହ ଲଢିବା ପାଇଁ ସହାୟକ ହୋଇଥାଏ । ଏହା ବ୍ୟତୀତ ବିଟ୍ ରେ  ହିମଗ୍ଲୋବିନର ମାତ୍ରା ଅଧିକ ରହିଛି ।  ଗାଜରରେ  ମାଙ୍ଗାନିଜ, ଆଇରନ୍, କ୍ୟାଲସିୟମ, ପୋଟାସିୟମ, ଜିଙ୍କ, ଫସଫରସ  ଭଳି  ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଥିବାରୁ ଏହା  ଶରୀରକୁ ମଜଭୁତ କରେ । ସେହିପରି ପ୍ରତିଦିନ ଟମାଟୋ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଭଲ ।  

ସେହିପରି ନାଲି ରଙ୍ଗର ଫଳ ଯଥା ସେଓ ଓ ଡାଳିମ୍ୱ ଶରୀରକୁ ମଜଭୁତ କରେ । ଡାଳିମ୍ୱରେ  ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ସେହିପରି ସେଓରେ ମଧ୍ୟ ଫାଇଭର, ପ୍ରୋଟିନ, ଭିଟାମିନ୍ ରହିଥିବାରୁ ଏହା ଶରୀରକୁ ଫିଟ୍ ରଖିବାରେ ବେଶ ସହାୟକ ହୋଇଥାଏ । 

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ବର୍ତ୍ତମାନ ଅଫଲାଇନରେ ଅପଡେଟ୍ ହୋଇପାରିବ ଆଧାର କାର୍ଡ, ଜାଣନ୍ତୁ ଏହାର ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-RBI କରୁଛି ପ୍ରଥମ ହ୍ୟାକାଥନ୍, ୪୦ ଲକ୍ଷ ଟଙ୍କା ଜିତିବାର ସୁଯୋଗ

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଅସର ମଲିକ କିଏ? ଯାହାଙ୍କୁ ବିବାହ କଲେ ନୋବେଲ ବିଜେତା ମଲାଲା