Advertisement
Article Detail0/zeeodisha/odisha2287191
Zee OdishaOdisha LifeStyle and Othersହେୟାର କଲର କରିଦେବ ଅନ୍ଧ

ହେୟାର କଲର କରିଦେବ ଅନ୍ଧ

Hamful the eyes : ହେୟାର କଲର ଯୋଗୁ ଆପଣଙ୍କ କେଶ ନଷ୍ଟ ହୋଇପାରେ । ଏବଂ ଆପଣ ଦୃଷ୍ଟିଶକ୍ତି ହରେଇ ପାରନ୍ତି।

hair colour
hair colour

କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ଆଜିର ଫ୍ୟାସନ ଜମାନାରେ ସମସ୍ତେ କେଶକୁ ନେଇ ଅଧିକ ଚିନ୍ତିତ ।ତେଣୁ କେଶ ଝାଡ଼ିବା ରୋକିବା ପାଇଁ  ବିଭିନ୍ନ କେମିକାଲ ସାମ୍ପୋ, କ୍ରିମ ବ୍ୟବହାର କରିଥାଆନ୍ତି।ଏହା ଦ୍ବାରା ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ ପ୍ରୟୋଗ କରିଥାନ୍ତି ।କେହି କେହି ନିଜକୁ ଆକର୍ଷଣୀୟ କରିବା ପାଇଁ ମଧ୍ୟ ହେୟାର କଲର କରିଥାଆନ୍ତି। 

କଣ ଆପଣ ଜାଣନ୍ତି ଏହି ହେୟାର କଲର ଯୋଗୁ ଆପଣଙ୍କ କେଶ ନଷ୍ଟ ହୋଇପାରେ । ତେଣୁ କେଶ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।

ପ୍ରତିଦିନ ରାସାୟନିକ କେଶ ରଙ୍ଗର ବ୍ୟବହାର କରନ୍ତୁ ନାହିଁ । କାରଣ ଏହି କେମିକାଲ ରଙ୍ଗ ଦୃଷ୍ଟି ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

Add Zee News as a Preferred Source

ଯଦି ଆପଣଙ୍କର ଆଜ୍‌ମା ସମସ୍ୟା ଅଛି, ତେବେ ଆପଣ କେମିକାଲ କେଶ ରଙ୍ଗ ଲଗାଇବା ଉଚିତ୍ ନୁହେଁ । କାରଣ ଆଜମା ରୋଗୀମାନେ ରାସାୟନିକ ପଦାର୍ଥ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

କେଶରେ କେମିକାଲ ରଙ୍ଗ ଲଗାଇବା ଦ୍ୱାରା କେଶ ବୃଦ୍ଧି ବନ୍ଦ ହୋଇଯାଏ । ଚୁଟିରେ ହେୟାର କଲର ଲଗାଇବା ଦ୍ବାରା ରୁପି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏଥିସହ ଚର୍ମ ସମସ୍ୟା ସୃଷ୍ଟି କରିପାରେ । ସେଥିପାଇଁ ଏହାର ବ୍ୟବହାର କମ୍ କରିବା ଉଚିତ୍।

About the Author