Whatsapp ର ନୂଆ ମଜାଦାର କମ୍ୟୁନିଟି ଫିଚର ରୋଲଆଉଟ, ଜାଣନ୍ତୁ ସହଜରେ କିପରି କରି ପାରିବେ ୟୁଜ୍
Advertisement

Whatsapp ର ନୂଆ ମଜାଦାର କମ୍ୟୁନିଟି ଫିଚର ରୋଲଆଉଟ, ଜାଣନ୍ତୁ ସହଜରେ କିପରି କରି ପାରିବେ ୟୁଜ୍

ମେସେଜିଂ ପ୍ଲାଟଫର୍ମ Whatsappରେ ନୂଆ କମ୍ୟୁନିଟି ଫିଚର ରୋଲଆଉଟ ହୋଇଛି । ଏହି ବୈଶିଷ୍ଟ୍ୟ ଉପରେ ଦୀର୍ଘଦିନ ଧରି କମ୍ପାନି ପରୀକ୍ଷା ଜାରି ରଖିଥିଲା । ବର୍ତ୍ତମାନ ଏହି ନୂଆ ଫିଚର ବ୍ୟବହାରକାରୀ ବ୍ୟବହାର କରିପାରିବେ ।

Whatsapp ର ନୂଆ ମଜାଦାର କମ୍ୟୁନିଟି ଫିଚର ରୋଲଆଉଟ, ଜାଣନ୍ତୁ ସହଜରେ କିପରି କରି ପାରିବେ ୟୁଜ୍

Whatsapp: ମେସେଜିଂ ପ୍ଲାଟଫର୍ମ Whatsappରେ ନୂଆ କମ୍ୟୁନିଟି ଫିଚର ରୋଲଆଉଟ ହୋଇଛି । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ Whatsapp ନୂଆ କମ୍ୟୁନିଟି ଫିଚର ଘୋଷଣା କରିଥିଲା । ଏବେ ଏହା ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱେବ୍ ବ୍ୟବହାରକାରୀଙ୍କ ପାଇଁ ରୋଲଆଉଟ ହୋଇଛି । ଏହି ନୂତନ ଫିଚର ସାହାଯ୍ୟରେ, ଅନେକ କମ୍ୟୁନିଟି ନିଜ ମଧ୍ୟରେ ସଂଯୋଗ କରିବାକୁ ସମର୍ଥ ହେବେ ଏବଂ ଗୃପ୍ ଗୁଡ଼ିକୁ ପରିଚାଳନା କରିବା ମଧ୍ୟ ସହଜ ହେବ । ଏହି ଫିଚର ଦ୍ୱାରା ସମାନ ଚିନ୍ତାଧାରା ଯୁକ୍ତ ବିଶିଷ୍ଟ ଲୋକ ଏବଂ ଗୋଷ୍ଠୀ ଏକାଠି ହୋଇପାରିବେ । 

ନୂଆ ଫିଚର ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ସୂଚନା ଜାରି କରିଛନ୍ତି । କମ୍ୟୁନିଟି ନାମକ ଏହି ନୂଆ ଫିଚର ସମାନ ମାନସିକତା ଯୁକ୍ତ ବନ୍ଧୁମାନଙ୍କୁ ଏକାଠି କରିବାକୁ ସମର୍ଥ ହେବ । ୨୦୦୯ରେ Whatsapp ଲଞ୍ଚ୍ ହେବା ପରଠାରୁ ଲୋକେ ନିଜ ବନ୍ଧୁ ଏବଂ ପରିବାରଙ୍କ ସହ ବାର୍ତ୍ତାଳାପକୁ ନେଇ ଉନ୍ନତ ଅନୁଭୂତି ଦେବା ପାଇଁ ଲଗାତାର ପରୀକ୍ଷା ଜାରି ରହିଛି ବୋଲି ସେ କହିଛନ୍ତି । 

ନୂଆ ଫିଚର କିପରି କାର୍ଯ୍ୟ କରିବ 

Whatsapp ର ନୂଆ ଫିଚର ପୁରୁଣା ଗୁପ୍ସ ଫିଚରର ଅପଗ୍ରଡ ଭର୍ଜନ । କିନ୍ତୁ ଆପଣ ଏଥିରେ ଏକାଧିକ ବ୍ୟକ୍ତି ଏବଂ ଗୃପକୁ  ଯୋଡ଼ିପାରିବେ । କମ୍ୟୁନିଟି ଫିଚର ଦ୍ୱାରା ଏକ ସମୟରେ କେବଳ ଜଣେ ବାର୍ତ୍ତାଳାପର ଅଂଶ ହୋଇପାରିବ । ଯେତେବେଳେ ସମାନ ପସନ୍ଦ ଏବଂ ନାପସନ୍ଦ ସହିତ ଅନେକ ଗୋଷ୍ଠୀ ଏକାଠି ହୋଇପାରିବେ । ଏହାସହିତ ରିଲେଟେଡ ଗୃପ ସହିତ ସଂଯୋଗ କରିବା ସହଜ ହୋଇପାରିବ । 

କମ୍ୟୁନିଟି ଫିଚର କିପରି ଆକ୍ଟିଭ କରିପାରବେ 

ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ, କମ୍ୟୁନିଟି ଟ୍ୟାବ୍ ଚାଟ୍ ର ଡାହାଣକୁ ଦେଖାଯାଉଥିବାବେଳେ ହ୍ୱାଟ୍ସଆପ୍  ୱେବ୍ ରେ, ଏହି ଫିଚର ସ୍କ୍ରିନର ଉପର ପଟ ଡାହାଣରେ ରହିଛି । ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ମଧ୍ୟ ଏକ ଭିନ୍ନ ଟ୍ୟାବରେ ନୂତନ ଫିଚର ପାଇପାରିବେ । ନୂଆ କମ୍ୟୁନିଟି ତିଆରି କରିବାକୁ, ଆପଣଙ୍କୁ ନିମ୍ନରେ ଦିଆଯାଇଥିବା ପରାମର୍ଶ ଗୁଡ଼ିକୁ ଅନୁସରଣ କରିବାକୁ ପଡ଼ିବ । 

୧. ସର୍ବପ୍ରଥମେ, Whatsapp ଖୋଲିବା ପରେ କମ୍ୟୁନିଟି ଟ୍ୟାବ୍ ଉପରେ ଟ୍ୟାପ୍ କରନ୍ତୁ । 
୨. ବର୍ତ୍ତମାନ କମ୍ୟୁନିଟିର ନାମ ଏବଂ ଡେସକ୍ରିପସନ ଲେଖିବା ପରେ ଆପଣଙ୍କୁ ପ୍ରୋଫାଇଲ୍ ଫଟୋ ରଖିବାକୁ ପଡ଼ିବ । ଏହି ନାମ ୨୪ ଅକ୍ଷରରୁ ଅଧିକ ହୋଇପାରିବ ନାହିଁ । 
୩. ଗ୍ରୀନ ଏରୋ ଆଇକନ୍ ଉପରେ ଟ୍ୟାପ୍ କରି, ଆପଣ ଯେକୌଣସି ଗୃପକୁ ଏହି କମ୍ୟୁନିଟିର ଅଂଶ କରିପାରିବେ କିମ୍ବା ଏକ ନୂତନ ଗୋଷ୍ଠୀ ସୃଷ୍ଟି କରିବାକୁ ସମର୍ଥ ହେବେ । 
୪. କମ୍ୟୁନିଟିରେ ଗୃପ ଯୋଡ଼ିବା ପରେ, ଶେଷରେ ଗ୍ରୀନ ଚେକ୍ ଆଇକନ୍ ଉପରେ ଟ୍ୟାପ୍ କରିବାକୁ ପଡ଼ିବ ।  

କମ୍ୟୁନିଟି ପାଇଁ ସୀମା 

ମନେରଖନ୍ତୁ, ୟୁଜର୍ସ ଆନାଉନ୍ସମେଣ୍ଟ ଗୃପ ବ୍ୟତୀତ ସର୍ବାଧିକ ୫୦ ଗୃପକୁ ଆପଣ କମ୍ୟୁନିଟିରେ ସାମିଲ କରିପାରିବେ । ଏଥିସହିତ, ଆନାଉନ୍ସମେଣ୍ଟ ଗୃପରେ ୫ ହଜାର ପର୍ଯ୍ୟନ୍ତ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିବ । 

Also read: Twitter ୟୁଜରଙ୍କ ପାଇଁ ଆସିଲା ଖୁସିଖବର, ମସ୍କ ବାତିଲ କଲେ ଏହି ବଡ଼ ପ୍ରସ୍ତାବ

Whatsapp ତତକ୍ଷଣାତ୍ ମେସେଜିଂ ସହିତ ବ୍ୟବହାରକାରୀମାନେ ଫଟୋ, ଅଡିଓ ଏବଂ ଭିଡିଓ ସେୟାର କରିପାରୁଛନ୍ତି । ଭଏସ୍ ଏବଂ ଭିଡିଓ କଲିଂ ମାଧ୍ୟମରେ ବନ୍ଧୁ ଏବଂ ପରିବାର ସହିତ ସଂଯୋଗ ମଧ୍ୟ ସମ୍ଭବ ହୋଇପାରୁଛି । ଉପଭୋକ୍ତାମାନଙ୍କର ଆପ୍ ଅଭିଜ୍ଞତାକୁ ଉନ୍ନତ କରିବାକୁ, କମ୍ପାନି ନୂତନ ଫିଚର ଆଣିବାକୁ ଯୋଜନା ଜାରି ରଖିଛି । ଏହି ପର୍ଯ୍ୟାୟରେ, ଚଳିତ ସପ୍ତାହରେ Do Not Disturb API ର ଏଣ୍ଟ୍ରି ହୋଇସାରିଛି ।