ହାଇ ହିଲ୍ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା
Advertisement
Article Detail0/zeeodisha/odisha2275042

ହାଇ ହିଲ୍ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା

ସବୁବେଳେ ହାଇ ହିଲ୍ ପିନ୍ଧି ଚାଲିବା ଦ୍ଵାରା ଆପଣଙ୍କ ଗୋଡ଼ ସ୍ବାଭାବିକ ଭାବେ ବଙ୍କା ହୋଇଥାଏ। ହିଲସରେ ଶକ୍ ଅବସରପସନ୍ ନଥାଏ ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ଧୀରେ ଧୀରେ ବ୍ୟଥା ଅନୁଭବ ହୋଇଥାଏ।

ହାଇ ହିଲ୍ ପିନ୍ଧୁଥିଲେ ହୋଇପାରେ ଏହିସବୁ ସମସ୍ୟା

Lifestyle: ଫ୍ୟାସନ ଯୁଗରେ ଷ୍ଟାଇଲିସ୍ ଦେଖାଯିବାକୁ କିଏ ବା ପସନ୍ଦ ନକରେ।ସେ ଝିଅ ହୁଅନ୍ତୁ କି ପୁଅ ନିଜକୁ ୟଙ୍ଗ ଆଉ ଷ୍ଟାଇଲିଶ ଦେଖେଇବା ପାଇଁ କିଏ କେତେ କଣ ଉପାୟ ଅପଣାଇଥାନ୍ତି।ଯେତେ  କଷ୍ଟ ହେଉ ପଛେ ନିଜ ଶରୀରକୁ କଷ୍ଟ ଦେଇ  ଅଭ୍ୟାସରେ ପରିଣତ କରିଥାନ୍ତି। ବିଶେଷ କରି ଝିଅ ମାନେ ଗ୍ଳାମରସ୍ ଆଉ ଡେଙ୍ଗା ଦେଖାଯିବା ପାଇଁ ଅଧିକାଂଶ ସମୟ ହାଇ ହିଲସ୍ ପରିଧାନ କରନ୍ତି। କିଏ ହାଇଟ ପାଇଁ ହିଲ୍ସ ପିନ୍ଧେ ତ ଆଉ କିଏ ଗ୍ଳାମରସ୍ ପାଇଁ ହିଲ୍ ପିନ୍ଧେ।ତେବେ ଆପଣବି ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଜାଣି ରଖନ୍ତୁ ଏହା ଆମ ଶରୀରର ପାଇଁ କେତେ କ୍ଷତିକାରକ।

ସବୁବେଳେ ହାଇ ହିଲ୍ ପିନ୍ଧି ଚାଲିବା ଦ୍ଵାରା ଆପଣଙ୍କ ଗୋଡ଼ ସ୍ବାଭାବିକ ଭାବେ ବଙ୍କା ହୋଇଥାଏ। ଏହା ଆପଣଙ୍କ ପାଦର ହାଡ କୁ ବଙ୍କା କରିଦେଇଥାଏ ଏବଂ ଆପଣଙ୍କ ମାଂସପେଶୀ ଫୁଲିବା ସହିତ ଚର୍ମକୁ ଶୁଷ୍କ ଏବଂ ଶୁଖିଲା କରିଦେଇଥାଏ।ହିଲସରେ ଶକ୍ ଅବସରପସନ୍ ନଥାଏ ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ଧୀରେ ଧୀରେ ବ୍ୟଥା ଅନୁଭବ ହୋଇଥାଏ।ଏବଂ କମ୍ ବୟସରୁ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପରି ସମସ୍ୟା ଦେଖାଯାଇଥାଏ।

ଏହାକୁ ପରିଧାନ କରିବା ଦ୍ୱାରା କମ୍ ବୟସରେ ଅଧିକାଂଶ ମହିଳା ଅଣ୍ଟାବ୍ୟଥାର ଶିକାର ହୋଇଥାନ୍ତି। ଏବେ ଏହି ସମସ୍ୟା ବଢ଼ି ବଢ଼ି ଚାଲିଛି।ହାଇ ହିଲ୍ ପିନ୍ଧିବା କାରଣରୁ ଅଣ୍ଟା ତଳ ବ୍ୟଥା ଆରମ୍ଭ ହେବାସହିତ ତଳି ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଉଛି। ହିଲ୍ ପିନ୍ଧି ଚାଲିବା କାରଣରୁ ଓଜନର ଠିକ୍ ବିତରଣ ହୋଇପାରିନଥାଏ ସେଥିପାଇଁ ଆମ ମେରୁଦଣ୍ଡରେ ଯଥେଷ୍ଟ ପ୍ରଭାବ ପଡ଼ିଥାଏ।ଏବଂ ଅନେକାଂଶରେ ଗୋଡ ମଧ୍ୟ ସରୁଆ ହୋଇଯିବାର ସମ୍ଭାବନା ଦେଖାଦିଏ।

ପ୍ରତିଦିନ ହିଲ୍ ପିନ୍ଧିବା ଦ୍ବାରା ଆପଣଙ୍କ ଗୋଡ଼ ଏବଂ ଗୋଇଠିରେ ବ୍ୟଥା ସୃଷ୍ଟି ହୋଇପାରେ।ଯଦି ଆପଣ ସବୁବେଳେ ହାଇ ହିଲସ ପିନ୍ଧୁଛନ୍ତି ତେବେ ଏହାକୁ କମ୍ କରନ୍ତୁ। ଏହା ବଦଳରେ ଆରାମଦାୟମ ଚପଲ ପିନ୍ଧନ୍ତୁ ଏବଂ ହାଇ ହିଲସର ବ୍ୟବହାର ବେଳେବେଳେ କରନ୍ତୁ।ଏଭଳି ଚପଲ ବ୍ୟବହାର କରନ୍ତୁ ଜାହା ଆପଣଙ୍କ ଗୋଡ କୁ ଆରାମ ଦେବା ସହ ଆପଣଙ୍କ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରିବ।

ହାଇ ହିଲସର ଆକୃତି ଏପରି ହୋଇଥାଏ ଯେ ଏହା ଦ୍ବାରା ଶିରା ପ୍ରଶିରାରେ ରକ୍ତ ପ୍ରବାହ ସଙ୍କୁଚିତ ହୋଇଯାଇଥାଏ ଯାହା ଦ୍ବାରା ରକ୍ତ ପ୍ରବାହର ଅଭାବ ଦେଖାଯାଇଥାଏ।ଅତି କମ୍ ବୟସରୁ ରକ୍ତ ହୀନତା ପରି ସମସ୍ୟା ଦେଖାଯାଇଥାଏ।

Writing By- Tapasa gyanadarsini samal

Also Read- BSF Recruitment 2024: ଏହି ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ହାତଛଡା କରନ୍ତୁନି ସୁଯୋଗ

Also Read- ଜାଣନ୍ତୁ ସ୍ବପ୍ନରେ ଦୀପ ଦେଖିଲେ ଭବିଷ୍ୟତ ବିଷୟରେ କ’ଣ ଦେଇଥାଏ ସୂଚନା