)
Tongue color Sign: ଆପଣ ଜାଣିଛନ୍ତି କି ଆପଣଙ୍କ ଜିଭ ରଙ୍ଗ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ବହୁତ କିଛି କହିପାରେ? ଜିଭର ବିଭିନ୍ନ ରଙ୍ଗ କେତେକ ଗମ୍ଭୀର ରୋଗକୁ ମଧ୍ୟ ସୂଚାଇପାରେ। ଯେତେବେଳେ ଆପଣ ଅସୁସ୍ଥ ହୋଇ ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ପ୍ରାୟତଃ ଆପଣଙ୍କ ଜିଭକୁ ମଧ୍ୟ ଯାଞ୍ଚ କରିଥାନ୍ତି। ଜିଭର ବଦଳୁଥିବା ରଙ୍ଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଜିଭର ବିଭିନ୍ନ ରଙ୍ଗ ବିଭିନ୍ନ ରୋଗର ଲକ୍ଷଣ ହୋଇପାରେ । ଜିଭ୍ ର ପ୍ରାକୃତିକ ରଙ୍ଗ - ଏହାର ଅର୍ଥ ଜିଭ ପ୍ରାକୃତିକ ରଙ୍ଗ ଗୋଲାପୀ ଛଡା ଯଦି ଅନ୍ୟ କୌଣସୀ ରଙ୍ଗର ହେଇଥାଏ ତେବେ ଆପଣ ସତର୍କ ହେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଜିଭ ର ବିଭିନ୍ନ ରଙ୍ଗ ବିଷୟରେ ଯାହା ଆପଣଙ୍କ ଶରୀରକୁ ନେଇ କିଛି ସୂଚନା ଦେଇପାରେ।
କଳା ରଙ୍ଗ - ବେଳେବେଳେ ଜିଭର ରଙ୍ଗ ମଧ୍ୟ କଳା ହୋଇପାରେ। ଜିଭର କଳା ରଙ୍ଗ କର୍କଟ ଭଳି ବିପଦପୂର୍ଣ୍ଣ ଏବଂ ସାଂଘାତିକ ରୋଗର ଲକ୍ଷଣ ହୋଇପାରେ । କଳା ଜିଭ ମଧ୍ୟ ଫଙ୍ଗସ୍ ଏବଂ ଅଲସର ଭଳି ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ ।
ଧଳା ରଙ୍ଗ - ଯଦି ଆପଣଙ୍କ ଜିଭ୍ ର ରଙ୍ଗ ଧଳା ତେବେ ଆପଣଙ୍କ ଶରୀରରେ ଜଳର ଅଭାବ ଥାଇପାରେ । ଏହା ବ୍ୟତୀତ ଧଳା ରଙ୍ଗର ଜିଭ ଲ୍ୟୁକୋପ୍ଲାକିଆ ପରି ଏକ ଗୁରୁତର ରୋଗକୁ ମଧ୍ୟ ସୂଚାଇପାରେ ।
ହଳଦିଆ ରଙ୍ଗ- ଆପଣଙ୍କ ଜିଭ ମଧ୍ୟ ବେଳେ ବେଳେ ହଳଦିଆ ହୋଇଯାଏ କି?ଯଦି ହଁ, ତେବେ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଉପରେ ଧ୍ୟାନ ଦେବା ଉଚିତ୍ । ପାଟିରେ ଥିବା ଭୂତାଣୁ ଯୋଗୁଁ ଜିଭ ମଧ୍ୟ ହଳଦିଆ ହୋଇପାରେ । ଏହି ହଳଦିଆ ରଙ୍ଗର ଜିଭ ଯକୃତ ସ୍ୱାସ୍ଥ୍ୟରେ ମଧ୍ୟ ଏକ ସମସ୍ୟା ସୂଚାଇପାରେ।
ନାଲି ରଙ୍ଗ- ଜିଭର ଲାଲ ରଙ୍ଗ ଭିଟାମିନ୍ ବି ଏବଂ ଆଇରନର ଅଭାବକୁ ସୂଚିତ କରେ । ଏହି ନାଲି ରଙ୍ଗର ଜିଭ ଫ୍ଲୁ, ଜ୍ୱର ଏବଂ ସଂକ୍ରମଣର ଲକ୍ଷଣ ମଧ୍ୟ ହୋଇପାରେ । ଯଦି ଆପଣ ମଧ୍ୟ ଜିଭ୍ ର ରଙ୍ଗ ବଦଳୁଥିବା ଲକ୍ଷ୍ୟ କରିଛନ୍ତି, ତେବେ ତୁରନ୍ତ ଜଣେ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଜିଭକୁ ସଫା କରିବା ଦ୍ୱାରା ୭୫ ପ୍ରତିଶତ ଗନ୍ଧକ ଯୌଗିକ ଦୂର କରିଥାଏ।
ବ୍ୟାକ୍ଚେରିଆ କମ୍ ହୋଇଥାଏ
ଅଧ୍ୟୟନ ଅନୁଯାୟୀ, ପାଟି ସ୍ୱାସ୍ଥ୍ୟ ପାଇଁ ଜିଭ ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଯଦି ଆମେ ପ୍ରତିଦିନ ଜିଭ ସଫା କରୁ ତେବେ ଆମର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।
ଯଦି ଜିଭ ସଫା ନଥାଏ ତେବେ ସ୍ୱାଦ ବାରିବାରେ ଅସୁବିଧା ଉପୁଜେ
ଏକ ଗବେଷଣାରୁ ଜଣାପଡିଛି ଯେ ଜିଭରେ ଜମା ହୋଇଥିବା ମଇଳା ଯୋଗୁଁ ଖାଦ୍ୟ ଭଲ ଲାଗେ ନାହିଁ । ତେଣୁ ପରୀକ୍ଷା ପାଇଁ ଜିଭକୁ ସଫା କରିବା ଜରୁରୀ ଅଟେ।
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।