ଡ୍ରଇଁରୁମରେ ରଖିଛନ୍ତି କି Sofa, ତା ହେଲେ ଜାଣିରଖନ୍ତୁ ଏହି ଜରୁରୀ କଥା
Advertisement

ଡ୍ରଇଁରୁମରେ ରଖିଛନ୍ତି କି Sofa, ତା ହେଲେ ଜାଣିରଖନ୍ତୁ ଏହି ଜରୁରୀ କଥା

ଏହାକୁ ଯେତେବେଳେ ତିଆରି କରାଯାଏ ସେତେବେଳେ ଏହାକୁ ନରମ କରିବାକୁ ସ୍ପଞ୍ଜର ବ୍ୟବହାର କରାଯାଏ । ନରମ ସୋଫା ପ୍ରକୃତରେ ଶରୀର ପ୍ରତି କ୍ଷତିକାରକ ମଧ୍ୟ ହୋଇଥାଏ ।

ଡ୍ରଇଁରୁମରେ ରଖିଛନ୍ତି କି Sofa, ତା ହେଲେ ଜାଣିରଖନ୍ତୁ ଏହି ଜରୁରୀ କଥା

ନୂଆଦିଲ୍ଲୀ: ବହୁତ କମ ଲୋକଙ୍କୁ ଏହା ଜଣା ଥିବ ଯେ, ସୋଫା ଉପରେ ଶୋଇବା ବହୁତ ଖରାପ ଅଭ୍ୟାସ ଅଟେ । ପ୍ରକୃତରେ ସୋଫାରେ ବିଶେଷ କରି ସ୍ପଞ୍ଜର ବ୍ୟବହାର କରାଯାଏ । ଯେଉଁଥିରେ ଶୋଇକି ଉଠିବା ପରେ ଅଣ୍ଟାରେ ପ୍ରବଳ ଦରଜ ଦେଖାଦିଏ । ଗଦି ତୂଳନାରେ ସୋଫା ବହୁତ ନରମ ହୋଇଥାଏ । ଏହାକୁ ଯେତେବେଳେ ତିଆରି କରାଯାଏ ସେତେବେଳେ ଏହାକୁ ନରମ କରିବାକୁ ସ୍ପଞ୍ଜର ବ୍ୟବହାର କରାଯାଏ । ନରମ ସୋଫା ପ୍ରକୃତରେ ଶରୀର ପ୍ରତି କ୍ଷତିକାରକ ମଧ୍ୟ ହୋଇଥାଏ । ଯଦ୍ୱାରା ଏହି ସୋଫାରେ ଶୋଇବା ପରେ ଅଣ୍ଟା ଦରଜ ଭଳି ସମସ୍ୟା ଉପୁଜିଥାଏ ।

ସୋଫା (Sofa) ର ଆକାର ଖଟ ଠାରୁ କମ ହୋଇଥାଏ ତେବେ ଶୋଇବାବେଳେ, ଆମର ଗୋଡ଼କୁ ବଙ୍କା କରିବା ସହ ପାର୍ଶ୍ୱ ପରିବର୍ତ୍ତନ କରିବା ପାଇଁ ଆମକୁ ପର୍ଯ୍ୟାପ୍ତ ସ୍ଥାନ ମିଳୁନଥାଏ । ସେଥିପାଇଁ ଆମେ ବାଧ୍ୟ ହୋଇ ସେହି ସମାନ ଅବସ୍ଥାରେ ଶୋଇଥାଉ । ଏହା ଅଣ୍ଟା ଏବଂ ଶରୀରର ଅନ୍ୟ ଅଙ୍ଗରେ ଯନ୍ତ୍ରଣା ଜନିତ ସମସ୍ୟାକୁ ବଢାଇଥାଏ । ସାଧାରଣତଃ ଘରେ, ସୋଫାକୁ ଏପରି ସ୍ଥାନରେ ରଖାଯାଏ । ଯେଉଁଠାରୁ ପରିବାରର ଅଧିକାଂଶ ଲୋକ ପ୍ରାୟତଃ ଯାତାୟାତ କରନ୍ତି । 

Also Read:  ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

ଏପରି ପରିସ୍ଥିତିରେ, ଯଦି ଆପଣ ସୋଫାରେ ଶୋଇପଡ଼ନ୍ତି, ତେବେ ଆପଣଙ୍କୁ ବେଶି ଶବ୍ଦ ତଥା କଥାବାର୍ତ୍ତାର ମଧ୍ୟ ସାମ୍ନା କରିବାକୁ ପଡି଼ବ । ଯେଉଁଥିପାଇଁ ଆରାମ ପାଇବା ପରିବର୍ତ୍ତେ, ଆପଣଙ୍କ ମୁଣ୍ଡ ଯନ୍ତ୍ରଣା ସହିତ ମୁଣ୍ଡ ବୁଲାଇବା ଆରମ୍ଭ କରେ । ଯଦି ଆପଣ ସୋଫା ଉପରେ ଶୋଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ଶୋଇବା ଅବସ୍ଥା ବା ଶୋଇବା ଶୈଳୀ ଗୋଟିଏ ପ୍ରକାରର ଅଭ୍ୟାସରେ ରହିଯାଇଥାଏ। ତେବେ ଏହା ଶରୀର ପ୍ରତି ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ କାରଣ ଶରୀର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା (Body Pain) ହେବା ଆରମ୍ଭ ହୋଇଯାଇଥାଏ ।

Also Read: ରେକର୍ଡିଂ କରି ହେବ WhatsApp କଲ୍, ଜାଣନ୍ତୁ ପୁରା ପ୍ରୋସେସ୍

ପ୍ରାରମ୍ଭରୁ ଏହି ଯନ୍ତ୍ରଣା ଧିରେ ଧିରେ କମିବାରେ ଲାଗେ ହେଲେ ଏଥିପ୍ରତି ଅଣଦେଖା କରିବା ଅନୁଚିତ୍ । ସୋଫା ଉପରେ କେବଳ କିଛି ସମୟ ପର୍ଯ୍ୟନ୍ତ ଶରୀରକୁ ଆରାମ ଦେଇହେବ ହେଲେ ଲଗାତାର ଭାବେ ୭ ରୁ ୮ ଘଣ୍ଚା ଯଦି ଆପଣ ଶୋଇବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ଶରୀର ପ୍ରତି ଅତ୍ୟନ୍ତ କ୍ଷତିକାରକ।