Vastu Tips: ଆପଣ କୋଟିପତି ହେବାକୁ ଚାହୁଁଛନ୍ତି କି ? ଘରେ ଲଗାନ୍ତୁ ଏହି ଗୋଟିଏ ଗଛ, ହେବ ଟଙ୍କାର ବର୍ଷା
Advertisement

Vastu Tips: ଆପଣ କୋଟିପତି ହେବାକୁ ଚାହୁଁଛନ୍ତି କି ? ଘରେ ଲଗାନ୍ତୁ ଏହି ଗୋଟିଏ ଗଛ, ହେବ ଟଙ୍କାର ବର୍ଷା

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଅନେକ ଗଛ ରହିଛି । ଯାହାକୁ ସଠିକ୍ ଦିଗରେ ଲଗାଇଲେ ହିଁ ସକାରାତ୍ମକ ଫଳ ଆପଣଙ୍କୁ ମିଳିଥାଏ । ବାସ୍ତୁଙ୍କ ଅନୁଯାୟୀ, ଯେତେବେଳେ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ କିଛି ଗଛ ଲଗାଯାଏ , ତାହା ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଶୁଭ ଫଳ ପ୍ରଦାନ କରିବା ସହିତ ପରିବାର ସଦସ୍ୟଙ୍କ ଉପରେ କିଛି କୁପ୍ରଭାବ ମଧ୍ୟ ପଡେ ନାହିଁ ।

ସୌଜନ୍ୟ : ସୋସିଆଲ ମିଡିଆ

Vastu Tips: ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଅନେକ ଗଛ ରହିଛି । ଯାହାକୁ ସଠିକ୍ ଦିଗରେ ଲଗାଇଲେ ହିଁ ସକାରାତ୍ମକ ଫଳ ଆପଣଙ୍କୁ ମିଳିଥାଏ । ବାସ୍ତୁଙ୍କ ଅନୁଯାୟୀ, ଯେତେବେଳେ ସଠିକ୍ ଦିଗରେ ଏବଂ ସଠିକ୍ ସ୍ଥାନରେ କିଛି ଗଛ ଲଗାଯାଏ , ତାହା ନିଶ୍ଚିତ ଭାବରେ ଆପଣଙ୍କୁ ଏକ ଶୁଭ ଫଳ ପ୍ରଦାନ କରିବା ସହିତ ପରିବାର ସଦସ୍ୟଙ୍କ ଉପରେ କିଛି କୁପ୍ରଭାବ ମଧ୍ୟ ପଡେ ନାହିଁ । ସେଭଳି ଏକ ଗଛ ହେଉଛି ସ୍ପାଇଡର ପ୍ଲାଣ୍ଟ (Spider Plant)। ଏହି ଗଛ ଦେଖିବାକୁ ବହୁତ ସୁନ୍ଦର । ସାଧାରଣତଃ ଲୋକେ ମାନେ ଏକାକୁ ଘର ସଜାଇବା ପାଇଁ ମଧ୍ୟ ରଖିଥାନ୍ତି। 

ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣଙ୍କ ଭାଗ୍ୟ ବଦଳାଇବାରେ ସ୍ପାଇଡର ପ୍ଲାଣ୍ଟ ମଧ୍ୟ ଅଧିକ ପ୍ରଭାବଶାଳୀ ଅଟେ । ଯଦି ଏହା ସଠିକ୍ ଦିଗରେ ଘରେ ରଖାଯାଏ ,ତେବେ ଏହା ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ । କେବଳ ସେତିକି ନୁହେଁ, ଘରେ ସକରାତ୍ମକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର କରିବାରେ ସହାୟକ ହୁଏ । ତେବେ, ଆସନ୍ତୁ ଏହାର ଲାଭ ଏବଂ ସଠିକ୍ ଦିଗ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବା । 

ଅଫିସ ଓ ଘରେ ମଧ୍ୟ ରଖନ୍ତୁ ଏହି ଗଛ :

ବାସ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି ଆପଣ ଏହି ଗଛକୁ କୌଣସି ଅଫିସ ବା ଅନୁଷ୍ଠାନରେ ରଖନ୍ତି । ତେବେ ଆପଣ ଏହାର ଭଲ ଫଳ ପାଇପାରିବେ ।  ଏହାକୁ ଅଫିସରେ ରଖିବା ଦ୍ୱାରା ଆଖପାଖର ପରିବେଶ ସକରାତ୍ମକ ରହିଥାଏ ଏବଂ କାର୍ଯ୍ୟରେ ବ୍ୟକ୍ତିର ଏକାଗ୍ରତା ବଢିଥାଏ। ଏବଂ ସେମାନେ ଅଗ୍ରଗତି କରନ୍ତି । ଏଥି ସହିତ, ଏହି ଗଛକୁ ରୋଷେଇ ଘର, ବାଲକୋନି, ଷ୍ଟଡି ରୁମ୍ ଏବଂ ଶୋଇବା ଘରେ ମଧ୍ୟ ଆପଣ ରଖିପାରିବ । ଯାହାର ସୁ ପ୍ରଭାବ  ଆପଣ ମଧ୍ୟ ନିଜେ ଅନୁଭବ କରି ପାରିବେ।

ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ :
ବାସ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ସଠିକ୍ ଦିଗରେ ରଖାଯାଏ, ଯେ କୌଣସି ଜିନିଷ ଏହାର ସକରାତ୍ମକ ଫଳ ଆପଣଙ୍କୁ ମିଳିଥାଏ । ସେହିଭଳି, ଘରର ଉତ୍ତର, ପୂର୍ବ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଦିଗରେ ସ୍ପାଇଡର ଗଛ ରଖିବା ଭଲ । ସ୍ପାଇଡର୍ ପ୍ଲାଣ୍ଟ ଏହି ଦିଗରେ ରହିଲେ, ଆପଣଙ୍କୁ ଶୁଭ ଫଳ ଦେଇଥାଏ । କିନ୍ତୁ ଭୁଲରେ ମଧ୍ୟ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଏକ ସ୍ପାଇଡର ପ୍ଲାଣ୍ଟ ଲଗାନ୍ତୁ ନାହିଁ । ନଚେତ୍ ବଡ ବିପଦ ଆପଣଙ୍କ ଉପରକୁ ମାଡି ଆସିପାରେ । 

ଗଛକୁ ସବୁବେଳେ ପାଣି ଦିଅନ୍ତୁ :

ସ୍ପାଇଡର୍ ପ୍ଲାଣ୍ଟ ଦେଖିବାକୁ ବହୁତ ସୁନ୍ଦର ।  ଯଦି ଆପଣ ଏହି ପ୍ଲାଣ୍ଟକୁ ଘରେ ରଖୁଛନ୍ତି, ତେବେ ଧ୍ୟାନ ରଖିବେ ଯେ, ଏହି ଗଛ କେବେବି ଶୁଖି ନ ଯାଏ । ଗଛକୁ କିଛି ପରିମାଣରେ ପାଣି ଦେବାକୁ ପଡିବ । ଏବଂ ଯତ୍ନ ମଧ୍ୟ ନେବାକୁ ପଡିବ। ଯଦି ଏହା କୌଣସି କାରଣରୁ ଶୁଖି ଯାଏ , ତେବେ ତୁରନ୍ତ ଏକ ନୂଆ ଗଛ ଘରେ ଉପଯୁକ୍ତ ସ୍ଥାନରେ ଲଗାନ୍ତୁ ।