Weight Loss Tips:- ଓଜନ କମ କରିବାକୁ ଚାହୁଁଛନ୍ତି କି ,ଏହି ସାଲାଡକୁ ନିଜ ଡାଏଟରେ ନିଅନ୍ତୁ ସପ୍ତାହକ ଭିତରେ ଦେଖନ୍ତୁ ପ୍ରଭାବ
Advertisement
Article Detail0/zeeodisha/odisha1248031

Weight Loss Tips:- ଓଜନ କମ କରିବାକୁ ଚାହୁଁଛନ୍ତି କି ,ଏହି ସାଲାଡକୁ ନିଜ ଡାଏଟରେ ନିଅନ୍ତୁ ସପ୍ତାହକ ଭିତରେ ଦେଖନ୍ତୁ ପ୍ରଭାବ

ଓଜନ ବୃଦ୍ଧି କରିବା ଖୁବ ସହଜ କିନ୍ତୁ ଓଜନ କମ କରିବା ଆଜିର ସମୟରେ ବହୁ କଷ୍ଟକର । ଅନେକ ଲୋକେ ନିଜ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ଡାଏଟିଂ ରୁଟିନ ଅନୁସରଣ କରୁଛନ୍ତି । ଅନେକ ଥର ଡାଏଟିଂ ସମୟରେ ଆପଣ ନିଜ ଖାଦ୍ୟରୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ବକୁ ମଧ୍ୟ ହ୍ରାସ କରିଥାଆନ୍ତି । ଏହି କାରଣରୁ ଆପଣ ନିଜ ଓଜନ ହ୍ରାସ କରିଥାଆନ୍ତି ସତ କିନ୍ତୁ ପୁଷ୍ଟିକର ଅଭାବ ହେତୁ କିଛି ସମୟ ପରେ ଆପଣ ଦୁର୍ବଳତା ଏବଂ ଥକ୍କାପଣ ଅନୁଭବ କରିବା ଆରମ୍ଭ କରନ୍ତି । 

 

Weight Loss Tips:- ଓଜନ କମ କରିବାକୁ ଚାହୁଁଛନ୍ତି କି ,ଏହି ସାଲାଡକୁ ନିଜ ଡାଏଟରେ ନିଅନ୍ତୁ ସପ୍ତାହକ ଭିତରେ ଦେଖନ୍ତୁ ପ୍ରଭାବ

ତେଣୁ ଆପଣଙ୍କୁ ନିଜ ଖାଦ୍ୟରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ବ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଯଦି ଆପଣ ଏକ ସୁସ୍ଥ ଶୈଳୀରେ ନିଜ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିଜ ଖାଦ୍ୟରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ବ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଏହି କାରଣରୁ ଓଜନ ହ୍ରାସ କରିବା ଏବଂ ଆପଣଙ୍କ ଇମ୍ୟୁନିଟି ପାୱାରକୁ ଅଧିକ ଶକ୍ତିଶାଳୀ କରିବା ସହ ଆପଣ ସୁସ୍ଥ ଅନୁଭବ କରିପାରିବେ । ଏମିତିରେ ଆପଣ ଓଜନ ହ୍ରାସ କରିବା ପାଇଁ ପ୍ରୋଟିନ୍ ଯୁକ୍ତ ସାଲାଡ୍ ଖାଇବା ଜରୁରୀ । ତେବେ ଚାଲନ୍ତୁ ଜାଣିବା ଓଜନ ହ୍ରାସ କରିବା ପାଇଁ ଆପଣ କେଉଁ ସାଲାଡ ଖାଇବା ଉଚିତ୍ ।   

ଚଣା ଏବଂ ପାଳଙ୍ଗରୁ ତିଆରି ସାଲାଡ-
ଚଣା ଏବଂ ପାଳଙ୍ଗ ଶାଗ ତିଆରିରେ ସାଲାଡ ଆପଣଙ୍କୁ ପ୍ରଚୁର ପ୍ରୋଟିନ ଯୋଗାଇଥାଏ । ଚଣାରେ ପ୍ରୋଟିନ୍ ,କ୍ୟାଲସିୟମ୍ ,ମ୍ୟାଗ୍ନେସିୟମ ,ଜିଙ୍କ,ଆଇରନ,ଭିଟାମିନ୍-ଏ ଇତ୍ୟାଦି ଥାଏ । ଅନ୍ୟପଟେ ପାଳଙ୍ଗରେ ଆଇରନ୍ ଏବଂ ଅନ୍ୟ ପୋଷକ ତତ୍ତ୍ବ ମିଳିଥାଏ ଯାହା ଦ୍ବାରା ଆପଣଙ୍କର ରକ୍ତହୀନତା ଭଳି ସମସ୍ୟା ହେବ ନାହିଁ । ଏଥିପାଇଁ ଓଜନ କମ୍ କରିବା ସମୟରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ । ଏଥିପାଇଁ ଆପଣ ଚଣାକୁ ସିଝାଇବା ପରେ ସେଥିରେ ପୋଦିନା ପତ୍ର,ଚାଟ ମସଲା, ପିଆଜ, ଟମାଟୋ ଏବଂ ଲେମ୍ବୁ ରସ ମିଶାନ୍ତୁ ପରେ ଆପଣ ପାଳଙ୍ଗ ପତ୍ରକୁ ଫୁଟାଇ ସେଥିରେ ପକାନ୍ତୁ । ସମସ୍ତ ଉପକରଣରୁ ଭଲ ଭାବରେ ମିଶାନ୍ତୁ ଏହା ପରେ ସାଲାଡ ଭାବେ ଖାଆନ୍ତୁ। ଦେଖିବେ ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ । 

କାବୁଲି ଚଣା ସାଲାଡ-
କାବୁଲି ଚଣାରୁ ତିଆରି ଛୋଲେ ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ । ଏହା ବ୍ୟତୀତ ବହୁ ତରକାରୀ ଏବଂ ପନିପରିବାରେ ବ୍ୟବହୃତ ହୋଇଥାଏ । ଓଜନ ହ୍ରାସ ପାଇଁ ଆପଣ କାବୁଲି ଚଣାରୁ ପ୍ରସ୍ତୁତ ସାଲାଡ ଖାଇବା ଜରୁରୀ । ଏଥିରେ ଫାଇବର ପ୍ରଚୁର ପରିମାଣରେ ମିଳିଥାଏ । ଏହା ଆପଣଙ୍କ ହାଡ ଏବଂ ହଜମ ପ୍ରକ୍ରିୟା ପାଇଁ ଖୁବ ଉପକାରିତା ଭାବେ ବିବେଚନା କରାଯାଇଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ କାବୁଲି ଚଣାକୁ ସିଝାଇ ନିଅନ୍ତୁ । ଏହା ପରେ ସ୍ବାଦ ଅନୁସାରେ ଛୋଟ ଛୋଟ କରି ପିଆଜ,ଟମାଟୋ,କଞ୍ଚାଲଙ୍କା,ଧନିଆ ପତ୍ର,ଏବଂ ଚାଟ ମସଲା ମିଶାନ୍ତୁ । ଏହାକୁ ଆପଣ ସକାଳ କିମ୍ବା ସନ୍ଧ୍ୟା ସମୟରେ ଖାଇପାରିବେ । ଦେଖିବେ ଆପଣ କିଛି ଦିନରେ ନିଜ ଓଜନକୁ ନିୟନ୍ତ୍ରଣ କରିପାରିବେ ।