ଏହି ମହିଳା ନିଜ ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା, ବନାଇଲେ ୱାର୍ଲ୍ଡ ରେକର୍ଡ
Advertisement

ଏହି ମହିଳା ନିଜ ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା, ବନାଇଲେ ୱାର୍ଲ୍ଡ ରେକର୍ଡ

ଗିନିଜ୍ ୱାର୍ଲ୍ଡ ରେକର୍ଡ ହେଉଛି ଏପରି ଏକ ପୁସ୍ତକ ଯେଉଁଥିରେ ସାରା ବିଶ୍ୱରୁ ଲୋକମାନେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ଆଗ୍ରହୀ ଅଟନ୍ତି । ଓ ଏଥିପାଇଁ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟଜନକ କାମ କରିଥାନ୍ତି । ସମାନ କ୍ରମରେ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ନିଜ ଜିଭ ଦ୍ୱାରା ପଙ୍ଖାକୁ ଅଟକାଇ ଦେଖାଇଛନ୍ତି ।

 

ଏହି ମହିଳା ନିଜ ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା, ବନାଇଲେ ୱାର୍ଲ୍ଡ ରେକର୍ଡ

ନୂଆଦିଲ୍ଲୀ: ସାରା ବିଶ୍ୱରେ ବହୁତ ଲୋକ ଏପରି ଅଛନ୍ତି ଯେଉଁମାନେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ । ତାଙ୍କର ଏହି ଆଗ୍ରହ ଯୋଗୁଁ ଦୁନିଆ ତାଙ୍କୁ ଚିହ୍ନିଥାଏ । ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବୁ । ଯାହାଙ୍କ ନିଜ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ (Guinness World Records) ପଞ୍ଜୀକୃତ ହୋଇଛି ।ଏହାପଛରେ କାରଣ ହେଉଛି ତାଙ୍କର ଅଦ୍ଭୁତ ଓ ଚମତ୍କାର କାର୍ଯ୍ୟ ।

ଅଧିକ ପଢ଼ନ୍ତୁ: Video: ମନ୍ଧାନାଙ୍କୁ ଜବରଦସ୍ତ ମଦରେ ଗାଧୋଇବାକୁ କରାଗଲା ଚେଷ୍ଟା, ଜାଣନ୍ତୁ କିଏ ଏପରି କଲା

ଜିଭରେ ଅଟକାଇ ପାରନ୍ତି ଚାଲୁଥିବା ପଙ୍ଖା
ମହିଳାଙ୍କ ନାମ ଜୋ ଏଲିସ୍ (Zoe Ellis), ଯିଏ ଜିଭ (Tongue) ସାହାଯ୍ୟରେ ବିନା ହାତ ଲଗାଇ ଚାଲୁଥିବା ପଙ୍ଖା ଅଟକାଇ ପାରନ୍ତି । ସେ ଦୁନିଆର ଏକମାତ୍ର ବ୍ୟକ୍ତି ଯିଏ ଏହିପରି ଛାତିଥରା କାମ କରିପାରନ୍ତି । ସେଥିପାଇଁ ତାଙ୍କ ନାମକୁ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ (Guinness World Records) ଲିପିବଦ୍ଧ କରାଯାଇଛି । ଯେତେବେଳେ ଅଷ୍ଟ୍ରେଲିଆର ଜୋ ଏହି କୀର୍ତ୍ତିମାନ କରୁଥିଲେ, ସେତେବେଳେ ଅନେକ ଲୋକ ମଧ୍ୟ ଏହା ଭୟ କରୁଥିଲେ ଯେ ଏପରି କରିବା ସମୟରେ ତାଙ୍କର ଜିଭ କଟି ଯାଇପାରେ । କିନ୍ତୁ ସେ ଜିଭରେ ପଙ୍ଖାକୁ ଅଟକାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦେଇଥିଲେ ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଭିଡିଓ 
ଜୋ ଏଲିସଙ୍କ ଏହି ଭିଡିଓକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ କ୍ୟାପସନରେ ଲେଖାଯାଇଛି ଯେ ଜୋ ଇଟାଲୀରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ଯେଉଁଠାରେ ସେ ଜିଭରେ ଦ୍ରୁତ ଗତିଶୀଳ ଇଲେକ୍ଟ୍ରିକ ପଙ୍ଖାର ବ୍ଲେଡକୁ ଅଟକାଇ ଦେଉଛନ୍ତି । ସେ ଏହିପରି ଅଟକାଇଥିଲେ ଓ ଜିଭରେ ସର୍ବାଧିକ ଇଲେକ୍ଟ୍ରିକ ପଙ୍ଖାକୁ ଅଟକାଇବା ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ଏହି ରେକର୍ଡ ଆପକୁ ଆପ ଅନନ୍ୟ ଓ ବିପଜ୍ଜନକ ଅଟେ ।