Venus Transit: କନ୍ୟା ରାଶିକୁ ଚଳନ କରିବେ ଶୁକ୍ର, ଏହି ରାଶିଙ୍କ ଫିଟିବ ଭାଗ୍ୟ!
Advertisement
Article Detail0/zeeodisha/odisha2138299

Venus Transit: କନ୍ୟା ରାଶିକୁ ଚଳନ କରିବେ ଶୁକ୍ର, ଏହି ରାଶିଙ୍କ ଫିଟିବ ଭାଗ୍ୟ!

Venus Transit : ଶୁକ୍ରଙ୍କୁ ଧନ, ସୁଖ ଓ ସମୃଦ୍ଧିର କାରଣ ବୋଲି କୁହାଯାଏ । ଶୁକ୍ର ନଭେମ୍ବର ୩ ତାରିଖ ଭୋର ୪ଟା ବାଜି ୫୮ ମିନିଟ୍ ରେ କନ୍ୟା ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ୪ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି ।

Venus Transit: କନ୍ୟା ରାଶିକୁ ଚଳନ କରିବେ ଶୁକ୍ର, ଏହି ରାଶିଙ୍କ ଫିଟିବ ଭାଗ୍ୟ!

Venus Transit 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ମାସରେ ଅନେକ ଗ୍ରହ ନିଜ ଚଳନ ବଦଳାଇବାକୁ ଯାଉଛନ୍ତି । ନଭେମ୍ବର ୩ ତାରିଖ ଦିନ ଶୁକ୍ର କନ୍ୟା ରାଶିକୁ ଚଳନ କରିବେ । ଶୁକ୍ରଙ୍କୁ ଧନ, ସୁଖ ଓ ସମୃଦ୍ଧିର କାରଣ ବୋଲି କୁହାଯାଏ । ଶୁକ୍ର ନଭେମ୍ବର ୩ ତାରିଖ ଭୋର ୪ଟା ବାଜି ୫୮ ମିନିଟ୍ ରେ କନ୍ୟା ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ୪ଟି ରାଶି ଉପରେ ବିଶେଷ ପ୍ରଭାବ ପକାଇବ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଭାଗ୍ୟ ବଦଳାଇବାକୁ ଯାଉଛି ।

କର୍କଟ ରାଶି- ଶୁକ୍ରଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଏହି ସମୟରେ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ଲାଭ ମିଳିବ । ଆର୍ଥିକ ସମସ୍ୟାକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ସୁଖମୟ ହେବ । ବ୍ୟବସାୟୀ ଲାଭବାନ ହେବ ।

ତୁଳା ରାଶି- ଏହି ଅବଧି ମଧ୍ୟରେ ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ଭ୍ରମଣ ଲାଭଦାୟୀ ପ୍ରମାଣିତ ହେବ । ପାରିପାରିକ ସମ୍ପର୍କରେ ମଧୁରତା ଆସିବ । ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ଜମିଜମା ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବ। ବ୍ୟବସାୟରେ ବଡ଼ ଡିଲ ହେବା ନେଇ ଯୋଗ ରହିଛି ।

କନ୍ୟା ରାଶି- ଶୁକ୍ର କନ୍ୟା ରାଶିକୁ ଚଳନ କରିଥିବାରୁ ଏହି ସମୟ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ବ୍ୟବସାୟୀ ମାନେ ଲାଭବାନ ହେବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବିନିଯୋଗରୁ ଆର୍ଥିକ ଲାଭ ମିଳିବ।

ମୀନ ରାଶି- ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁକ୍ରଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହେବ। ଏହି ସମୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଯାତ୍ରା ସୁଖଦ ଓ ଲାଭଦାୟୀ ପ୍ରମାଣିତ ହେବ । ଆୟ ଲାଗି ଅନେକ ନୂତନ ଉତ୍ସ ସୃଷ୍ଟି ହେବ । ବୈବାହିକ ଜୀବନ ସୁଖମୟ ହେବ । ନୂତନ ଯାନବାହାନ ବା ଜମି କିଣିବା ନେଇ ଯୋଗ ରହିଛି ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)