IAS ହେବା ପାଇଁ କରନ୍ତୁ ଏହିପରି ପ୍ରସ୍ତୁତି, ମିଳିବ ସଫଳତା, ହୋଇପାରିବେ ଅଫିସର
Advertisement

IAS ହେବା ପାଇଁ କରନ୍ତୁ ଏହିପରି ପ୍ରସ୍ତୁତି, ମିଳିବ ସଫଳତା, ହୋଇପାରିବେ ଅଫିସର

UPSC: ଯେକୌଣସି ପରୀକ୍ଷାରେ ସଫଳ ହେବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାର ପ୍ରସ୍ତୁତି । ଆହୁରି ମଧ୍ୟ, ଯେକୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ, ପାର୍ଥି ଏହାକୁ ଭଲଭାବେ ପ୍ଲାନିଂ କରିବା ଉଚିତ୍ ।

IAS ହେବା ପାଇଁ କରନ୍ତୁ ଏହିପରି ପ୍ରସ୍ତୁତି, ମିଳିବ ସଫଳତା, ହୋଇପାରିବେ ଅଫିସର

UPSC Preparation: ଦେଶର ପ୍ରତ୍ୟକ ଯୁବବର୍ଗ IAS ହେବାକୁ ଇଚ୍ଛା କରନ୍ତି କିନ୍ତୁ କେବଳ ଜଣେ ଇଚ୍ଛା କଲେ ଏହା ହୋଇ ନ ଥାଏ । ବାସ୍ତବରେ, UPSC ପରୀକ୍ଷା ହେଉଛି ଦେଶର ସବୁଠାରୁ କଠିନ ପରୀକ୍ଷା । ଯଦି ଏହି ପରୀକ୍ଷା ପାଇଁ କରାଯାଉଥିବା ପ୍ରସ୍ତୁତିରେ ଟିକିଏ ବି ଗଡ଼ବଡ଼ ହୋଇଯାଏ ତେବେ ଆବେଦନକାରୀଙ୍କ (Applicant) ସ୍ୱପ୍ନ ସାକାର ହୋଇପାରି ନ ଥାଏ । ଯଦି ପୂରା ପ୍ଲାନିଂ ସହିତ ଏହାର ପ୍ରସ୍ତୁତି କରାଯାଏ, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା (Success) ପାଇ ପାରିବେ । ପ୍ରାୟତଃ ପ୍ରାର୍ଥୀମାନେ ପ୍ରଥମ ପ୍ରୟାସରେ ବିଫଳ ହେବା ପରେ ହାର ମାନିଯାନ୍ତି, କିନ୍ତୁ ସେମାନେ ଏହା କରିବା ଉଚିତ୍ ନୁହେଁ । ପ୍ରାର୍ଥୀଙ୍କୁ ପୁଣି ଥରେ ନିଜର ପ୍ଲାନିଂକୁ ଦେଖିବାକୁ ପଡିବ ଏବଂ ସେ କେଉଁଠାରେ ତ୍ରୁଟି କରିଛନ୍ତି, ଏହାକୁ ସଂଶୋଧନ କରିବାକୁ ହେବ ଏବଂ ପୁନର୍ବାର ଚେଷ୍ଟା କରିବାକୁ ପଡିବ ।

UPSC ପରୀକ୍ଷା ଦେବା ପାଇଁ ଜଣେ ପ୍ରାର୍ଥୀଙ୍କ ସର୍ବନିମ୍ନ ୨୧ ବର୍ଷ ଓ ସର୍ବାଧିକ ୩୨ ବର୍ଷ ବୟସ ମଧ୍ୟରେ ରହିବା ଆବଶ୍ୟକ । ଏଥି ସହିତ, ପଛୁଆ ଓ ଅନ୍ୟାନ୍ୟ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ଏଥିରେ ଆରାମ ପ୍ରଦାନ କରାଯାଏ । ଯେଉଁଥିରେ  ୨୧ ବର୍ଷରୁ ୩୫ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପରୀକ୍ଷା ଦେଇ ପାରିବେ । 

ଏହିପରି କରନ୍ତୁ ଆରମ୍ଭ
ସର୍ବପ୍ରଥମେ ପରୀକ୍ଷା ବିଷୟରେ ସମ୍ପୂର୍ଣ୍ଣ ସୂଚନା ରହିବା ଆବଶ୍ୟକ । ପରୀକ୍ଷାର ସିଲାବସ୍ ବୁଝିବା ଅତ୍ୟନ୍ତ ଜରୁରୀ । ଏହାପରେ ସେହି ଅନୁଯାୟୀ ଏକ ରଣନୀତି ପ୍ରସ୍ତୁତ କରନ୍ତୁ ଏବଂ ଅଧ୍ୟୟନ ସାମଗ୍ରୀ ସଂଗ୍ରହ କରନ୍ତୁ । ଯତ୍ନର ସହିତ ଅଧ୍ୟୟନ କରନ୍ତୁ । ଅଧ୍ୟୟନ ସହିତ, ଲେଖା ପ୍ରାକ୍ଟିସ ମଧ୍ୟ ଆବଶ୍ୟକ । ଯଥାସମ୍ଭବ ମକ୍ ଟେଷ୍ଟ୍ ଦିଅନ୍ତୁ । ଖବରକାଗଜ ଏବଂ ମେଗାଜିନ ପଢ଼ନ୍ତୁ ।

ପ୍ରତିଦିନ ପଢ଼ନ୍ତୁ
ପ୍ରସ୍ତୁତି ଆରମ୍ଭରୁ ସିଲାବସ୍ ଉପରେ ନଜର ରଖନ୍ତୁ । ବହିଗୁଡ଼ିକ ସହିତ, ସିଲାବସ୍ ମଧ୍ୟ ସମାପ୍ତ କରନ୍ତୁ । ସମସ୍ତ ବିଷୟ ପାଇଁ ସମୟ ସ୍ଥିର କରନ୍ତୁ । ସେହି ଅନୁଯାୟୀ ବିଷୟଗୁଡିକ ମଧ୍ୟ କଭର୍ କରନ୍ତୁ । ପ୍ରତିଦିନ ଏକ ଘଣ୍ଟା ପାଇଁ ଖବରକାଗଜ ପଢ଼ନ୍ତୁ । ସିଭିଲ ସର୍ଭିସ ପାଇଁ କରେଣ୍ଟ ଏଫୟାର୍ସ ବିଷୟରେ ଜ୍ଞାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ଦିନର ଅଧ୍ୟୟନକୁ ମଧ୍ୟ ହାତଛଡ଼ା ନକରିବାକୁ ଚେଷ୍ଟା କରନ୍ତୁ ।

ସଂଶୋଧନ ଆବଶ୍ୟକ
ପରୀକ୍ଷା ପାଇଁ ଅଧ୍ୟୟନ ସହିତ ରିଭିଜନ (Revision) ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେଉଁ ବିଷୟକୁ ପଢ଼ିସାରିଛନ୍ତି, ଦ୍ୱିତୀୟ ଦିନରେ ଆପଣ ସେ ବିଷୟଗୁଡ଼ିକର ରିଭିଜନ କରନ୍ତୁ । ଏକାସାଙ୍ଗରେ ଏହାକୁ ନୋଟ୍ ମଧ୍ୟ କରନ୍ତୁ ।

ଚେକ୍ ଲିଷ୍ଟ ପ୍ରସ୍ତୁତ କରନ୍ତୁ
ସିଲାବସ୍ ର ଏକ ଚେକ୍ ଲିଷ୍ଟ (Checklist) ପ୍ରସ୍ତୁତ କରନ୍ତୁ । ଆପଣ ଯେକୌଣସି ବିଷୟ ପୂରା କରିବେ, ଏହାକୁ ଲିଷ୍ଟରେ ଚିହ୍ନିତ କରନ୍ତୁ । ଆପଣଙ୍କ ଚେକଲିଷ୍ଟ ଅନୁଯାୟୀ ସିଲାବସ୍ ସମାଧାନ ଜାରି ରଖନ୍ତୁ । ମନେରଖନ୍ତୁ ଯେପରି କୌଣସି ବିଷୟ ଆପଣଙ୍କଠାରୁ ମିସ୍ ନ ହେବା ଉଚିତ୍ । 

ପୁରୁଣା ପେପେର୍ସର ପ୍ରାକ୍ଟିସ୍
ପୂର୍ବ ବର୍ଷର ପେପେର୍ସକୁ ଦେଖି ଆପଣ ବୁଝି ପାରିବେ ଯେ ଆପଣ କେଉଁ ବିଷୟ ଗୁଡିକୁ ଅଧିକ ସମୟ ଦେବେ ଏବଂ କାହାକୁ କମ୍ । ପରକ୍ଷାର ଢାଞ୍ଚାକୁ ବୁଝିବା ପାଇଁ ପୂର୍ବ ୧୦ ବର୍ଷର ପେପେର୍ସକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଯେଉଁଥିପାଇଁ ଆପଣଙ୍କ ଟାଇମ ମେନେଜମେଣ୍ଟ (Time Management) ମଧ୍ୟ ଭଲ ହେବ ।

ଏହା ବି ପଢ଼ନ୍ତୁ: ଛିଡା ହୋଇ ପାଣି ପିଇବା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ? ଜାଣନ୍ତୁ କେତେବେଳେ ଓ କିପରି ପିଇବେ ପାଣି

ଏହା ବି ପଢ଼ନ୍ତୁ: ରେଲୱେ ଚାକିରି ଖୋଜୁଥିବା ପାର୍ଥୀ ରୁହନ୍ତୁ ସାବଧାନ, ଗୋଟିଏ ଭୁଲ ଯୋଗୁଁ ଲାଗିପାରେ ଆଜୀବନ ବ୍ୟାନ