Today Panchang 27 July 2023: ତୁଳା ରାଶିରେ ଚନ୍ଦ୍ରମାଙ୍କ ଗୋଚର, ପଞ୍ଚାଙ୍ଗ ଅନୁଯାୟୀ ଜାଣନ୍ତୁ ଆଜିର ଶୁଭ ସମୟ ଓ ରାହୁକାଳ
Advertisement
Article Detail0/zeeodisha/odisha1797848

Today Panchang 27 July 2023: ତୁଳା ରାଶିରେ ଚନ୍ଦ୍ରମାଙ୍କ ଗୋଚର, ପଞ୍ଚାଙ୍ଗ ଅନୁଯାୟୀ ଜାଣନ୍ତୁ ଆଜିର ଶୁଭ ସମୟ ଓ ରାହୁକାଳ

Panchang 27 July 2023: ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ (Sawan 2023) ଚାଲିଛି । ଆଜି ଭଗବାନ ବିଷ୍ଣୁଙ୍କୁ (Lord Vishnu)ଖୁସି କରିବାର ଦିନ । ଆଜି ଶ୍ରାବଣ ଗୁରୁବାର(Today Panchang 27 July 2023)  । ଆଜିର ଦିନରେ ଚନ୍ଦ୍ର ତୁଳା (leo) ରାଶିରେ ରହିବେ । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ । ତେବେ, ଆସନ୍ତୁ ଜାଣିବା ଆଜିର  ଶୁଭ ଓ ଅଶୁଭ ସମୟ ବିଷୟରେ । ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Panchang 27 July 2023: ବର୍ତ୍ତମାନ ପବିତ୍ର ଶ୍ରାବଣ ମାସ (Sawan 2023) ଚାଲିଛି । ଆଜି ଭଗବାନ ବିଷ୍ଣୁଙ୍କୁ (Lord Vishnu)ଖୁସି କରିବାର ଦିନ । ଆଜି ଶ୍ରାବଣ ଗୁରୁବାର(Today Panchang 27 July 2023)  । ଆଜିର ଦିନରେ ଚନ୍ଦ୍ର ତୁଳା (leo) ରାଶିରେ ରହିବେ । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ । ଆଜି ଇଂରାଜୀରେ  ୨୭ ଜୁଲାଇ ଗୁରୁବାର ଅଟେ । ତେବେ, ଆସନ୍ତୁ ଜାଣିବା ଆଜିର  ଶୁଭ ଓ ଅଶୁଭ ସମୟ ବିଷୟରେ । କେଉଁ ସମୟରେ ଆପଣ ଶୁଭ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ପାଇବେ । 

Also Read: Horoscope Today 27 July 2023: ମାଲେମାଲ୍ ହେବା ସହ ଶୁଭଫଳ ପାଇବେ ଏହି ୫ଟି ରାଶି ,ଏହି ୨ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

ଆଜିର ପଞ୍ଚାଙ୍ଗ ଅନୁଯାୟୀ, ଜୁଲାଇ ୨୭ ହେଉଛି (Panchang 27 July 2023) ଶ୍ରାବଣ ମାସର ଶୁକ୍ଲା ପକ୍ଷ ନବମୀ ତିଥି। ଆଜି (ଗୁରୁବାର) ଭଗବାନ ବିଷ୍ଣୁଙ୍କ ପାଇଁ ଉତ୍ସର୍ଗ କରାଯାଇଛି। ଏହି ଦିନ ଉପବାସ ରଖିବା ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ଆପଣ ଆଶୀର୍ବାଦ ପ୍ରାପ୍ତ  ହେବା ସହ ଶୁଭ ଫଳ ପାଇବେ । ଆଜିର ପୂରା ଦିନ ବିଶାଖା ନକ୍ଷତ୍ର ରହିବ।  ବିଶାଖା ନକ୍ଷତ୍ର ହେଉଛି ୧୬ ତମ ନକ୍ଷତ୍ର । ଏହି ନକ୍ଷତ୍ରକୁ ଭଗବାନ କୃଷ୍ଣଙ୍କ ରାଧାଙ୍କ ପ୍ରତି ସ୍ନେହ ଏବଂ ସୁଖର ବାସସ୍ଥାନ ମଧ୍ୟ କୁହାଯାଏ। ଏହି ନକ୍ଷତ୍ରର ପ୍ରଭୁ ହେଉଛନ୍ତି ବୃହସ୍ପତି । ଏହାର ତିନୋଟି ପର୍ଯ୍ୟାୟ ତୁଳାରେ ଏବଂ ଶେଷ ପର୍ଯ୍ୟାୟ ବିଛାରେ ଅଛି। ଏହାର ରାଶି ପ୍ରଭୁ ଶୁକ୍ର ଅଟନ୍ତି।

ଆଜିର ରାହୁକାଳ: ଆଜିର ପଞ୍ଚାଙ୍ଗ (Today Panchang) ଅନୁସାରେ,  ରାହୁକାଳ ରାତ୍ର ୨ଟା ୦୯ରୁ ଅପରାହ୍ନ ୩ଟା ୫୧ ପର୍ଯ୍ୟନ୍ତ ରହିବ । ରାହୁ କାଳରେ ଶୁଭ କାମ ନିଷେଧ ବୋଲି ଧରାଯାଏ । ଯହି ଆପଣ ରାହୁ କାଳରେ କୌଣସି ଶୁଭ କାମ କରୁଛନ୍ତି । ତେବେ, ଆପଣଙ୍କୁ କାର୍ଯ୍ୟରେ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବନି । 

ଆଜିର ମନ୍ତ୍ର:

ଓମ୍ ନମୋ: ଭଗବତେ ବାସୁଦେବାୟ ନମୋଃ । ଏହି ମନ୍ତ୍ର ଜପ କଲେ ଆପଣ ଶୁଭଫଳ ପ୍ରାପ୍ତ କରିପାରିବେ। ଏବଂ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। 

ଶୁଭ ଓ ଅଶୁଭ ସମୟ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତି ପୃଥିବୀରେ ଜନ୍ମ ହେବା କ୍ଷଣି ନବଗ୍ରହଙ୍କର ଶୁଭ ଓ ଅଶୁଭ ପ୍ରଭାବ ତାହା ସହିତ ଯୋଡି ହୋଇଥାଏ । ବେଳେ ବେଳେ ନବଗ୍ରହଙ୍କର ପ୍ରଭାବରେ ମଣିଷକୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ମଣିଷର ଏଭଳି କିଛି ଖରାପ ଅଭ୍ୟାସ ଅଛି ଯାହା ଦ୍ୱାରା ଜୀବନରେ ଅନେକ ବାଧା ଉପୁଜିଥାଏ । ତେବେ ଆଜିର ସୂର୍ଯ୍ୟଦୋୟ ସମୟ ୦୫.୩୮.୧୭ ରହିଥିବା ବେଳେ ସୂର୍ଯ୍ୟାସ୍ତ ସମୟ ୧୯.୧୫.୩୨ ସମୟ ରହିଛି । ଚନ୍ଦ୍ର ଆଜି ତୁଳା ରାଶିରେ ୧୯.୨୮.୪୭ ପର୍ଯ୍ୟନ୍ତ ରହିବେ। ରାହୁକାଳ ରାତ୍ର  ୨ଟା ୦୯ରୁ ଅପରାହ୍ନ ୩ଟା ୫୧ ପର୍ଯ୍ୟନ୍ତ ରହିବ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।  ଶୁଭ ସମୟ (ଶୁଭ ମୁହୁରତ) ୧୨ଟା ୧୨ରୁ ୧୨ଟା ୫୪ ପର୍ଯ୍ୟନ୍ତ ରହିଛି । ଏବଂ ଆଜି ଅପରାହ୍ନ ୩ଟା ୪୯ରୁ ଶୁଭ ସମୟ ମଧ୍ୟ ରହିଛି ହେଉଛି । ଏହି ସମୟରେ ଆପଣ ଯେ କୌଣସି ଶୁଭକାର୍ଯ୍ୟ କରିପାରିବେ।  

ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ସୂଚନା ପାଇଁ ଦିଆଯାଉଛି । ଜି ଓଡ଼ିଶା ଏହାକୁ ନିଶ୍ଚିତ କରେ ନାହିଁ । କୌଣସି ପ୍ରତିକାର ନେବା ପୂର୍ବରୁ, ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଅନ୍ତୁ ।