Horoscope Today 07 June 2023: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ
Advertisement
Article Detail0/zeeodisha/odisha1727571

Horoscope Today 07 June 2023: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Horoscope Today: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

 
 

ସୌ(ସୋସିଆଲ ମିଡିଆ)

Horoscope Today 07 June 2023: ମେଷ ରାଶି-  ନୂତନ କାର୍ଯ୍ୟରମ୍ଭ କିମ୍ବା ନିଯୁକ୍ତିର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସାହାଯ୍ୟ ଓ ସହାନୁଭୂତି ମିଳିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମାନେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଲାଭ ହେବ ।

ବୃଷ ରାଶି - ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ ପାଠପଢାରେ ଅବହେଳା କରିବେ । ଗୁରୁଜନଙ୍କ ସହ ବିବାଦ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ନେଇ ସମ୍ଭାବନା ରହିଛି ।

ମିଥୁନ ରାଶି- ମନ ଅସ୍ଥିର ରହିବ । ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପ୍ରେମୀ ମାନଙ୍କ ଲାଗି ସମୟ ଅତ୍ୟନ୍ତ ଶୁଭ ରହିବ । ବିଦ୍ୟାର୍ଥୀମାନେ ପାଠ ପଢାରେ ଅବହେଳା କରିପାରନ୍ତି ।

କର୍କଟ ରାଶି- କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ବିଦ୍ୟାର୍ଥୀମାନେ ଅସ୍ଥିର ମନା ହେବେ । ଅର୍ଥ ଲାଭ ନେଇ ଯୋଗ ରହିଛି । କୌଣସି କାରଣକୁ ନେଇ ପରିବାରରେ ବିବାଦ ଦେଖା ଦେଇପାରେ ।

ସିଂହ ରାଶି- ବାଦ ବିବାଦ ପ୍ରତି ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ । କର୍ମରେ ଆଳସ୍ୟତା ଓ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ। ପରିବାର ଲୋକଙ୍କ ସହ ମତାନ୍ତର ହେତୁ ମାନସିକ ଚାପରେ ରହିପାରନ୍ତି ।

କନ୍ୟା ରାଶି- ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ସନ୍ତାନ ସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ । ବାପା ମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ମନ ଭଲ ରହିବ ନାହିଁ । ଅବବାହିତଙ୍କ ବିବାହ ସ୍ଥିର ହୋଇପାରେ ।

ତୁଳା ରାଶି- ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ସ୍ଥାନରେ ପ୍ରଶଂସିତ, ସଫଳତା ଓ ନୂତନ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ମହିଳାମାନେ ଅତିଥି ସତ୍କାର କରିବେ। ଦିନଟି ଭଲରେ ଅତିବାହିତ ହେବ ।

ବିଛା ରାଶି- କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ସହ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କୋର୍ଟ କଚେରୀ ମାମଲାକୁ ନେଇ ଚିନ୍ତିତ ରହିପାରନ୍ତି ।

ଧନୁ ରାଶି- ଦିନଟି ଭଲରେ କଟିଲେ ମଧ୍ଯ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଅର୍ଥକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ବଦଖର୍ଚ୍ଚି ହେବେ । ସ୍ତ୍ରୀଙ୍କ ସହଯୋଗ ମିଳିବ । ପିତାମାତାଙ୍କ ସହ ସୁସମ୍ପର୍କ ରହିବ ।

ମକର ରାଶି- ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ କ୍ଷେତ୍ରରେ ବାଧା ବିଘ୍ନ ଉପୁଜିବ । ବିଦ୍ୟାର୍ଥୀ ମାନେ ପ୍ରଶଂସିତ ହେବେ । ମହିଳାମାନେ ପରିବାରରେ ଆଦର ପାଇବେ ।

କୁମ୍ଭ ରାଶି- ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ପୂରଣ ହେବ । ବ୍ୟବସାୟରେ ଆୟ ବୃଦ୍ଧି ସହ ବ୍ୟୟ ଭାର କମ୍‌ ରହିବ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ପରିବାରରେ ସୁଖଶାନ୍ତି ରହିବ ।

ମୀନ ରାଶି- ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ଲାଗି ଯୋଜନା କରିବେ । ପରିବାରରେ ଅଶାନ୍ତି ଯୋଗୁଁ ମନ ଭଲ ରହିବ ନାହିଁ । ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ ।