Spiny Gourd: ଔଷଧୀୟ ଗୁଣରେ ଭରପୁର ଏହି ପରିବା, ଜାଣନ୍ତୁ ଖାଇବାର ଲାଭ
Advertisement
Article Detail0/zeeodisha/odisha1819294

Spiny Gourd: ଔଷଧୀୟ ଗୁଣରେ ଭରପୁର ଏହି ପରିବା, ଜାଣନ୍ତୁ ଖାଇବାର ଲାଭ

Spiny Gourd: ବଜାରରେ ମିଳୁଥିବା ପରିବା ମଧ୍ୟରୁ କାଙ୍କଡରେ ରହିଛି ଅନେକ ଔଷଧୀୟ ଗୁଣ ଯାହା ଆପଣଙ୍କ ଶରୀର ପାଇଁ ରାମବାଣ ସଦୃଶ ।

Spiny Gourd: ଔଷଧୀୟ ଗୁଣରେ ଭରପୁର ଏହି ପରିବା, ଜାଣନ୍ତୁ ଖାଇବାର ଲାଭ

Spiny Gourd: ବଜାରରୁ ଆପଣ ଆପଣଙ୍କର ଅନେକ ପ୍ରିୟ ପନିପରିବା ଆଣୁଥିବେ ଘରେ ରୋଷେଇ କରିବା ପାଇଁ । କିନ୍ତୁ ସବୁଜ ପରିବା ମଧ୍ୟରେ କାଙ୍କଡ ଖାଇବାର ଅନେକ ଫାଇଦା ରହିଛି । ଏହି ପରିବାରେ ଔଷଧୀୟ ଗୁଣ (Medicinal properties) ବିପୁଳ ମାତ୍ରାରେ ରହିଛି । କୁହାଯାଏ ବଜାରରେ ମିଳୁଥିବା ମାଂସଠାରୁ ମଧ୍ୟ କାଙ୍କଡ ଅଧିକ ଲାଭ ଦେଇଥାଏ ଆମ ଶରୀରକୁ । କାଙ୍କଡରେ ଆଣ୍ଟିଅକ୍ସିଡାଣ୍ଟ (Antioxidants) ଭରପୂର ରହିଥାଏ । ଏଥିସହ ଫ୍ଲାଭୋନାଏଡ୍ ମଧ୍ୟ ରହିଥାଏ ଯାହା  ହୃଦ୍ ରୋଗ, କର୍କଟ, ଚର୍ମ ରୋଗ, ଚକ୍ଷୁ ରୋଗ ଏବଂ ଯକୃତ ସମସ୍ୟା (Liver problems) ପରି ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ । କେବଳ ନିର୍ଦ୍ଦିଷ୍ଟ ଋୁତୁ ତଥା ସମୟସୀମା ପର୍ଯ୍ୟନ୍ତ କାଙ୍କଡ଼ ବଜାରରେ ଉପଲବ୍ଧ ରହିଥାଏ ।

କାଙ୍କଡ଼ ଖାଇବାର ଲାଭ

୧. ଓଜନ ହ୍ରାସ
ଡାକ୍ତରଙ୍କ କହିବା ଅନୁସାରେ କାଙ୍କଡ ଖାଇବା ଦ୍ୱାରା ଓଜନ ହ୍ରାସ (Weight loss) ହୋଇଥାଏ । ତେଣୁ ଯେଉଁମାନଙ୍କର ମେଦ ବହୁଳତା ରହିଛି କିମ୍ୱା ଯେଉଁମାନେ ଏକ ସୁସ୍ଥ ଶରୀର ଗଠନ ପାଇଁ ପରିଶ୍ରମ କରୁଛନ୍ତି ସେମାନେ କାଙ୍କଡ ଖାଇବା ଅଧିକ ଆବଶ୍ୟକ । କାଙ୍କଡରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫାଇବର (Phytonutrients and fiber) ଥାଏ ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । କାଙ୍କଡ ଏପରି ଏକ ପରିବା ଯେଉଁଥିରେ କ୍ୟାଲୋରୀ (calories) ବହୁତ କମ୍ ଥାଏ । ୧୦୦ ଗ୍ରାମ କାଙ୍କଡ ଖାଇଲେ ଆପଣଙ୍କ ଶରୀରକୁ ମାତ୍ର ୧୭ କ୍ୟାଲୋରୀ ମିଳିବ । ତେଣୁ କାଙ୍କଡ଼ ଖାଇବା ଦ୍ୱାରା ଆପଣଙ୍କ ଓଜନ ହେବାରେ ଏହା ଖୁବ ସାହାଯ୍ୟ କରିଥାଏ ।

୨. କର୍କଟ ବିରୋଧୀ ପରିବା
କାଙ୍କଡରେ କାରୋଟିନୋଏଡ୍ (Carotenoids), ଲ୍ୟୁଟିନ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଆମକୁ ଚକ୍ଷୁ ସମ୍ବନ୍ଧୀୟ ଅନେକ ରୋଗରୁ ରକ୍ଷା କରିଥାଏ । କେବଳ ଏତିକି ନୁହେଁ, କାଙ୍କଡ ଖାଇବା ଦ୍ୱାରା କର୍କଟ ହୃଦ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ କମିଥାଏ ବୋଲି କୁହାଯାଏ । କାଙ୍କଡରେ  ଭିଟାମିନ୍ ସି (Vitamin C) ଏବଂ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଶରୀରରୁ ମୁକ୍ତ ରେଡିକାଲ୍ ଏବଂ ଟକ୍ସିନ୍ ବାହାର କରିଥାଏ । ତେଣୁ ଏହା ଆମ ଶରୀରରେ କର୍କଟ ରୋଗ ହେବାର ଆଶଙ୍କା ହ୍ରାସ କରିଥାଏ ।

୩. ମଧୁମେହ ପାଇଁ
ମଧୁମେହରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କାଙ୍କଡ ବେଶ୍ ଫଳପ୍ରଦ । କାରଣ କାଙ୍କଡକୁ ଇନସୁଲିନ୍ ପ୍ଲାଣ୍ଟ (insulin plant) ମଧ୍ୟ କୁହାଯାଇଥାଏ । ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଫାଇବର ଥାଏ ତାହା ମଧୁମେହକାରୀ ଖାଦ୍ୟ ଭାବରେ ଗଣନା କରାଯାଇଥାଏ । ଏହା ମଧୁମେହ ରୋଗୀଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏହାକୁ ମଧୁମେହ ବିରୋଧୀ ପରିବା ବୋଲି ମଧ୍ୟ ଲୋକମାନେ କହିଥାନ୍ତି ।

୪. ଥଣ୍ଡା ଓ କାଶ ପାଇଁ ଲାଭଦାୟକ
କାଙ୍କଡ ଅଧିକାଂଶ ମୌସୁମୀ ସମୟରେ ହିଁ ମିଳିଥାଏ । ମୌସୁମୀ ଋତୁରେ ଆମ ଶରୀରକୁ ହେଉଥିବା ରୋଗ ଦାଉରୁ କାଙ୍କଡ ଖାଇବା ଦ୍ୱାରା ରୋକାଯାଇପାରେ । କାଙ୍କଡ ଏପରି ଏକ ପରିବା ଯାହା ଥଣ୍ଡା, କାଶ ସମେତ ଆହୁରୀ ଅନେକ ରୋଗରୁ ଆମ ଶରୀରକୁ ରକ୍ଷା କରିଥାଏ ।

୫. ତ୍ୱଚାରେ ଚମକ 
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କାଙ୍କଡ ଏପରି ଏକ ପରିବା ଯାହା ଆମ ତ୍ୱଚାରେ ଚମକ ଆଣିଥାଏ । କାଙ୍କଡରେ ଅନେକ ପ୍ରକାରର ଫ୍ଲାଭୋନାଏଡ୍ ରହିଛି । ଯେପରିକି, ଲୁଟେନ୍, ବିଟା କାରୋଟିନ୍, ଜିଆକ୍ସାଣ୍ଟିନ୍ ଇତ୍ୟାଦି ମିଳିଥାଏ । ଏହିସବୁ ଉପାଦାନ ଆମ ଚର୍ମରୁ ମଇଳା ସଫା କରିଥାଏ । ଏଥିସହ ତ୍ୱଚାରେ  ଚମକ ଆଣିଥାଏ । କାଙ୍କଡ଼ରେ ଆଣ୍ଟି-ଏଜିଙ୍ଗ୍ ଗୁଣ ମଧ୍ୟ ରହିଛି । ମିଡିଆ ରିପୋର୍ଟ ଅନୁସାରେ କାଙ୍କଡ଼ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପ୍ରଦୂଷଣ ଏବଂ ବୟସ କାରଣରୁ କୋଷରେ ସୃଷ୍ଟି ହୋଇଥିବା ମୁକ୍ତ ରେଡିକାଲକୁ ଦୂର କରିଥାଏ । ଯାହା ଫଳରେ ଶରୀରକୁ ବାର୍ଦ୍ଧକ୍ୟ ଜନିତ ପ୍ରଭାବରୁ କିଛିକାଂଶରେ କମାଇଥାଏ । କାରଣରୁ ବୟସର ପ୍ରଭାବ କମିଯାଏ।

Also Read- Jio ଦେଉଛି ବମ୍ଫର ଅଫର୍, ୨୮ ଦିନ ପାଇଁ ଦୈନିକ ୩ ଜିବି ସହିତ ୬ ଜିବି ଡାଟା ମାଗଣା ସହ ଫ୍ରି କଲ୍