Astro Tips of Rice: ଚାଉଳ ବଦଳାଇବ ଆପଣଙ୍କ ଭାଗ୍ୟ ହେବ ଧନର ବର୍ଷା ! ଜାଣନ୍ତୁ କେମିତି କରିବେ ବ୍ୟବହାର
Advertisement

Astro Tips of Rice: ଚାଉଳ ବଦଳାଇବ ଆପଣଙ୍କ ଭାଗ୍ୟ ହେବ ଧନର ବର୍ଷା ! ଜାଣନ୍ତୁ କେମିତି କରିବେ ବ୍ୟବହାର

Astro Tips of Rice: ପ୍ରତ୍ୟେକଙ୍କ ଇଚ୍ଛା ଥାଏ ଏକ ଭଲ ଏବଂ ସୁଖମୟ ଜୀବନଯାପନ କରିବା । ତାଙ୍କ ଜୀବନରେ କୌଣସି ଜିନିଷର ଅଭାବ ରହିବା ଉଚିତ୍ ନୁହେଁ । ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିପାରିବା । ଏଥିପାଇଁ ସମସ୍ତେ ମଧ୍ୟ କଠିନ ପରିଶ୍ରମ କରନ୍ତି, କିନ୍ତୁ ବେଳେବେଳେ ପରିଶ୍ରମର ପ୍ରକୃତ ଫଳ ଆମକୁ ମିଳି ନ ଥାଏ ।

Astro Tips of Rice: ଚାଉଳ ବଦଳାଇବ ଆପଣଙ୍କ ଭାଗ୍ୟ ହେବ ଧନର ବର୍ଷା ! ଜାଣନ୍ତୁ କେମିତି କରିବେ ବ୍ୟବହାର

Astro Tips of Rice: ପ୍ରତ୍ୟେକଙ୍କ ଇଚ୍ଛା ଥାଏ ଏକ ଭଲ ଏବଂ ସୁଖମୟ ଜୀବନଯାପନ କରିବା । ତାଙ୍କ ଜୀବନରେ କୌଣସି ଜିନିଷର ଅଭାବ ରହିବା ଉଚିତ୍ ନୁହେଁ । ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିପାରିବା ।  ଏଥିପାଇଁ ସମସ୍ତେ ମଧ୍ୟ କଠିନ ପରିଶ୍ରମ କରନ୍ତି, କିନ୍ତୁ ବେଳେବେଳେ ପରିଶ୍ରମର ପ୍ରକୃତ ଫଳ ଆମକୁ ମିଳି ନ ଥାଏ । ଏହା ପଛର କାରଣ ଆପଣଙ୍କ ଭାଗ୍ୟ ହୋଇପାରେ । ଜଣେ ବ୍ୟକ୍ତିର ସ୍ୱପ୍ନ ପୂରଣ ହୋଇନଥାଏ, ତାଙ୍କର କାର୍ଯ୍ୟ ନଷ୍ଟ ହୋଇଯାଏ । ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପ୍ରତିକାର ଦିଆଯାଇଛି। ଚାଉଳରେ ଏପରି ଏକ ସହଜ ସମାଧାନ ମଧ୍ୟ ରହିଛି । ଯାହା ଆପଣଙ୍କ ଭାଗ୍ୟର ଦ୍ୱାର ଖୋଲିଥାଏ । ତେବେ, ଏ ବିଷୟରେ ଆଜି ଆମେ ଆପଣଙ୍କୁ ଆଜି ଜଣାଇବୁ । 

ଚାଉଳ ଉପଚାର :

ଚାଉଳ ହିନ୍ଦୁ ଧର୍ମରେ ଏକ ପବିତ୍ର ଶସ୍ୟ ଭାବରେ ବିବେଚନା କରାଯାଏ। ଏହାକୁ ଅକ୍ଷତ ମଧ୍ୟ କୁହାଯାଏ, ଯାହା ଭଗବାନଙ୍କୁ ଅର୍ପଣ କରାଯାଏ । ଏଥି ସହିତ ଚାଉଳ ଅନେକ ଧାର୍ମିକ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ । ଚାଉଳକୁ ଆପଣ ଭିନ୍ନ ତରିକାରେ ବ୍ୟବହାର କରିବା ଦ୍ବାରା ଆପଣଙ୍କର କିଛି ଅଧୁରା କାର୍ଯ୍ୟ ମଧ୍ୟ ପୁରା ହୋଇଥାଏ । ଏବଂ ଆପଣ ମଧ୍ୟ ନିଜ ପରିଶ୍ରମର ପ୍ରକୃତ ମୂଲ୍ୟ ପାଇଥାନ୍ତି । 

ତିଲକ୍  :
ଯେତେବେଳେ ଆପଣ ତିଲକ୍ ଲଗାଉଛନ୍ତି । ସେତେବେଳେ ଆପଣ ସିନ୍ଦୁର ସହିତ ଭଙ୍ଗା ଚାଉଳକୁ ମିଶ୍ରିତ କରି ଲଗାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହିତ ଧନଲାଭ ପାଇଁ ବାଟ ଫିଟିଥାଏ । ଏବଂ ଘରେ ଲାଗି ରହିଥିବା ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା ସହିତ ଆପଣ ଏକ ତମ୍ବା ହାଣ୍ଡିରେ କିଛି ସିନ୍ଦୁର ସହିତ ଅଳ୍ପ ଚାଉଳ ମିଶାଇ ସୂର୍ଯ୍ୟଦେବଙ୍କୁ ଆର୍ଯ୍ୟ ଅର୍ପଣ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ମଧ୍ୟ ଚମକି ଥାଏ । 

ନାଲି କପଡା ବ୍ୟାଗ  :

ପୂର୍ଣ୍ଣିମା ଦିନ ସକାଳେ ଉଠିବା ପରେ ଗାଧୋଇବା ପରେ ଏକ ସଫା ଲାଲ୍ ରେଶମ କପଡା ନିଅନ୍ତୁ । ସେଥିରେ ୨୧ ଟି ଭଙ୍ଗା ଚାଉଳ ରଖନ୍ତୁ ଏବଂ ଲକ୍ଷ୍ମୀ ଦେବୀଙ୍କୁ ପୂଜା କରନ୍ତୁ । ପରେ ସହି କପଡା ବ୍ୟାଗକୁ ଆପଣ ନିଜ ଗଡ୍ରେଜ୍ କିମ୍ବା ଦୋକାନର କ୍ୟାସ କାଉଣ୍ଟରରେ ମଧ୍ୟ ରଖି ପାରିବେ। ଏହାକୁ ରଖିବା ଦ୍ବାରା ଧନ ଲାଭ ହୋଇଥାଏ ବୋଲି କୁହାଯାଏ । ଏବଂ ଏହାସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ ବୋଲି କିଛି ଲୋକେ ମଧ୍ୟ କୁହନ୍ତି । 

ଦାନ :

ସୋମବାର ଦିନ ଅଧା କିଲୋଗ୍ରାମ ଭଙ୍ଗା ଅଧା ଚାଉଳ ସହିତ ଶିବ ମନ୍ଦିରକୁ ଯାଆନ୍ତୁ । ପରେ ସେଥିରୁ ମୁଠାଏ ଚାଉଳ ନେଇ ପ୍ରଭୁ ଭୋଳା ଶଙ୍କରଙ୍କୁ ଚଢାନ୍ତୁ ପରେ ଅବଶିଷ୍ଟ ଚାଉଳକୁ ଏକ ଗରିବ କିମ୍ବା ଅଭାବୀ ବ୍ୟକ୍ତିଙ୍କୁ ଦାନ କରନ୍ତୁ । ଏହି ପ୍ରକ୍ରିୟା କ୍ରମାଗତ ଭାବରେ ପାଞ୍ଚ ଦିନ କରନ୍ତୁ । ଏହା ଆପଣଙ୍କ ଘରେ ଲାଗି ରହିଥିବା ଆର୍ଥିକ ସମସ୍ୟାକୁ ଦୂର କରିବାରେ ସହାୟକ ହେବ। ଏବଂ ଆପଣଙ୍କ ଘର ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ କୃପା ରହିବ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)