ଛାତି, ପେଟ ଜ୍ୱଳନ ବଢ଼ାଉଛି କି ସମସ୍ୟା ? ତୁରନ୍ତ ଆରାମ ପାଇଁ ଆପଣାନ୍ତୁ ଏହି ୪ଟି ଘରୋଇ ଉପଚାର
Advertisement
Article Detail0/zeeodisha/odisha1358807

ଛାତି, ପେଟ ଜ୍ୱଳନ ବଢ଼ାଉଛି କି ସମସ୍ୟା ? ତୁରନ୍ତ ଆରାମ ପାଇଁ ଆପଣାନ୍ତୁ ଏହି ୪ଟି ଘରୋଇ ଉପଚାର

Stomach Burning: ଯେତେବେଳେ ଆପଣ ବ୍ୟସ୍ତତା କାରଣରୁ ଶୀଘ୍ର ଖାଦ୍ୟ ଖାଆନ୍ତି, କିମ୍ବା ଖାଇବା ପରେ ତୁରନ୍ତ ଶୋଇପଡନ୍ତି, ଏହା ଆପଣଙ୍କ ପେଟ ଉପରେ ଅତିରିକ୍ତ ଚାପ ପଡ଼ିଥାଏ । ଯେଉଁ କାରଣରୁ ପେଟରେ ଜ୍ୱଳନ ବଢ଼ିଯାଇଥାଏ । 

ଛାତି, ପେଟ ଜ୍ୱଳନ ବଢ଼ାଉଛି କି ସମସ୍ୟା ? ତୁରନ୍ତ ଆରାମ ପାଇଁ ଆପଣାନ୍ତୁ ଏହି ୪ଟି ଘରୋଇ ଉପଚାର

Stomach Burning: ଏକ ସମୟ ଥିଲା ଯେତେବେଳେ ଲୋକମାନେ ନିୟମିତ ଠିକ୍ ସମୟରେ ଭୋଜନ କରୁଥିଲେ । କିନ୍ତୁ ଆଜିକାଲିର ଫାଷ୍ଟ ଲାଇଫଷ୍ଟାଇଲ ଯୁଗରେ ଲୋକଙ୍କ କୌଣସି ନିର୍ଦ୍ଦିଷ୍ଟ ଖାଦ୍ୟ ସମୟ ରହୁନାହିଁ । ଧୀରେଧୀରେ ଏହି ବଦଭ୍ୟାସ ଅନେକ ରୋଗର କାରଣ ବି ହେଉଛି । ଯାହାଫଳରେ ଆଜିକାଲି ପେଟ ଜ୍ୱଳନ ଏକ ସାଧାରଣ ସମସ୍ୟା ହୋଇଯାଇଛି । ପେଟରେ ଜ୍ୱଳନ ଅନୁଭବର କାରଣ ହେଉଛି ଏସିଡ୍ ରିଫ୍ଲକ୍ସ (Acid reflux) । ଏହି କାରଣରୁ, ସମଗ୍ର ଜୀବନଶୈଳୀ ଉପରେ କୁପ୍ରଭାବ ପଡ଼ିଥାଏ । 

ପେଟ ଜ୍ୱଳନର କାରଣ (Causes of stomach burning)

ଯଦିଓ ପେଟରେ ଜ୍ୱଳନ ସମସ୍ୟାର ସମାଧାନ ପାଇଁ ଆମେ ଅନେକ ପ୍ରକାର ଘରୋଇ ଉପଚାର ଆପଣାଇ ପାରିବା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟ ପେଟର ନିମ୍ନ ଭାଗରେ ପହଞ୍ଚିବା ପରେ ପୁନର୍ବାର ଖାଦ୍ୟନଳୀର ଉପରକୁ ଆସିବା କାରଣରୁ ଏସିଡ ରିଫ୍ଲକ୍ସ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାକୁ ଗ୍ୟାଷ୍ଟ୍ରୋସୋଫେଗଲ୍ ରିଫ୍ଲକ୍ସ ରୋଗ (Gastroesophageal Reflux Disease) କୁହାଯାଇଥାଏ । ନିମ୍ନଲିଖିତ କାରଣ ଗୁଡ଼ିକ ପେଟ ଜ୍ୱଳନ ବଢ଼ାଇଥାଏ । ଯଥା-

  • ମେଦବହୁଳତା
  • ଗର୍ଭାବସ୍ଥା
  • ହାର୍ନିଆ
  • ମଦ୍ୟପାନ
  • ଧୂମପାନ
  • ଖାଦ୍ୟ ଖାଇବା ପରେ ତୁରନ୍ତ ଶୟନ

ଏହାବ୍ୟତୀତ କିଛି ଔଷଧ ମଧ୍ୟ ପେଟ ଜ୍ୱଳନ ସମସ୍ୟା ବଢ଼ାଇଥାଏ । ଯଥା-

 

  • ଆସ୍ଥମା ଉପଚାର ପାଇଁ ଖାଉଥିବା ଔଷଧ
  • ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ କରିବା ପାଇଁ ଖାଉଥିବା ଔଷଧ
  • ଆଲର୍ଜି ପାଇଁ ବ୍ୟବହାର ହେଉଥିବା ଔଷଧ
  • ନିଦ ଔଷଧ
  • ଡିପ୍ରେସନ ସ୍ଥିତିରେ ଖାଉଥିବା ଆଣ୍ଟିଡିପ୍ରେସେଣ୍ଟ ଔଷଧ
  • ଅନିୟମିତ୍ତ ଋତୁସ୍ରାବ ରୋକିବାକୁ ଖାଉଥିବା ଔଷଧ

ପେଟ ଜ୍ୱଳନର ଲକ୍ଷଣ

  • ପେଟ, ଛାତି ଓ ଗଳାରେ ଜ୍ୱଳନ ସମସ୍ୟା
  • ବାନ୍ତି ଲାଗିବା
  • ମୁଖ ଦୁର୍ଗନ୍ଧ
  • ଗଳା ଯନ୍ତ୍ରଣା 
  • କାଶ 
  • ବାରମ୍ବାର ହିକ୍କା ଆସିବା
  • ଖାଦ୍ୟ ଖାଇବା ସମୟରେ ସମସ୍ୟା

ପେଟ ଜ୍ୱଳନ ସମସ୍ୟା ଦୂର କରିବାକୁ ଘରୋଇ ଉପାଚାର

ଡକ୍ଟରଙ୍କ ପରାମର୍ଶ ଅନୁଯାୟୀ ଛାତି, ପେଟ ଏବଂ ଗଳା ଜ୍ୱଳନ ସମୟରେ କିଛି ସରଳ ଘରୋଇ ଉପଚାର ଗ୍ରହଣ କରାଯିବା ଉଚିତ୍। ଏହି ଉପଚାରଗୁଡ଼ିକ ପେଟରେ ଜ୍ୱଳନ ଦୂରକରିନପାରେ, କିନ୍ତୁ ଯନ୍ତ୍ରଣାର ଉପଶମ ହୋଇପାରିବ । ଗୁରୁତର ଅବସ୍ଥାରେ ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଇବା ଉଚିତ୍ । 

ପ୍ରଥମ ଘରୋଇ ଉପଚାର- ଆପଲ୍ ସାଇଡର୍ ଭିନେଗାର୍

ସାମଗ୍ରୀ- ଆପଲ୍ ଭିନେଗାର ଦୁଇରୁ ତିନି ଚାମଚ, ମହୁ (ଇଚ୍ଛାଧୀନ) ଦୁଇରୁ ତିନି ବୁନ୍ଦା, ଏକ ଚତୁର୍ଥାଂଶ କପ୍ ପାଣି 

କିପରି ଖାଇବେ ?

ସମସ୍ତ ଉପାଦାନକୁ ମିଶ୍ରଣ କରନ୍ତୁ ଏବଂ ପେଟ ଜ୍ୱଳନ ହେଉଥିବାବେଳେ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ ପିଅନ୍ତୁ । 

ଏହା କିପରି ଲାଭଦାୟକ?

ଖାଦ୍ୟ ଖାଇବାର ୩୦ ମିନିଟ୍ ପୂର୍ବରୁ ଏହି ମିଶ୍ରଣ ପିଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହେବା ସହ ପେଟ ଜ୍ୱଳନ ହ୍ରାସ ସମ୍ଭାବନା ରହିଛି । ଯାହା କିଛି ମାତ୍ରାରେ ଆରାମ ଦେଇପାରେ । 

ଦ୍ୱିତୀୟ ଘରୋଇ ଉପଚାର- ଲେମ୍ବୁ ରସ

ସାମଗ୍ରୀ - ଗୋଟିଏ ଚାମଚ ସତେଜ ଲେମ୍ବୁ ରସ, ଗୋଟିଏ ଗ୍ଲାସ ଉଷୁମ ପାଣି 

କିପରି ଖାଇବେ ?

ପାଣିରେ ଲେମ୍ବୁ ରସ ମିଶ୍ରିତ କରି ପିଅନ୍ତୁ । 

ଏହା କିପରି ଲାଭଦାୟକ?

ପେଟରେ ଘା’ହେବା ଦ୍ୱାରା ପେଟରେ ଜ୍ୱଳନ ସମସ୍ୟା ବି ଦେଖାଦେଇପାରେ । ଏଭଳି ପରିସ୍ଥିତିରେ ଲେମ୍ବୁ ରସ ପିଇବା ଦ୍ୱାରା ସମସ୍ୟାରେ କିଛି ମାତ୍ରାରେ ଉପଶମ ମିଳିପାରେ । ବାସ୍ତବରେ, ଲେମ୍ବୁରେ ଆଣ୍ଟିଅଲସର ଥିବାଯୋଗୁ କିଛି ମାତ୍ରାରେ ସକରାତ୍ମକ ପ୍ରଭାବ ଦେଖାଇ ଥାଏ । ଯାହା ପେଟ ଜ୍ୱଳନ ଆଶଙ୍କା କମାଇପାରେ । 

ତୃତୀୟ ଘରୋଇ ଉପଚାର- ଘି କୁଆଁରୀ (aloevera)

ସାମଗ୍ରୀ- ଆଲୋଭେରା ରସ ଗୋଟିଏ କପ୍ 

କିପରି ଖାଇବେ ?

ଭୋଜନର ୩୦ ମିନିଟ୍ ପୂର୍ବରୁ ଅଧା କପ୍ ଆଲୋଭେରା ରସ ପିଅନ୍ତୁ ।

ଏହା କିପରି ଲାଭଦାୟକ?

ଆଲୋଭେରା ରସରେ ଆନ୍ଥ୍ରାକ୍ଇନୋନ୍ସ (Anthraquinones) ନାମକ ଯୌଗିକ ଥାଏ, ଯାହାର ଲକ୍ସାଟିଭ୍ (ପ୍ରାକୃତିକ ଭାବେ ପେଟ-ସଫା କରିବା ଗୁଣ) ଥାଏ । ଏହା ଆପଣଙ୍କ ଅନ୍ତନଳୀରେ ଜଳର ପରିମାଣ ବୃଦ୍ଧି କରିବା ସହ ଜଳ ସ୍ରୋତକୁ ସୁଗମ କରିଥାଏ । 

ଚତୁର୍ଥ ଘରୋଇ ଉପଚାର- କ୍ଷୀର

ସାମଗ୍ରୀ - ଗୋଟିଏ ଗ୍ଲାସ ଥଣ୍ଡା କ୍ଷୀର 

ଏହା କିପରି ଲାଭଦାୟକ?

ପେଟରେ ଜ୍ୱଳନ ସମୟରେ ଅପରାହ୍ନରେ ଖାଇବା ପରେ ଗୋଟିଏ ଗ୍ଲାସ ଥଣ୍ଡା କ୍ଷୀର ପିଅନ୍ତୁ ।

ଏହା କିପରି ଲାଭଦାୟକ?

ଥଣ୍ଡା କ୍ଷୀରକୁ ପେଟ, ଛାତିରେ ଜ୍ୱଳନ ସମୟରେ ଘରୋଇ ଉପଚାର ଭାବରେ ବ୍ୟବହାର କରାଯାଇପାରେ। ଥଣ୍ଡା କ୍ଷୀରରେ ଆଣ୍ଟାସିଡ୍ ଗୁଣ ରହିଛି, ଯାହା ହାଇପରାସିଡିଟି ହ୍ରାସ କରି ପେଟର ଜ୍ୱଳନକୁ ଦୂର କରିବାରେ ସହାୟକ ହୋଇଥାଏ ।