Archana Nag Honey Trap Case: ଫସିଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଯେଉଁଠି ଦେଖିବ ପୋଲିସ୍ ସେଇଠି କରିବ ଗିରଫ
Advertisement

Archana Nag Honey Trap Case: ଫସିଗଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି, ଯେଉଁଠି ଦେଖିବ ପୋଲିସ୍ ସେଇଠି କରିବ ଗିରଫ

Archana Nag Honey Trap Case: ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag)ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା (shradhanjali behera)। ଖୁବଶିଘ୍ର ବନ୍ଧା ହୋଇପାରନ୍ତି  ଅର୍ଚ୍ଚନା ନାଗଙ୍କ ହନଟ୍ରାପ୍ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ।  ପୋଲିସ୍ ତାଙ୍କୁ ଏଥର ଯେଉଁଠି ଦେଖିବ ସେଇଠି ଗିରଫ କରିବ । କାହିଁକିନା ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନବିଡବ୍ଲୁ ( NBW) ବା ଗିରଫ ବିହିନ ପରଓ୍ବାନା ଜାରି କରିଛି ସିବିଆଇ କୋର୍ଟ (cbi court) । ପଢନ୍ତୁ ପୁରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Archana Nag Honey Trap Case:  ପୁଣି ଚର୍ଚ୍ଚାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ (Lady Blackmailer Archana Nag)ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା (shradhanjali behera)। ଖୁବଶିଘ୍ର ବନ୍ଧା ହୋଇପାରନ୍ତି  ଅର୍ଚ୍ଚନା ନାଗଙ୍କ ହନଟ୍ରାପ୍ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ।  ପୋଲିସ୍ ତାଙ୍କୁ ଏଥର ଯେଉଁଠି ଦେଖିବ ସେଇଠି ଗିରଫ କରିବ । କାହିଁକିନା ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏନବିଡବ୍ଲୁ ( NBW) ବା ଗିରଫ ବିହିନ ପରଓ୍ବାନା ଜାରି କରିଛି ସିବିଆଇ କୋର୍ଟ (cbi court) । ଭୁବନେଶ୍ବର ସିବିଆଇ କୋର୍ଟରେ ଶ୍ରଦ୍ଧାଞ୍ଜଳୀଙ୍କୁ ବାରମ୍ବାର ହାଜର ପାଇଁ ନୋଟିସ  କରାଯାଇଥିବା  ସତ୍ବେ ସେ ହାଜର ହେଉନଥିଲେ।  ଶ୍ରଦ୍ଧାଞ୍ଜଳୀ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସମୟ ଗଡାଇ ଚାଲିଥିଲେ। କୋର୍ଟରେ ହାଜର ନ ହେବାରୁ ଶେଷରେ କୋର୍ଟ ଶ୍ରଦ୍ଧାଞ୍ଜଳୀଙ୍କ  ବିରୋଧରେ ଗିରଫ ବିହିନ ପରଓ୍ବାନା ବା (NBW) ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ, ଶ୍ରଦ୍ଧାଞ୍ଜଳୀଙ୍କୁ ବାଙ୍କୀରୁ ଗିରଫ କରାଯିବ ବୋଲି ଚର୍ଚ୍ଚା ହେଉଛି ।  କାହିଁକିନା, ତାଙ୍କ କୋର୍ଟ କପିରେ ବାଙ୍କି ସ୍ଥିତ ଠିକଣା ରହିଥିବାରୁ, ବାଙ୍କି ଥାନାକୁ ଏନବିଡବ୍ଲୁ ର ଓ୍ବାରେଣ୍ଟ ଯାଇପାରେ। 

ତେବେ ସିବିଆଇ କୋର୍ଟରେ, ହାଜର ହେବାକୁ ଶେଷ ତାରିଖ ଆଣିଥିଲେ ଶ୍ରଦ୍ଧାଞ୍ଜଳି । ଶନିବାର ଶେଷ ତାରିଖ ଥିଲେ ମଧ୍ୟ ସେ କୋର୍ଟକୁ ଯାଇ ନଥିଲେ । ତାଙ୍କ ତରଫରୁ ତାଙ୍କ ଓକିଲ ଅଶୋକ ଦାସ କୋର୍ଟରେ ଶନିବାର(ଗତକାଲି) ହାଜିର ହୋଇଥିଲେ।  ତେବେ କୋର୍ଟରେ ତାଙ୍କ ଓକିଲ ହାଜର‌ ହୋଇ ହାଇକୋର୍ଟରେ ଏନେଇ ଚ୍ୟାଲେଞ୍ଜ ହୋଇଥିବାରୁ ତାଙ୍କୁ ହାଜର ପାଇଁ ସମୟ ମାଗିଥିଲେ। ତେବେ ଏନବିଡବ୍ଲୁ ପରେ ତାଙ୍କ ଓକିଲ  ଅଶୋକ ଦାସ କହିଛନ୍ତି ,ଏନେଇ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ। ହାଇକୋର୍ଟରେ ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା ହୋଇଥିବାରୁ ପରବର୍ତ୍ତୀ ଶୁଣାଣୀ ଜୁନ୍ ୩ରେ ହେବ । 

ଏହାବି ପଢନ୍ତୁ :  Balangir Royal Family Dispute: ଥାନାକୁ ଘୋଷଡ଼ା ହେବେ ବଲାଙ୍ଗୀର ରାଜ ପରିବାରର ଏହି ପାଞ୍ଚ ସଦସ୍ୟ!

 ଏହାବି ପଢନ୍ତୁ :  Shani ki Sadhe sati: ଏହି ୩ ରାଶି ବେଶ ଭାଗ୍ୟବାନ, ଯାହାଙ୍କ ଉପରେ ପଡ଼େ ନାହିଁ ଶନି କୋପଦୃଷ୍ଟି !

ସୂଚନା ଅନୁସାରେ, ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହନିଟ୍ରାପ କରି ୧ କୋଟି ଟଙ୍କା ମାଗିଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ । ଏହି ଘଟଣା ସାମ୍ନାକୁ ଆସିବା ପରେ,  ଅର୍ଚ୍ଚନା ନାଗଙ୍କ ହନଟ୍ରାପ୍ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଓଲଟି ଖଣ୍ଡଗିରି ଥାନାରେ ଅର୍ଚ୍ଚନା ନାଁରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଜୋର ଜବରଦସ୍ତି କରି ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ଫସାଇଛି । ଏବଂ ସବୁ ବଡବଡିଆଙ୍କ ଠାରୁ  ବ୍ଲାକମେଲ୍ କରି ଟଙ୍କା ମାଗିବା ଭଳି ଘଟଣାରେ ନିୟୋଜିତ କରୁଛି। ଏହି ଅଭିଯୋଗ ପରେ,  ଅର୍ଚ୍ଚନା,ତାଙ୍କ ସ୍ବାମୀ ଜଗବନ୍ଧୁ ଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣା ଇଡି ସ୍କାନରକୁ ଆସିବା ପରେ  ଏନେଇ ମନିଲଣ୍ଡରି ମାମଲାରେ ଇଡି ଅର୍ଚ୍ଚନା ,ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ବର ପାତ୍ର ସମେତ ଶ୍ରଦ୍ଧାଞ୍ଜଳି ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ତେବେ ଏହି ଘଟଣା ତଦନ୍ତ ପ୍ରାଥମିକ ଚାର୍ଜସିଟ୍ ଇଡି ସିବିଆଇ କୋର୍ଟରେ‌ ଦାଖଲ କରିଛି । ଏହି ଘଟଣାରେ‌ ଶ୍ରଦ୍ଧାଞ୍ଜଳି କୁ ଛାଡି ଅନ୍ୟ ଅଭିଯୁକ୍ତ ମାନେ ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ଗିରଫ ଭୟରେ ଶ୍ରଦ୍ଧାଞ୍ଜଳି ଦିର୍ ଘଦିନ‌ଧରି କୋର୍ଟଙ୍କୁ ବିଭିନ୍ନ ଆଳ ଦେଖାଇ ଲୁଚି ରହିଛି । ଏବେ କିନ୍ତୁ ସିବିଆଇ କୋର୍ଟ ଏନବିଡବ୍ଲୁ ଜାରି କରିଥିବାରୁ ତାଙ୍କୁ ଶିଘ୍ର ଗିରଫ କରାଯିବ ବୋଲି କୁହାଯାଉଛି। 

ସୂଚନା ଅନୁସାରେ, ଚଳିତ ବର୍ଷ, ଏପ୍ରିଲ୍ ୧୧ ତାରିଖରେ ଲେଡି୍ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଗୋଟିଏ ମାମଲାରେ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ(Odisha high court) ।  (Odia Film Maker Akshay Parija )ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ହୋଇଥିବା ମାମଲା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ତେବେ ଅର୍ଚ୍ଚନାଙ୍କୁ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନଯିବା ଓ ସାକ୍ଷୀଙ୍କୁ ପ୍ରଭାବିତ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ଗୋଟିଏ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିଛି ।  ତେବେ ଅର୍ଚ୍ଚନାଙ୍କ (Archana Nag) ନାଁରେ ଏକାଧିକ ମାମଲା ଥିବାରୁ ଏବେ ସେ ଜେଲରୁ ବାହାରି ପାରିବେନି । ଅର୍ଚ୍ଚନାଙ୍କ (Archana Nag) ବିରୋଧରେ ଆଉ ଦୁଇଟି ମାମଲା ରହିଛି । ଅର୍ଚ୍ଚନାଙ୍କ ବିରୋଧରେ ଶ୍ରଦ୍ଧାଞ୍ଜଳି କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ତଦନ୍ତ ମାମଲା ଏବେବି କୋର୍ଟରେ ବିଚାରାଧୀନ ଅଛି । ଲେଡି ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ବର୍ତ୍ତମାନ ଝାରପଡା ଜେଲରେ ଥିବା ବେଳେ ଶ୍ରଦ୍ଧାଞ୍ଜଳୀ ଏବେ ବାହାରେ ଖୁଲମଖୁଲା ବୁଲୁଛି।