ଏଣିକି ବିନା ସିଗନାଲରେ ବି ମୋବାଇଲରେ ହୋଇପାରିବ କଥାବାର୍ତ୍ତା
Advertisement
Article Detail0/zeeodisha/odisha856030

ଏଣିକି ବିନା ସିଗନାଲରେ ବି ମୋବାଇଲରେ ହୋଇପାରିବ କଥାବାର୍ତ୍ତା

ଦୂର ହେବ ନେଟୱର୍କ ସମସ୍ୟା । ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆ ଏକ ଜବରଦସ୍ତ ଅଫର ଆଣିଛି ଯେଉଁଥିରେ ଗ୍ରାହକ ବହୁ ମାତ୍ରାରେ ସୁବିଧା ପାଇପାରିବେ ।

ଏଣିକି ବିନା ସିଗନାଲରେ ବି ମୋବାଇଲରେ ହୋଇପାରିବ କଥାବାର୍ତ୍ତା

ନୂଆଦିଲ୍ଲୀ: ସ୍ମାର୍ଟ ଫୋନ ସ୍ମାର୍ଟ ଯୁଗ ମଣିଷ ସଭ୍ୟତାକୁ ଏକ ନୂଆ ଆଶା ନୂଆ ଦିଗ ଦେଖାଇଛି । ହେଲେ ଏବେ ମୋବାଇଲରେ କଥାବାର୍ତ୍ତା ଜନିତ ସମସ୍ୟା ବହୁତ ଦେଖିବାକୁ ମିଳିଛି । ତେବେ ଏହାକୁ ଦୂର କରିବା ପାଇଁ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆ ଏକ ଜବରଦସ୍ତ ଅଫର ଆଣିଛି ଯେଉଁଥିରେ ଗ୍ରାହକ ବହୁ ମାତ୍ରାରେ ସୁବିଧା ପାଇପାରିବେ । ହେଲେ ଏହି ସୁବିଧା କେବଳ ଦେଶର ରାଜଧାନୀ ଦିଲ୍ଲୀବାସୀଙ୍କ ପାଇଁ । ଏଣିକି ଦିଲ୍ଲୀରେ ରହୁଥିବା ଭୋଡାଫୋନ ବ୍ୟବହାରକାରୀ ବିନା ମୋବାଇଲ ସିଗନାଲରେ ମଧ୍ୟ କଥାବାର୍ତ୍ତା କରିପାରିବେ ।

କାରଣ ଦିଲ୍ଲୀରେ WiFi କଲିଂ ସୁବିଧା ଆରମ୍ଭ ହୋଇଯାଇଛି । ଆମ ସହଯୋଗୀ ୱେବସାଇଟ zeebiz.com ଅନୁସାରେ, Vi (Vodafone Idea)ଦିଲ୍ଲୀରେ ନିଜର ୱାଇଫାଇ କଲିଂ ସର୍ଭିସ୍ (WiFi Calling Service) ଆରମ୍ଭ କରିଛି । ଏହା ସାହାଯ୍ୟରେ ଗ୍ରାହକ ଏବେ ବିନା ମୋବାଇଲ ସିଗନାଲରେ ମଧ୍ୟ ଫୋନରେ କଥାବାର୍ତ୍ତା ହୋଇପାରିବେ । ସୂଚନାନୁସାରେ, Vi ମହାରାଷ୍ଟ୍ର ଓ ଗୋଆରେ ମଧ୍ୟ ନିଜର ଏହି ସେବାର ବହୁ ଆଗରୁ ଆରମ୍ଭ କରିସାରିଛି । ଏହାବାଦ୍ ପୂର୍ବ ବର୍ଷ କୋଲକାତା ରେ ମଧ୍ୟ ସେବା ଆରମ୍ଭ କରିଥିଲା । ଆଉ ଏବେ ଏହି ସେବା ଦିଲ୍ଲୀବାସୀ ଉପଭୋଗ କରିବାକୁ ଯାଉଛନ୍ତି ।

Also Read: ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ବଡ଼ ଷଡ଼ଯନ୍ତ୍ର

ତେବେ WiFi Calling Service ପାଇଁ ଏକ ଆପକୁ ଡାଉନଲୋଡ କରିବାକୁ ପଡ଼ିଥାଏ । ଯାହା ଫଳର ମୋବାଇଲରେ ସିଗନାଲ ଥାଉ ବା ନଥାଉ ଆପଣ ଯେଉଁଆଡେ ପାରିବେ ଯେଉଁ ବି ନମ୍ବରରେ କଲ କରି କଥା ହୋଇପାରିବେ । ଏହି ସେବା ପାଇଁ ଆପଣଙ୍କୁ ସେଲୁଲାର ନେଟୱର୍କର ଆବଶ୍ୟକ ପଡ଼ିବନି । WiFi Calling ର ବ୍ୟବହାର ପାଇଁ ହ୍ୟାଣ୍ଡସେଟରେ ସଫ୍ଟୱେୟାର compatibility ର ମଧ୍ୟ ଆବଶ୍ୟକତା ରହିଛି ।

Also Read: LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ଖବର ଅନୁଯାୟୀ, Vi ୨୪୯ ଟଙ୍କା,  ୩୯୯ ଟଙ୍କା ଓ ୫୯୯ ଟଙ୍କାର ପ୍ରିପେଡ୍ ଯୋଜନା ବ୍ୟବହାର ପାଇଁ ଦୈନିକ 3GB ଡାଟା ଆକ୍ସେସ୍ ମଧ୍ୟ ପ୍ରଦାନ କରାଯାଉଛି । ତଥାପି, ଏହା କେବଳ ସିଲେକ୍ଟ ସର୍କଲରେ ଥିବା ଉପଭୋକ୍ତାମାନଙ୍କ ପାଇଁ । ଏହି ଯୋଜନାଗୁଡିକ ସାଧାରଣତଃ ସେମାନଙ୍କ ଗ୍ରାହକଙ୍କୁ ପ୍ରତିଦିନ ୧.୫ GB ଡାଟା ପ୍ରଦାନ କରିଥାଏ । କିନ୍ତୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ରହୁଥିବା ବ୍ୟବହାରକାରୀଙ୍କ ପାଇଁ ଡାଟା ବ୍ୟବହାର ବୃଦ୍ଧି କରାଯାଇଛି।