Shukra Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ଆଜିଠୁ ଖୋଲିଲା ଏହି ତିନି ରାଶିର ଭାଗ୍ୟ, ବର୍ଷିବ ଟଙ୍କା!
Advertisement

Shukra Gochar 2023: ଦୀର୍ଘ ଦଶନ୍ଧି ପରେ ପଡ଼ୁଛି ଏହି ମହାସଂଯୋଗ, ଆଜିଠୁ ଖୋଲିଲା ଏହି ତିନି ରାଶିର ଭାଗ୍ୟ, ବର୍ଷିବ ଟଙ୍କା!

Shukra Gochar 2023: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ଗମନାଗମନର ନିଜସ୍ୱ ଏକ ଗୁରୁତ୍ୱ ରହିଛି । (shukra gochar 2023 ) ଶୁକ୍ର ଆଜି ମିଥୁନ ରାଶିରେ ଚଳନ କରିଛନ୍ତି। ମେ ମାସ ୩୦ରେ ଅର୍ଥାତ୍ ମଙ୍ଗଳବାର ଦିନ ସକାଳ ୭ଟା ୫୧ ମିନିଟ୍ ସମୟରେ ପୁଣି ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବେ। ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବା ଯୋଗୁଁ ଖାସ୍ କରି ଏହି ତିନି ରାଶିଙ୍କ ଭାଗ୍ୟ ସୁନା ପରି ଚମକିବା ଆଜିଠାରୁ ଆରମ୍ଭ ହୋଇଛି । ପଢନ୍ତୁ ପୁରା ରିପୋର୍ଟ ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Shukra Gochar 2023: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ଗମନାଗମନର ନିଜସ୍ୱ ଏକ ଗୁରୁତ୍ୱ ରହିଛି । ଯେତେବେଳେ କୌଣସି ଏକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରେ । ଏହାର ପ୍ରଭାବ ସମସ୍ତ ରାଶି (zodiac signs ) ଉପରେ ପଡିଥାଏ । ତେବେ,ଏଠାରେ ଆମେ ଆପଣଙ୍କୁ କହୁଛୁ ଯେ,(shukra gochar 2023 ) ଶୁକ୍ର ଆଜି ମିଥୁନ ରାଶିରେ ଚଳନ କରିଛନ୍ତି।  ମେ ମାସ ୩୦ରେ ଅର୍ଥାତ୍ ମଙ୍ଗଳବାର ଦିନ ସକାଳ ୭ଟା ୫୧ ମିନିଟ୍ ସମୟରେ ପୁଣି ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବେ। ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବା ଯୋଗୁଁ  ଖାସ୍ କରି ଏହି ତିନି ରାଶିଙ୍କ ଭାଗ୍ୟ ସୁନା ପରି ଚମକିବା ଆଜିଠାରୁ ଆରମ୍ଭ ହୋଇଛି । ଏବଂ ଏହି ତିନି ରାଶିର (zodiac sign) ବ୍ୟକ୍ତି କ୍ୟାରିୟରେ ବିପୁଳ ସଫଳତା ପାଇବେ । ଏବଂ ଆର୍ଥିକ ସ୍ଥିତି ମଜବୁତ ହେବା ସହ ବିବାହର ଯୋଗ ମଧ୍ୟ ଫିଟିବ । ତେବେ, ଆସନ୍ତୁ ଜାଣିବେ ସେହି ତିନି ରାଶି ବିଷୟରେ ।...

ଏହି ତିନି ରାଶି ଉପରେ ହେବ ଟଙ୍କାର ବର୍ଷା :

କନ୍ୟା: ଶୁକ୍ର ଆଜି ମିଥୁନ ରାଶିରେ ଚଳନ କରିବା ହେତୁ,ଏ-ହାର ପ୍ରଭାବ କନ୍ୟା ରାଶି ଉପରେ ଦେଖିବାକୁ ମିଳିବ । ଏ-ହି ରାଶିର ଭାଗ୍ୟ ଆଜିଠୁ ସୁନାପରି ଚମକିବ।  ଏହି ସମୟରେ ଆପଣଙ୍କର ଆର୍ଥିକ ସ୍ଥିତି (money) ମଜବୁତ ହେବା ସହ କେଉଁ ଆଡୁ ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି । କେବଳ ସେତିକି ନୁହେଁ, ଦିର୍ଘ ଦିନ ଚାକିରି ହେଉ ନଥିବା ଆଶାୟୀମାନେ ମଧ୍ୟ ଏହି ସମୟରେ ଚାକିରୀ ପାଇବେ (career growth)। ଏଭଳି କି ସରକାରୀ ଚାକିରୀର ମଧ୍ୟ ଯୋଗ ରହିଛି।  କାର୍ଯ୍ୟାଳୟରେ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ଥାତ୍ ପଦୋନ୍ନତି ମଧ୍ୟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ଥିବାରୁ ବର୍ଷ ତମାମ ଘରେ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେନି। ଆପଣଙ୍କ ସନ୍ତାନ ମାନଙ୍କର ଏହି ସମୟରେ ନୂତନ ଚାକିରୀ ସୁଯୋଗ ମଧ୍ୟ ରହିଛି। ଏହାସହ ଘରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇବ। 

ଏହାବି ପଢନ୍ତୁ  : Archana Nag Honey Trap Case: ଫସିଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଯେଉଁଠି ଦେଖିବ ପୋଲିସ୍ ସେଇଠି କରିବ ଗିରଫ

ଏହାବି ପଢନ୍ତୁ  : Balangir Royal Family Dispute: ଥାନାକୁ ଘୋଷଡ଼ା ହେବେ ବଲାଙ୍ଗୀର ରାଜ ପରିବାରର ଏହି ପାଞ୍ଚ ସଦସ୍ୟ!

ମିଥୁନ: ଶୁକ୍ରଙ୍କ ଚଳନ ମିଥୁନ ରାଶିରେ ହେବାରୁ, ଏହି ରାଶିର ଲୋକଙ୍କ ଭାଗ୍ୟ ଆଜିଠାରୁ ଖୋଲି ଯାଇଛି। ଏହି ସମୟରେ ଏହି ରାଶିର ଲୋକେ ନୂତନ ଘର, ଜମି ଏବଂ ଗାଡି କ୍ରୟ କରିବାର ସମ୍ଭାବନା ରହିଛି । ବୁଧ ମିଥୁନ ରାଶିର ପ୍ରଭୁ । ଏପରି ପରିସ୍ଥିତିରେ,ଶୁକ୍ରଙ୍କ ପ୍ରଭାବ  ହେତୁ ଏହି ରାଶିରେ ଲୋକେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ମାଆ ଲକ୍ଷ୍ମୀଙ୍କ କୃପା ଏହି ରାଶି ଉପରେ ରହିଛି । ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ପୁର୍ଣ୍ଣ ହେବ । ଏହି ସମୟରେ ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିପାରିବେ। ଏହି ସମୟରେ ଆପଣ ବ୍ୟବସାୟ ପାଇଁ ନୂଆ ଡିଲ୍ ମଧ୍ୟ ଫାଇନାଲ କରିପାରିବେ। ଏଥିରେ ଆପଣ ସଫଳତା ପାଇବେ। ଦିର୍ଘ ଦିନ ଧରି ବିବାହ ହୋଇ ପାରୁନ ଥିବା ଯୁବତ ଯୁବତୀମାନଙ୍କ ପାଇଁ ରାଜଯୋଗ ସୃଷ୍ଟି ହୋଇଛି । ଯଦି ଆପଣ ଏକ ପ୍ରେମ ସଂପର୍କରେ ଅଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ । ଏହି ସମୟରେ ଆପଣ ନିଜ ଜୀବନ ସାଥୀଙ୍କ ସହ ଘର ସଂସାର ମଧ୍ୟ ଆରମ୍ଭ କରିପାରିବେ। 

କର୍କଟ:କର୍କଟ ରାଶିର ଲୋକଙ୍କ ପାଇଁ ରାଜଯୋଗ ସୃଷ୍ଟି ହୋଇଛି । ଏହି ରାଶିର ଲୋକଙ୍କୁ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ହଠାତ୍ କେଉଁ ଆଡୁ ଧନଲାଭର ଯୋଗର ରହିଛି । କମ୍ପିଟେଟିଭ୍ ପରୀକ୍ଷା ଦେଇଥିବା ଆଶାୟୀମାନେ ମଧ୍ୟ ଶୁଭଫଳ ପରୀକ୍ଷାରେ ପାଇବେ। ବିବାହ ପାଇଁ ଏକ ଶୁଭ ସମୟ ମଧ୍ୟ ଏହି ସମୟରେ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ମଧ୍ୟ ଆପଣଙ୍କ ସପକ୍ଷରେ ଯିବ। ଜୀବନସାଥୀ ସହିତ ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ସାମାଜିକ ସମ୍ମାନରେ ବୃଦ୍ଧି ଘଟିବ। ଶତ୍ରୃମାନେ ଆପଣଙ୍କ ବିରୋଧରେ ରଚୁଥିବା ଷଡଯନ୍ତ୍ରରେ ସେମାନେ ବିଫଳ ହେବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )