Vastu Tips for Exam: ପରୀକ୍ଷାରେ ଭଲ ନମ୍ବର ପାଇଁ ବାସ୍ତୁ ଟିପ୍ସ
Advertisement
Article Detail0/zeeodisha/odisha1895220

Vastu Tips for Exam: ପରୀକ୍ଷାରେ ଭଲ ନମ୍ବର ପାଇଁ ବାସ୍ତୁ ଟିପ୍ସ

Vastu Tips for Exam: ପରୀକ୍ଷା (Exam) ସହ ଆସେ ମାର୍କ୍ ଚିନ୍ତା । ଭଲ ପ୍ରତିଶତରେ ପାସ କରିବାକୁ ନେଇ ପିଲା ଯେତିକି ଚିନ୍ତିତ ନଥାନ୍ତି ତା’ଠାରୁ ଅଧିକ ଅଭିଭାବକଙ୍କ ଚିନ୍ତା ଅଧିକ ଥାଏ । ଏମିତିରେ ପରୀକ୍ଷା ସମୟରେ ମନଲଗାଇ ପଢିବା ସହିତ କିଛି ଅନ୍ତରାଳରେ ସଫଳତା ପ୍ରଦାନକାରୀ ବିଦ୍ଯାମନ୍ତ୍ର ଉଚ୍ଚାରଣ ସହିତ କିଛି ବାସ୍ତୁ ଟିପ୍ସ ଅନୂସରଣ କରିବା ଦ୍ୱାରା ବିଦ୍ଯାର୍ଥୀ ପରୀକ୍ଷାରେ ଭଲ ଅଙ୍କ ପାଇ ପାରିବେ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Vastu Tips for Exam: ପରୀକ୍ଷା (Exam) ସହ ଆସେ ମାର୍କ୍ ଚିନ୍ତା । ଭଲ ପ୍ରତିଶତରେ ପାସ କରିବାକୁ ନେଇ ପିଲା ଯେତିକି ଚିନ୍ତିତ ନଥାନ୍ତି ତା’ଠାରୁ ଅଧିକ ଅଭିଭାବକଙ୍କ ଚିନ୍ତା ଅଧିକ ଥାଏ । ଏମିତିରେ ପରୀକ୍ଷା ସମୟରେ ମନଲଗାଇ ପଢିବା ସହିତ କିଛି ଅନ୍ତରାଳରେ ସଫଳତା ପ୍ରଦାନକାରୀ ବିଦ୍ଯାମନ୍ତ୍ର ଉଚ୍ଚାରଣ ସହିତ କିଛି ବାସ୍ତୁ ଟିପ୍ସ ଅନୂସରଣ କରିବା ଦ୍ୱାରା ବିଦ୍ଯାର୍ଥୀ ପରୀକ୍ଷାରେ ଭଲ ଅଙ୍କ ପାଇ ପାରିବେ । ଲଘୁ ମନ୍ତ୍ର ଉଚ୍ଚାରଣ ଦ୍ୱାରା ଏକାଗ୍ରତା ବଢିବା ସହିତ ମନ ବିଚଳିତ ହୋଇନଥାଏ । ବାସ୍ତୁ ଅନୁସାରେ ବିଦ୍ଯାର୍ଥୀଙ୍କ ପାଇଁ କିଛି ନିୟମ ରହିଛି.ଯାହାର ପାଳନ ଦ୍ୱାରା ଲାଭ ମିଳିଥାଏ । ଆସନ୍ତୁ ଜାଣିବା ସେସବୁ ଉପାୟ କ’ଣ (Vastu Tips for Exam) ..

•ପଢିବା ବେଳେ ବିଦ୍ଯାର୍ଥୀ ପୂର୍ବ କିମ୍ବା ଉତ୍ତର ମୁହାଁ ହୋଇ ବସନ୍ତୁ । ପୂର୍ବ ଦୀଗକୁ ମୁହଁ କରି ପଢିବା ଦ୍ୱାରା ସୂର୍ଯ୍ଯଙ୍କ ସକରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ । ବିଷୟ ଶୀଘ୍ର ମନେ ରୁହେ । ଉତ୍ତର ଦୀଗକୁ ମୁହଁ କରି ପଢି଼ବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇଥାଏ ।
•ପିଲାଙ୍କ ଷ୍ଟଡି ରୁମକୁ ସବୁବେଳେ ଐଶାନ୍ଯ କୌଣରେ ରଖନ୍ତୁ ।
•କବାଟ ଆଡ଼କୁ ପିଠି କରି ପଢ଼ିବା ଦ୍ୱାରା ସ୍ମରଣଶକ୍ତି ହ୍ରାସ ପାଇଥାଏ । ତେଣୁ ପଢ଼ିବା ବେଳେ ପିଠି ପଛରେ କୌଣସି କଠିନ ଆଧାର କିମ୍ବା କାନ୍ଥ ରହିବା ଆବଶ୍ଯକ ।
•ପଢା ସରିବା ପରେ ବହିକୁ ବନ୍ଦ କରିବାକୁ ନିଜ ପିଲାଙ୍କୁ କୁହନ୍ତୁ । କେବେ ମଧ୍ଯ ପଢ଼ା ବହି ଖୋଲା ଛାଡନ୍ତୁ ନାହିଁ ।
•ପଢା ଘରେ ବୈଦୁତିକ ଉପକରଣ ସହିତ ଦର୍ପଣ ରଖନ୍ତୁ ନାହିଁ । ଏହାଦ୍ୱାରା ଏକାଗ୍ରତା ହ୍ରାସ ପାଇଥାଏ ।
•ପଢ଼ା ଟେବୁଲରେ କ୍ରିଷ୍ଟଲ ଗ୍ଲୋବ ଏବଂ ଫେଙ୍ଗସୁଇ ଏଗଜିକ୍ୟୁସନ ଟାୱାର ରଖନ୍ତୁ ।
•ଘର ସିଢି଼,ବିମ୍ ଓ ସେଲ୍ଫ ତଳେ ବସି କେବେ ମଧ୍ଯ ପଢନ୍ତୁ ନାହିଁ । ଏହାଦ୍ୱାରା ଚିନ୍ତା ଓ ଚାପ ବୃଦ୍ଧି ପାଇଥାଏ ।
•ପଢା଼ ଟେବୁଲ ଉପରେ ଯଥା ସମ୍ଭବ କମ ଜିନିସ ରଖନ୍ତୁ । ଅଧିକ ଜିନିସ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ଉତ୍ପନ ହୋଇଥାଏ । ଫଳରେ ପଢାରେ ମନ ଲାଗେ ନାହିଁ ।
•ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଗଣେଶଙ୍କ ମନ୍ତ୍ର .. ବକ୍ର ତୁଣ୍ଡ ମହାକାୟ ସୂର୍ୟ୍ୟକୋଟି ସମପ୍ରଭ,ନିର୍ଭିଘ୍ନେ କୁରୁ ମେ ଦେବ ସର୍ବକାର୍ୟଷୁ ସର୍ବଦା ଜପ କରନ୍ତୁ ।
•ପରୀକ୍ଷା କକ୍ଷ ମଧ୍ଯକୁ ପ୍ରଥମେ ଡାହଣ ପାଦ ବଢାଇ ପ୍ରବେଶ କରନ୍ତୁ । ପ୍ରବେଶ କାଳରେ ଗଣେଶ ଓ ସରସ୍ୱତୀଙ୍କୁ ସ୍ମରଣ କରନ୍ତୁ ।
ଜ୍ୟୋତିସ ଶାସ୍ତ୍ର ଅନୁସାରେ ପାଠପଢାରେ ସଫଳତା ପାଇଁ ବୁଧ ଗ୍ରହ ଅନୁକୂଳ ହେବା ଅତ୍ଯନ୍ତ ଆବଶ୍ଯକ । ବୁଧ ଗ୍ରହ ଅନୁକୂଳ ଥିଲେ ବ୍ଯକ୍ତି ତୀବ୍ର ବୁଦ୍ଧିଯୁକ୍ତ ହୋଇଥାନ୍ତି । ସାମାନ୍ଯ ପ୍ରୟାସରେ ସେମାନେ ଅଧିକ ଭଲ ଫଳ ପାଇଥାନ୍ତି । ତେଣୁ ବିଦ୍ଯାର୍ଥୀ ମାନେ ବୁଧବାର ଦିନ ଗଣେଶ ରୁଦ୍ରାକ୍ଷ ଧାରଣ କରିବା ଉଚିତ । ଗଣେଶ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଇବା ସହିତ ସ୍ମରଣ ଶକ୍ତି ବଢିଥାଏ । ଏହା ପ୍ରଭାବରେ ସାମାନ୍ଯ କ୍ଷମତା ବିଶିଷ୍ଟ ବିଦ୍ଯାର୍ଥୀ ମଧ୍ଯ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)