Vishwakarma Puja 2023: କେବେ ପଡୁଛି ବିଶ୍ୱକର୍ମା ପୂଜା? ଜାଣନ୍ତୁ ଏହାର ଶୁଭ ସମୟ, ପୂଜା ବିଧି ଓ ମହତ୍ତ୍ବ
Advertisement
Article Detail0/zeeodisha/odisha1867061

Vishwakarma Puja 2023: କେବେ ପଡୁଛି ବିଶ୍ୱକର୍ମା ପୂଜା? ଜାଣନ୍ତୁ ଏହାର ଶୁଭ ସମୟ, ପୂଜା ବିଧି ଓ ମହତ୍ତ୍ବ

Vishwakarma Puja: ଚଳିତ ବର୍ଷ ବିଶ୍ୱକର୍ମା ପୂଜା ସେପ୍ଟେମ୍ବର ୧୭ ତାରିଖରେ ପାଳନ କରାଯିବ । ଭଗବାନ ବିଶ୍ୱକର୍ମା ଏହି ଜଗତର ପ୍ରଥମ ଶିଳ୍ପୀ, କାରିଗର ତଥା ଇଞ୍ଜିନିୟର ଅଟନ୍ତି ଯିଏ ଏହି ଜଗତକୁ ସଜାଇବା ନେଇ କାର୍ଯ୍ୟ କରିଥିଲେ। ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜାର ଶୁଭ ସମୟ ଓ ମହତ୍ତ୍ବ ବିଷୟରେ?

ସୌ(ସୋସିଆଲ ମିଡିଆ)

Vishwakarma Puja 2023: ହିନ୍ଦୁ ଧର୍ମରେ ବିଶ୍ୱକର୍ମା ପୂଜାର ବିଶେଷ ମହତ୍ବ ରହିଛି। ସାରା ଦେଶରେ ବିଶ୍ୱକର୍ମା ପୂଜା ବେଶ ଧୁମଧାମରେ ପାଳନ କରାଯାଏ । ଏହି ସମୟରେ ଲୋକମାନେ ନିଜ ଘରେ ଶୁଭ କାର୍ଯ୍ୟ ମଧ୍ଯ କରିଥାଆନ୍ତି । ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ସପ୍ତମ ପୁତ୍ର ବିଶ୍ୱକର୍ମାଙ୍କ ଜନ୍ମଦିନକୁ ବିଶ୍ୱକର୍ମା ପୂଜା ଭାବେ ପାଳନ କରାଯାଏ । ଚଳିତ ବର୍ଷ ବିଶ୍ୱକର୍ମା ପୂଜା ସେପ୍ଟେମ୍ବର ୧୭ ତାରିଖରେ ପାଳନ କରାଯିବ । ଭଗବାନ ବିଶ୍ୱକର୍ମା ଏହି ଜଗତର ପ୍ରଥମ ଶିଳ୍ପୀ, କାରିଗର ତଥା ଇଞ୍ଜିନିୟର ଅଟନ୍ତି ଯିଏ ଏହି ଜଗତକୁ ସଜାଇବା ନେଇ କାର୍ଯ୍ୟ କରିଥିଲେ। ଆସନ୍ତୁ ଜାଣିବା ବିଶ୍ୱକର୍ମା ପୂଜାର ଶୁଭ ସମୟ ଓ ମହତ୍ତ୍ବ ବିଷୟରେ?

ଶୁଭ ସମୟ

ଚଳିତ ବର୍ଷ ବିଶ୍ୱକର୍ମା ପୂଜାରେ ଦୁଇଟି ଶୁଭ ଯୋଗ ଗଠନ ହେଉଛି। ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ପ୍ରଥମ ଶୁଭ ସମୟ ସେପ୍ଟେମ୍ବର ୧୭ ତାରିଖ ସକାଳ ୭:୫୦ରୁ ଆରମ୍ଭ ହୋଇ ଦିପ୍ରହ୍ବର ୧୨ ବାଜି ୫ମିନିଟ୍ ରେ ଶେଷ ହେବ । ଏହି ସମୟରେ ଆପଣ ବିଧି ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିପାରିବେ । ଦ୍ୱିତୀୟ ଶୁଭ ସମୟ ଦିପ୍ରହ୍ବର ୧:୫୯ରୁ ୦୩:୩୧ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଆପଣ ଯାନ, କାରଖାନା ଓ ଘରୋଇ ଉପକରଣକୁ ପୂଜା କରିପାରିବେ ।

ପୂଜା ପଦ୍ଧତି

ବିଶ୍ୱକର୍ମା ପୂଜା ଦିନ ସକାଳେ ଘର, କାରଖାନା ବା ଦୋକାନରେ ଥିବା ମେସିନ୍ ଓ ଯାନ ଗୁଡ଼ିକ ସଫା କରନ୍ତୁ । ଗାଧୋଇବା ପରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରନ୍ତୁ । ଏହାପରେ ବିଶ୍ୱକର୍ମାଙ୍କ ଧ୍ୟାନ କରି ମେସିନ୍ ଓ ଯାନଗୁଡ଼ିକ ପୂଜା କରନ୍ତୁ । ବିଶ୍ୱକର୍ମାଙ୍କୁ ଫୁଲ, ଫଳ ଓ ମିଠା ଇତ୍ୟାଦି ଅର୍ପଣ କରନ୍ତୁ । ଏହା ପରେ ମେସିନ୍ ଓ ଯାନ ଗୁଡ଼ିକ ପୂଜା କରନ୍ତୁ। ବିଶ୍ୱାସ କରାଯାଏ ଯେ, ଯେଉଁମାନେ ଏହି ଦିନ ଘରେ ରଖାଯାଇଥିବା ଯନ୍ତ୍ର ଗୁଡ଼ିକୁ ପୂଜା କରନ୍ତି ତାହା ସହଜରେ ଖରାପ ହୋଇନଥାଏ । ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିବା ଦ୍ବାରା ବ୍ୟବସାୟ ଓ ଆୟରେ ମଧ୍ଯ ବୃଦ୍ଧି ହୋଇଥାଏ ।

ବିଶ୍ୱକର୍ମା ପୂଜାର ମହତ୍ବ

ବିଶ୍ୱକର୍ମାଙ୍କୁ ବ୍ରହ୍ମାଣ୍ଡର ପ୍ରଥମ କାରିଗର ଓ ଇଞ୍ଜିନିୟର ଭାବେ ବିବେଚନା କରାଯାଏ। ଏହି ଦିନ ଲୋକମାନେ ନିଜ କାରଖାନାରେ ସ୍ଥାପିତ ଉପକରଣ ଓ ଯନ୍ତ୍ରଗୁଡ଼ିକର ପୂଜା କରିଥାଆନ୍ତି।  ଏହି ଦିନ ଯାନବାହାନ ମଧ୍ୟ ପୂଜା କରାଯାଏ । ବିଶ୍ୱାସ ରହିଛି ଯେ, ଯେଉଁମାନେ ବିଶ୍ୱକର୍ମା ପୂଜା ଦିନ ରୀତିନୀତି ଅନୁଯାୟୀ ପୂଜା କରନ୍ତି, ସେମାନଙ୍କ ଗାଡି ଓ ମେସିନ୍ ବର୍ଷ ସାରା ଖରାପ ହୋଇନଥାଏ ।