Weekly Horoscope: ମେ ତୃତୀୟ ସପ୍ତାହରେ ଲାଭରେ ରହିବେ ଏହି ସବୁ ରାଶି, ମଜବୁତ ହେବ ଆର୍ଥିକ ଓ ବ୍ୟବସାୟିକ ସ୍ଥିତି
Advertisement
Article Detail0/zeeodisha/odisha2253106

Weekly Horoscope: ମେ ତୃତୀୟ ସପ୍ତାହରେ ଲାଭରେ ରହିବେ ଏହି ସବୁ ରାଶି, ମଜବୁତ ହେବ ଆର୍ଥିକ ଓ ବ୍ୟବସାୟିକ ସ୍ଥିତି

Weekly Horoscope 20 May to 26 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Weekly Horoscope: ମେ ତୃତୀୟ ସପ୍ତାହରେ ଲାଭରେ ରହିବେ ଏହି ସବୁ ରାଶି, ମଜବୁତ ହେବ ଆର୍ଥିକ ଓ ବ୍ୟବସାୟିକ ସ୍ଥିତି

Weekly Horoscope 20 May to 26 May 2024:  ମେଷ-ଆସନ୍ତା ସପ୍ତାହଟି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ମଙ୍ଗଳମୟ ହେବ। କାହିଁକିନା ଏହି ରାଶିରେ ବୃହସ୍ପତି -ଶୁକ୍ରଙ୍କ ମିଳନ ଯୋଗୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ ଅଟେ। ଧାରକରଜ କରି କାମ ତୁଲାଇବେ ।  ବ୍ୟବସାୟୀମାନେ ଲାଭବାନ୍ ହବେ। ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ଗୃହିଣୀମାନେ ପୁରୁଣା ସମସ୍ୟାକୁ ଦୂର କରିବା ପାଇଁ ସକ୍ଷମ ହେବେ। ସପ୍ତାହ ଶେଷ ବେଳକୁ ନିଜ ପରିବାର ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି।

ବୃଷ- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତା ସପ୍ତାହ ମିଶ୍ରିତ ଫଳ ପ୍ରଦାନ କରିବ। ବାଣିଜ୍ୟ ଏବଂ ବ୍ୟବସାୟରେ ବିଶେଷ ଭାବେ ଲାଭ ପାଇବେ।  ଆୟର ନୂତନ ଉତ୍ସ ଖୋଲିବ।  ବ୍ୟବସାୟରେ ନୂତନ ଟେକ୍ନୋଲୋଜି ବ୍ୟବହାର କରି ଆପଣ ଉପକୃତ ହେବେ । ଆଇଟି କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ବିଦେଶରୁ ଚାକିରି ଅଫର ଆସିପାର। ଆସନ୍ତା ସପ୍ତାହ ମଧ୍ୟରେ ଏକ ଏକ ନୂତନ ଘର କିଣି ପାରନ୍ତି। ଆୟ ବୃଦ୍ଧି ପାଇବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ବୈବାହିକ ଜୀବନ ସୁଖମୟ ହେବ।

ALSO READ: Trigrahi Yog 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ତିଗ୍ରାହୀ ଯୋଗ, ମିଳିବ ନୂଆ ଚାକିରି ସାଙ୍ଗକୁ ରହିଛି ଧନଲାଭର ଯୋଗ !

ମିଥୁନ- ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବେ। ପଦୋନ୍ନତିର ଯୋଗ ରହିଛି । ଫଳରେ ଆପଣଙ୍କର ଦରମା ବୃଦ୍ଧି ହେବ। ବିଦେଶରେ ବ୍ୟବସାୟ କରୁଥିବା ଲୋକେ ଏହି ଅବଧି ମଧ୍ୟରେ କୌଣସି ବଡ଼ ଡିଲ୍ ଫାଇନାଲ କରିପାରନ୍ତି । ଫଳରେ ସେମାନଙ୍କ ଆୟ ଦ୍ବିଗୁଣିତ ହେବ। ସେୟାର ବଜାରରେ ବିନିଯୋଗ କରି ଆର୍ଥିକ ଲାଭ ହେବ । ଆସନ୍ତା ସପ୍ତାହରେ କୌଣସି ଏକ ନୂଆ ଗାଡି଼ ମଧ୍ୟ କିଣିପାରନ୍ତି। 

କର୍କଟ-ଏହି ରାଶିଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ ଆସନ୍ତା ସପ୍ତାହ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ଫଳରେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ପୁରୁଣା ରୋଗରେ ପିଡି଼ତ ହୋଇ ଚିନ୍ତାରେ ରହିବେ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ।  ଅନ୍ୟର ସହଯୋଗ ଦ୍ୱାରା ଆଗକୁ ବଢିବେ। ଶତ୍ରୃମାନେ ପୁଣି ଥରେ ପଛରେ ପଡ଼ି ପାରନ୍ତି। ରିଅଲ୍ ଇଷ୍ଟେଟ୍ ସହିତ ଜଡିତ ଲୋକମାନେ ବଡ଼ ଲାଭ ପାଇବାର ସମ୍ଭାବନା ରହିଛି। ଅଟକି ରହିଥିବା ଟଙ୍କା ଫେରି ପାଇବେ। 

ସିଂହ- ଆସନ୍ତା ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ବେଶ୍ ଶୁଭ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଶୁଭ କାମ କରି ପ୍ରଶଂସିତ ହେବା ସହ ସାହିତ୍ୟ ଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଭାଗିଦାରଙ୍କ ସହ ମିଶି କରିଥିବା ବ୍ୟବସାୟରେ ବୃଦ୍ଧି ଘଟିବ । ଛୋଟ ଛୋଟ କଥାକୁ ନେଇ ପରିବାରରେ ବିବାଦ ଦେଖାଦେଇପାରେ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ। କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ ।

କନ୍ୟା- ଅପ୍ରିୟ ସତ କହି ପ୍ରେମ ସମ୍ପର୍କରେ ଫାଟ ଦେଖାଦେଇପାରେ। ନିଜ ଜୀବନ ସାଥୀଙ୍କ ସହ ଛୋଟ ଛୋଟ କଥାକୁ ନେଇ ମନମାଳିନ୍ୟ ହୋଇପାରେ।  ବୈବାହିକ ଜୀବନରେ ଝଡ଼ ଉଠିପାରେ।   ଖର୍ଚ୍ଚ ବଢିବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଚାକିରି ଖୋଜୁଥିବା ଲୋକେ ନିଯୁକ୍ତି ପାଇବେ ।  ବିଦେଶ ଭ୍ରମଣ କରିବାର ସମ୍ଭାବନା ଅଛି । କନଷ୍ଟ୍ରକସନ୍ କାର୍ଯ୍ୟରେ ନିଯୁକ୍ତ ଥିବା ଲୋକଙ୍କ ପାଇଁ ସମୟ ଆଦୈ ଭଲ ନାହିଁ। କୌଣସି ଦୁର୍ଘଟଣାର ଶୀକାର ହୋଇପାରନ୍ତି। 

ତୁଳା-ଅଧ୍ୟୟନ ଓ ଅନୁସନ୍ଧାନ ପରି କାର୍ଯ୍ୟରେ ନିଯୁକ୍ତ ଥିବା ଲୋକେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ। ପୁରାତନ ରୋଗରୁ ସୁସ୍ଥ ହେବେ। ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ସେହିପରି, କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ବିଛା-ଆଗାମୀ ସପ୍ତାହ ଏହି ରାଶିର ବ୍ୟକ୍ତିଙ୍କ ମାନଙ୍କ ପାଇଁ ବହୁତ ଭଲ ରହିବ। ବିଶେଷ କରି,ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା । ଏହା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ ପାଇବେ। ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ। କୋର୍ଟ କଚେରୀ ମାମଲା ର ରାୟ ଆପଣଙ୍କ ସପକ୍ଷରେ ଯିବ।  ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ପିତାମାତାଙ୍କ ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି।

ଧନୁ-ମାର୍କେଟିଂ କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଆସନ୍ତା ସପ୍ତାହ ଅତ୍ୟନ୍ତ ଅନୁକୂଳ ରହିବ। ଅଧିକ ଆର୍ଥିକ ଲାଭ ପାଇପାରନ୍ତି। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା  ରହିଛି। ଯଦି ଆପଣ ଷ୍ଟକ୍ ମାର୍କେଟ ରେ ଟଙ୍କା ବିନିଯୋଗ କରିଛନ୍ତି । ସେଥିରୁ ଲାଭ ପାଇବେ । ସେହିପରି, ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଆସନ୍ତା ସପ୍ତାହ ଏତେ ଖାସ୍ ରହିବ ନାହିଁ। କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ନିଜ ପରିବାର ଲୋକଙ୍କ ସହିତ ଖୋଲାଖୋଲି ଆଲୋଚନା କରିବା ଭଲ ହେବ । ନଚେତ୍ ସମସ୍ୟାରେ ପଡି଼ପାରନ୍ତି। ନଚେତ୍ ଘାଟାରେ ପଡିବେ। 

ମକର-ସାଧାରଣ କଥା କୁ ନେଇ ଆପଣ ଟେନସନରେ ରହିବେ। ଦାମ୍ପତ୍ୟ ଜୀବନରେ ଝଡ଼ ଉଠିପାରେ। ପ୍ରେମୀ ମାନଙ୍କ ପାଇଁ ସମୟ ଆଦୈ ଭଲ ନାହିଁ।  ନିଜ ଉଦ୍ଦେଶ୍ୟକୁ ଗୋପନ ରଖିବା ସହ ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଆର୍ଥିସ୍ଥିତି ମଧ୍ୟ ପୂର୍ବ ଅପେକ୍ଷା ଭଲ ରହିବ। 

କୁମ୍ଭ-ରାଜନୀତି କ୍ଷେତ୍ରରେ ଜଡ଼ିତ ଥିବା ଲୋକମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। କୌଣସି ବଡ଼ ପଦବୀ ମିଳିବାର ସମ୍ଭାବନା ରହିଛି।  ଏକ ନୂତନ ଘର କିଣିବାକୁ ଯୋଜନା କରିପାରିବେ । ଆୟର ଉତ୍ସ ବୃଦ୍ଧି ପାଇବ । ପରିବହନ କ୍ଷେତ୍ର ସହିତ ଜଡିତ ଲୋକମାନେ ବିପୁଳ ଆର୍ଥିକ ଲାଭ ପାଇବାର ସମ୍ଭାବନା ଅଛି। ଭ୍ରମଣରୁ ଦୂରେଇ ରୁହନ୍ତୁ, ଯାତ୍ରା ସମୟରେ ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି ।

ମୀନ:  ଦିର୍ଘ ଦିନରୁ ଆଧା ରହିଥିବା କାର୍ଯ୍ୟ ପୂରା କରିବେ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଆମଦାନୀ-ରପ୍ତାନି ସମ୍ବନ୍ଧୀୟ କାର୍ଯ୍ୟରେ ଜଡି଼ତ ଥିବା ଲୋକେ ବଡ଼ ସଫଳତା ପାଇପାରିବେ । ଧାର୍ମିକ କାର୍ଯ୍ୟକଳାପରେ ଟଙ୍କା ଖର୍ଚ୍ଚ ହେବ । ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମୟ ଅନୁକୂଳ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅନ୍ୟକଥାରେ ପଡି଼ ନିଜ ବନ୍ଧୁଙ୍କ ସହ ଝଗଡା କରିପାରନ୍ତି।