ବିନା ଇଣ୍ଟରନେଟରେ ଦିନରାତି ଦେଖିପାରିବେ ୟୁଟ୍ୟୁବ ଭିଡିଓ : କରନ୍ତୁ ଫୋନରେ ଏହି ସେଟିଂ
Advertisement
Article Detail0/zeeodisha/odisha2287325

ବିନା ଇଣ୍ଟରନେଟରେ ଦିନରାତି ଦେଖିପାରିବେ ୟୁଟ୍ୟୁବ ଭିଡିଓ : କରନ୍ତୁ ଫୋନରେ ଏହି ସେଟିଂ

YouTube Free Videos Download:ୟୁଟ୍ୟୁବ୍ ଭିଡିଓ ଇଣ୍ଟରନେଟ ସରିବା ପରେ ମଧ୍ୟ ଦେଖିପାରିବେ ଏହି ସୁବିଧା ଆପଣଙ୍କ ୟୁଟ୍ୟୁବ୍‌ ଆପରେ ଉପଲବ୍ଧ.. ସମ୍ପୂର୍ଣ ପଢନ୍ତୁ।

youtube video download

ୟୁଟ୍ୟୁବ୍ ହେଉଛି ବିଶ୍ୱବ୍ୟାପୀ ସର୍ବାଧିକ ଦେଖାଯାଉଥିବା ଭିଡିଓ ଷ୍ଟ୍ରିମିଂ ଆପ୍ ।କାରଣ ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ୟୁଟ୍ୟୁବରେ ବିଭିନ୍ନ ବର୍ଗର ବିଷୟବସ୍ତୁ ରହିଥାଏ। ଭିଡିଓ ଦେଖିବା ଏବଂ ଗୀତ ଶୁଣିବା ପାଇଁ ୟୁଟ୍ୟୁବ ସବୁଠାରୁ ପସନ୍ଦଯୋଗ୍ୟ ପ୍ଲାଟଫର୍ମରେ ପରିଣତ ହୋଇଛି।

 କିନ୍ତୁ ବେଳେବେଳେ ଇଣ୍ଟରନେଟ ଅସୁବିଧା ପାଇ  ୟୁଟ୍ୟୁବରେ ଭିଡିଓ ଦେବାରେ ବାଧା ସୃଷ୍ଟି ହୋଇଥାଏ।ଏଭଳି ପରିସ୍ଥିତିରେ, ଇଣ୍ଟରନେଟ୍ ବିନା ୟୁଟ୍ୟୁବ୍‌ ଭିଡିଓ ଦେଖିବାର ଏକ ବିଶେଷ ଉପାୟ ବିଷୟରେ ଜାଣିବା।

 ୟୁଟ୍ୟୁବ୍ ଭିଡିଓଗୁଡ଼ିକୁ ଅଫଲାଇନରେ ମଧ୍ୟ ଦେଖିହେବ।ଏହି ସୁବିଧା ଆପଣଙ୍କ ୟୁଟ୍ୟୁବ୍‌ ଆପରେ ଉପଲବ୍ଧ ।ତେବେ ଆଜି ହିଁ ସେଟିଂ କରି ନିଅନ୍ତୁ,ଏବଂ ସମ୍ପୂର୍ଣ ମାଗଣାରେ ମଜା ଉଠାନ୍ତୁ।

ଆପରେ ଭିଡିତ ସେଭ୍ କରିବାକୁ ଅନୁମତି ଦିଆଯାଇଥାଏ ଯାହା ଦ୍ୱାରା ଇଣ୍ଟରନେଟ୍ ବିନା ଭିଡ଼ିଓ ଦେଖିପାରିବେ।ସେହି ସମୟରେ, ଯଦି ଚାହାଁନ୍ତି, ନିଜ ଫୋଟର ଷ୍ଟୋରେଜରେ HD ଗୁଣରେ ଭିଡିଓ ମଧ୍ୟ ଡାଉନଲୋଡ଼ କରିପାରିବେ ।

ୟୁଟ୍ୟୁବ ଖୋଲିବା ପରେ ନିମ୍ନରେ ଡାଉନଲୋଡ ଅପ୍ସନ୍ ଦିଆଯାଇଥାଏ । ଏହା ଉପରେ କ୍ଲିକ କରନ୍ତୁ । ୟୁଟ୍ୟୁବ ଅପସନ୍ସ ଦିଆଯାଇଥିବ ଯେଉଁଥିରେ ୟୁଟ୍ୟୁବ୍‌ ଭିଡିଓ ସେଭ କରି ହେବ ଯାହାକି ପୁରା ଫ୍ରି ରେ ଏବଂ ଇଣ୍ଟରନେଟ୍ ଡାଟା ବିନା ଯେକୌଣସି ସ୍ଥାନରେ ୟୁଟ୍ୟୁବ୍‌ ଭିଡିଓ ଦେଖିପାରିବେ |

ଯେକୌଣସି ବିଷୟବସ୍ତୁ ଡାଉନଲୋଡ୍ ହୋଇଛି, ଆପଣ ଏହାକୁ ୟୁଟ୍ୟୁବର ଲାଇବ୍ରେରୀ ବିଭାଗରେ ଦେଖିପାରିବେ | ନିମ୍ନରେ ପ୍ରୋଫାଇଲ ଆଇକନ୍ ଉପରେ କ୍ଲିକ କରିବାକୁ ପଡିବ । ଏଠାକୁ ଯାଇ ଡାଉନଲୋଡ଼ ଅପ୍ସନ୍ ଦେଖାଯିବ । ଏହାକୁ କ୍ଲିକ କରି ଆପଣ ସେଭିଂ ଭିଡିଓ ଦେଖିପାରିବେ । ଏହା ଷ୍ଟୋରେଜ୍ ଉପରେ ମଧ୍ୟ ନିର୍ଭର କରିବ । ଏହାର ଅର୍ଥ ଯେକୌଣସି ସଂଖ୍ୟକ ୟୁଟ୍ୟୁବ ଭିଡିଓ ସେଭ କରିପାରିବେ, ଏଥିପାଇଁ କେବଳ ଫୋନରେ ଷ୍ଟୋରେଜ୍ ରହିବା ଆବଶ୍ୟକ।