Tokyo Olympics: ୧୩ ବର୍ଷୀୟା ଆଥଲେଟ୍ ରଚିଲେ ଇତିହାସ, ଅଲିମ୍ପିକରେ ହାସଲ କଲେ ସ୍ୱର୍ଣ୍ଣ ପଦକ
Advertisement

Tokyo Olympics: ୧୩ ବର୍ଷୀୟା ଆଥଲେଟ୍ ରଚିଲେ ଇତିହାସ, ଅଲିମ୍ପିକରେ ହାସଲ କଲେ ସ୍ୱର୍ଣ୍ଣ ପଦକ

ଅଲିମ୍ପିକ୍ ଇତିହାସର ସର୍ବକନିଷ୍ଠରେ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ଆମେରିକୀୟ ଡାଇଭର ମାରଜୋରୀ ଗେଷ୍ଟ୍ରିଙ୍ଗଙ୍କ ନାମରେ ରହିଛି ।

Tokyo Olympics: ୧୩ ବର୍ଷୀୟା ଆଥଲେଟ୍ ରଚିଲେ ଇତିହାସ, ଅଲିମ୍ପିକରେ ହାସଲ କଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ (Tokyo Olympics) ଏକ ସ୍ୱତନ୍ତ୍ର ରେକର୍ଡ଼ ତିଆରି ହୋଇଛି । ଜାପାନର ରାଜଧାନୀ ଟୋକିଓରେ (Tokyo) ଚାଲିଥିବା ବିଶ୍ୱର ସବୁଠାରୁ ବଡ ପ୍ରତିଯୋଗିତାରେ ହଜାର ହଜାର ଖେଳାଳି ଅଂଶଗ୍ରହଣ କରୁଛନ୍ତି । ସେଥିମଧ୍ୟରୁ ଜଣେ ୧୩ ବର୍ଷୀୟା ଜାପାନୀ ଆଥଲେଟ୍ ମୋମିଜି ନିଶିୟା, ଯିଏ ଏହି ଅଲିମ୍ପିକ୍ ଗେମ୍ସରେ ସର୍ବକନିଷ୍ଠ ଅଂଶଗ୍ରହଣକାରୀ । ସେ ସ୍ୱର୍ଣ୍ଣ ପଦକ (Gold Medal) ଜିତିଛନ୍ତି ।

ମାତ୍ର ୧୩ ବର୍ଷ ୩୩୦ ଦିନ ବୟସରେ ଜିତିଲେ ଗୋଲ୍ଡ ମେଡ଼ାଲ
ଜାପାନର ୧୩ ବର୍ଷୀୟା ମୋମିଜି ନିଶିୟା (Momiji Nishiya) ସ୍ୱର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ ଇତିହାସର ସବୁଠାରୁ କନିଷ୍ଠ ଆଥଲେଟ୍ ହୋଇପାରିଛନ୍ତି । ଷ୍ଟ୍ରିଟ୍ ସ୍କାଏଟ୍ ବୋର୍ଡିଂ ପ୍ରତିଯୋଗିତାରେ ନିଶିଆ ଏହି ସଫଳତା ହାସଲ କରିଛନ୍ତି । ମୋମିଜି ନିଶିୟା ସ୍କାଏଟ୍ ବୋର୍ଡିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମଧ୍ୟ ଏହି ଅଲିମ୍ପିକ୍ସର ସର୍ବକନିଷ୍ଠ ଖେଳାଳି ଓ ଏତେ କମ୍ ବୟସରେ ଜାପାନରୁ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଖେଳାଳି ।

ଅଧିକ ପଢ଼ନ୍ତୁ: Tokyo Olympics: ଗୋଲ୍ଡରେ ବଦଳିପାରେ ମିରାବାଇ ଚାନୁଙ୍କ ସିଲଭର ମେଡ଼ାଲ୍, ଜାଣନ୍ତୁ କାରଣ

ମାର୍ଜୋରୀ ଗେଷ୍ଟ୍ରିଙ୍ଗଙ୍କ ନାମରେ ରହିଛି ସର୍ବ କନିଷ୍ଠ ଅଲିମ୍ପିକ୍ ପଦକ ବିଜତାର ରେକର୍ଡ
ଅଲିମ୍ପିକ୍ ଇତିହାସର ସବୁଠାରୁ କନିଷ୍ଠରେ ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ଆମେରିକୀୟ ଡାଇଭର ମାରଜୋରୀ ଗେଷ୍ଟ୍ରିଙ୍ଗଙ୍କ ନାମରେ ର ହିଛି। ସେ ୧୯୩୬ ଅଲିମ୍ପିକ୍ ଗେମ୍ସରେ ୧୩ ବର୍ଷ ୨୬୮ ଦିନ ବୟସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ । ସ୍କେଟ୍ ବୋର୍ଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନିଶିୟା ମଧ୍ୟ ପ୍ରଥମ ଖେଳାଳି ହୋଇପାରିଛନ୍ତି ।

ନିଶିୟା ୧୩ ବର୍ଷ ୩୩୦ ଦିନ ବୟସରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିବାର କୃତିତ୍ୱ ହାସଲ କରିଛନ୍ତି । ସେ ୧୫.୨୬ ସ୍କୋର ସହିତ ଏହି ଟାଇଟଲ୍ ଜିତିଥିଲେ । ବ୍ରାଜିଲର ୧୩ ବର୍ଷୀୟା ରିସା ଲିଲ୍ ୧୪.୬୪ ସ୍କୋର ସହିତ ଇଭେଣ୍ଟର ରୌପ୍ୟ ପଦକ ଜିତିଛନ୍ତି । ଏଥି ସହିତ ଜାପାନର ୧୬ ବର୍ଷୀୟା ଫୁନା ନାକାୟାମା ୧୪.୪୯ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ମହିଳା ନିଜ ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା, ବନାଇଲେ ୱାର୍ଲ୍ଡ ରେକର୍ଡ 

ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସାମିଲ ହୋଇଛି ସ୍କେଟ୍ ବୋର୍ଡିଂ 
ଟୋକିଓରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଅଂଶ ଗ୍ରହଣ କରୁଥିବା ଚାରୋଟି କ୍ରୀଡା ମଧ୍ୟରୁ ସ୍କାଏଟ୍ ବୋର୍ଡିଂ ଅନ୍ୟତମ । ଏହା ବ୍ୟତୀତ ସର୍ଫିଂ, ସ୍ପୋର୍ଟ କ୍ଲାଇମ୍ବିଙ୍ଗ ଓ କରାଟେ ମଧ୍ୟ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରାଯାଇଛି । ଅଲିମ୍ପିକ୍ସକୁ ଜଣେ ଯୁବ ଦର୍ଶକଙ୍କ ନିକଟକୁ ନେବା ଏହାର ଉଦ୍ଦେଶ୍ୟ । ପୋଡିୟମରେ ଉପସ୍ଥିତ ତିନି ଝିଅଙ୍କ ମଧ୍ୟରୁ ଦୁଇଜଣଙ୍କର ବୟସ ୧୩ ବର୍ଷ ଓ ଜଣେ ୧୬ ବର୍ଷ ବୟସ । କିଛି ବିଶେଷଜ୍ଞ ଏହାକୁ ଅଲିମ୍ପିକ୍ସର କନିଷ୍ଠ ପୋଡିୟମକୁ ମଧ୍ୟ କହୁଛନ୍ତି ।