Vastu Tips: ସାଧାରଣତଃ ଅଧିକାଂଶ ଲୋକେ ମୁଦି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସୁନା,ରୂପା, ତମ୍ବା ଓ ହୀରାର (ring) ମୁଦି ଆଜିକାଲି ସମସ୍ତେ ପିନ୍ଧୁଛନ୍ତି । କିଛି ଏଭଳି ମୁଦି ରହିଛି । ଯାହାକୁ ରାଶି ଅନୁସାରେ ପିନ୍ଧିବା ଉଚିତ୍ । ଏହାକୁ ଯଦି ଆପଣ ରାଶି ଅନୁସାରେ ଧାରଣ କରିବେ ତେବେ, ଆପଣ ଏହାର ଶୁଭ ଫଳ ପାଇବେ । ଖାସ୍ କରି ତମ୍ବା ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ହୋଇଥାଏ ଦୂର । ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବାକୁ ସୂର୍ଯ୍ୟ (copper ring) ଓ ମଙ୍ଗଳଙ୍କ ଧାତୁ କୁହାଯାଏ
Trending Photos
Vastu Tips: ସାଧାରଣତଃ ଅଧିକାଂଶ ଲୋକେ ମୁଦି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସୁନା,ରୂପା, ତମ୍ବା ଓ ହୀରାର (ring) ମୁଦି ଆଜିକାଲି ସମସ୍ତେ ପିନ୍ଧୁଛନ୍ତି । କିଛି ଏଭଳି ମୁଦି ରହିଛି । ଯାହାକୁ ରାଶି ଅନୁସାରେ ପିନ୍ଧିବା ଉଚିତ୍ । ଏହାକୁ ଯଦି ଆପଣ ରାଶି ଅନୁସାରେ ଧାରଣ କରିବେ ତେବେ, ଆପଣ ଏହାର ଶୁଭ ଫଳ ପାଇବେ । ଖାସ୍ କରି ତମ୍ବା ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ହୋଇଥାଏ ଦୂର । ଜ୍ୟୋତିଷଶାସ୍ତ୍ର ଅନୁସାରେ ତମ୍ବାକୁ ସୂର୍ଯ୍ୟ (copper ring) ଓ ମଙ୍ଗଳଙ୍କ ଧାତୁ କୁହାଯାଏ । ଏହି ଧାତୁର ବ୍ୟବହାର ଘରେ ପୂଜା-ପାଠ ପାଇଁ ମଧ୍ୟ କରାଯାଏ ।ଅନେକ ଥର ଏଭଳି ହୁଏ ଯେ, ଆମ ଆଖପାଖରେ ଥିବା କିଛି ଲୋକ ତମ୍ବା ମୁଦି ଧାରଣ କରିଥାଆନ୍ତି । ଆମେ ସେମାନଙ୍କୁ ଦେଖି ତମ୍ବା ମୁଦି ଧାରଣ କରିବା ଆରମ୍ଭ କରୁ । କିନ୍ତୁ ଏମିତି କରିବା ଆଦୌଂ ଠିକ୍ ନୁହେଁ । ତମ୍ବା ମୁଦି ପିନ୍ଧିବା ପୂର୍ବରୁ ଜ୍ୟୋତିର୍ବିଦଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ତମ୍ବା ମୁଦି ଧାରଣ କଲେ କି ଲାଭ ମିଳେ ।
ଆୟୁର୍ବେଦ ଅନୁସାରେ ତମ୍ବା ମୁଦି ଧାରଣ କରିବା ଦ୍ବାରା ପେଟ ଜନିତ ରୋଗରୁ ମୁକ୍ତି ମିଳେ । ପେଟ କଟା ଓ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ । ତମ୍ବା ମୁଦିକୁ ଅନାମିକା ଅଙ୍ଗୁଳିରେ ଧାରଣ କରିବା ଉଚିତ୍ । ଏହା ଦ୍ବାରା ଜାତକରେ ସୂର୍ଯ୍ୟ ସମ୍ବନ୍ଧିତ ଦୋଷ ଦୂର ହୋଇଥାଏ । ତମ୍ବା ମୁଦି ପିନ୍ଧିବା ଦ୍ବାରା ଶରୀରକୁ ତମ୍ବାର ଔଷଧୀୟ ଗୁଣ ମିଳିଥାଏ । ଯାହା ରକ୍ତକୁ ସଫା ରଖିଥାଏ । ଯେଉଁଭଳି ତମ୍ବା ପାତ୍ରାରେ ପାଣି ରଖି ପିଇବା ସ୍ବାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ, ଠିକ୍ ସେହିପରି ତମ୍ବା ମୁଦି ଧାରଣ ଦ୍ବାରା ମଧ୍ୟ ଶରୀରକୁ ଏହାର ସୁଫଳ ମିଳିଥାଏ।ସୂର୍ଯ୍ୟଙ୍କୁ ସମ୍ମାନ ଓ ଯଶର ପ୍ରତୀକ ବୋଲି କୁହାଯାଏ । ତେଣୁ ତମ୍ବା ମୁଦି ପିନ୍ଧିଥିବା ବ୍ୟକ୍ତିଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ପ୍ରାପ୍ତି ହୋଇଥାଏ । ଏହା ସହ ସେହି ବ୍ୟକ୍ତିଙ୍କ କ୍ରୋଧ ମଧ୍ୟ ନିୟନ୍ତ୍ରିତ ରହିଥାଏ । ତମ୍ବାର ମୁଦି ପିନ୍ଧିବା ଦ୍ୱାରା ପେଟଜନିତ ରୋଗରୁ ମୁକ୍ତି ମିଳିଥାଏ।
Also Read : Holi 2023: କାହିଁକି ପାଳନ କରାଯାଏ ହୋଲି ପର୍ବ, ଜାଣନ୍ତୁ କ’ଣ ରହିଛି ଏହାର ପୌରାଣିକ ମାହାତ୍ମ୍ୟ?
Also Read : Vastu Tips: ଧନ ପ୍ରାପ୍ତି ପାଇଁ ରାଶି ଅନୁସାରେ କରନ୍ତୁ ଏହି ଶୁଭ କାମ, ବର୍ଷିବ ଟଙ୍କା!
ତମ୍ବାର ମୁଦି ଧାରଣ କରିବା ଦ୍ୱାରା ତାହା ବାରମ୍ବାର ଆମ ଶରୀର ସଂସ୍ପର୍ଶରେ ଆସିଥାଏ। ଏହାଦ୍ୱାରା ଆମ ଶରୀରକୁ ତମ୍ବାର ଔଷଧିୟ ଗୁଣ ମିଳିଥାଏ। ଏହା ଆମ ଶରୀରରେ ରକ୍ତ ସଫା କରିବାରେ ସାହାର୍ଯ୍ୟ କରିଥାଏ।ତମ୍ବାର ପାତ୍ରରେ ପାଣି ପିଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଠିକ ସେହିପରି ତମ୍ବା ମୁଦି ପିନ୍ଧିବା ଦ୍ୱାରା ମଧ୍ୟ ଆମକୁ ଅନେକ ଲାଭ ମିଳିଥାଏ। ତମ୍ବା ମୁଦି ପିନ୍ଧିବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଆମ ମୁହଁରେ ଚମକ ମଧ୍ୟ ଆଣିଥାଏ। ଏହି ମୁଦି ଧାରଣ କରିବା ଦ୍ୱାରା ହୃହରୋଗ ହେବାର ସମ୍ଭାବନ କମ ରହିଥାଏ।ଏପରି ମୁଦି ପିନ୍ଧିବା ଦ୍ୱାରା ମାନସିକ ଓ ଶାରୀରିକ ଚିନ୍ତା ଦୂର ହୋଇଥାଏ। ଏହାସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ରହିଥାଏ। ତମ୍ବା ମୁଦି କିମ୍ବା କଡା ଧାରଣ କରିବା ଦ୍ୱାରା ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )