ହ୍ୱାଟ୍ସଆପରେ ଗୋଟିଏ ଥରରେ ଦେଖିପାରିବେ ସବୁ ଅନରିଡ ଚାଟ, ପୋଲ୍ ରେଜଲ୍ଟ, ଆସୁଛି ନୂଆ ଫିଚର
Advertisement

ହ୍ୱାଟ୍ସଆପରେ ଗୋଟିଏ ଥରରେ ଦେଖିପାରିବେ ସବୁ ଅନରିଡ ଚାଟ, ପୋଲ୍ ରେଜଲ୍ଟ, ଆସୁଛି ନୂଆ ଫିଚର

ଖୁବଶୀଘ୍ର ଏହ ଫିଚର ଏଡ୍ରଏଡ ଓ ଆଇଓଏସ ହ୍ୱାଟ୍ସଆପ୍ ଆପ ମାଧ୍ୟମରେ ଉପଲବ୍ଧ ହେବାକୁ ଯାଉଛି।

ହ୍ୱାଟ୍ସଆପରେ ଗୋଟିଏ ଥରରେ ଦେଖିପାରିବେ ସବୁ ଅନରିଡ ଚାଟ, ପୋଲ୍ ରେଜଲ୍ଟ, ଆସୁଛି ନୂଆ ଫିଚର

ଖୁବଶୀଘ୍ର ଆସୁଛି ହ୍ୱାଟ୍ସଆପ  ନୂଆ ଚାଟ୍ ଫିଚର। କମ୍ପାନୀ ଏହି ଫିଚରର ପରୀକ୍ଷା ମଧ୍ୟ କରିସାରିଛି। ଆପଣଙ୍କୁ ଆଉ ପୂର୍ବପରି ତଳକୁ ତଳ ସ୍କ୍ରଲ କରି ଅନରିଡ ମେସେଜ ଖୋଜିବାକୁ ପଡ଼ିବନାହିଁ। ୱାନସଟ ନଜରରେ ଆପଣ ସ୍କ୍ରିନ ମାଧ୍ୟମରେ ଦେଖିପାରିବେ ସବୁ ଅନରିଡ୍ ମେସେଜ। ଯାହାଫଳରେ ଆପଣ ଚାଟ ଅପଡେଟ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ଏହା କେବଳ ହ୍ୱାଟ୍ସଆପ ଡେକ୍ସଟପ୍ ଆପର ବେଟା ଭର୍ସନ ଜରିଆରେ ଉବଲବ୍ଧ ହୋଇଛି। ଖୁବଶୀଘ୍ର ଏହ ଫିଚର ଏଡ୍ରଏଡ ଓ ଆଇଓଏସ ହ୍ୱାଟ୍ସଆପ୍ ଆପ ମାଧ୍ୟମରେ ଉପଲବ୍ଧ ହେବାକୁ ଯାଉଛି।

ଏହାସହିତ ହ୍ୱାଟ୍ସଆପ ଆପରେ ଅନେକ ଗୁଡ଼ିଏ ନୂଆ ଫିଚର ନେଇ ପରୀକ୍ଷା ଜାରି ରହିଛି। ପୋଲ୍ ରେଜଲ୍ଟ ସହିତ ୟୁନିଭରର୍ସାଲ ୱିଣ୍ଡୋଜ ପ୍ଲାଟଫର୍ମ (YWP) ରିଲିଜ କରିବାକୁ ଯାଉଛି। ୱିଣ୍ଡୋଜ ଭର୍ସନ ପାଇଁ ଫଟୋ ଓ ଭିଡିଓ ପାଇଁ  'ଭ୍ୟୁ ୱନ୍ସ' ଫିଚର ଟେଷ୍ଟିଂ ଜାରି ରହିଛି।

ଏବେ ଜାଣନ୍ତି ଚାଟ ଫିଲ୍ଟର ଫିଚର କିପରି କାମ କରିବ। ରିପୋର୍ଟ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଏହି ଫିଚର ହ୍ୱାଟ୍ସଆପ ଡେକ୍ସଟପ ବିଟା 2.2221.0 ରେ ଉପଲବ୍ଧ ହୋଇଛି। ଏହି ଫିଚରରେ ସବୁ ଅନରିଡ ଚାଟ ଗୋଟିଏ କ୍ଲିକରେ ଦେଖାଯାଇପାରୁଛି। ଏହି ଅପସନ କୁ ବ୍ୟବହାରକାରୀ ଫିଲଟର ବଟନରେ କ୍ଲିକ କରି କିମ୍ବା କ୍ଲିୟର ଫିଲଟର ଅପସନକୁ ଟ୍ୟାପ କରି ଫିଚରକୁ ଏନାବ୍ଲ କିମ୍ବା ଡିଜେବଲ କରିପାରିବେ।

ଗତମାସରେ ମଧ୍ୟ ହ୍ୱାଟ୍ସଆପ ଭିନ୍ନ ଭିନ୍ନ ଫିଚର ଆରମ୍ଭ କରିଥିଲା। ଅନରିଡ ଚାଟ, କଣ୍ଟାକ୍ଟ, ଗ୍ରୁପ୍ ଚାଟକୁ ସହଜ କରିବା ପାଇଁ ନୂଆ ଅପସନ ଉପଲବ୍ଧ ହୋଇଥିଲା। ନୂଆ ଫିଚର ଗୁଡିକୁ ପୂର୍ବରୁ କେବଳ ବିଜନେସ ୟୁଜର୍ସଙ୍କ ପାଇଁ ଉବଲବ୍ଧ ଥିଲା। ଯଦିଓ ବର୍ତ୍ତମାନ ସୁଦ୍ଧା ଚାଟ ଫିଲଟର ଫିଚର ଏଡ୍ରଏଡ ଓ ଆଇଓଏସରେ ଉପଲବ୍ଧ ହୋଇନାହିଁ। ଏନେଇ କମ୍ପାନି ପକ୍ଷରୁ ମଧ୍ୟ ତାରିଖ ଘୋଷଣା କରାଯାଇନାହିଁ।

ଭୋଟ ମତଗଣନା ବା ପୋଲ ରେଜଲ୍ଟ ଫିଚର
ଅନରିଡ ଚାଟ ଫିଚରର ବିଟା ଟେଷ୍ଟିଂ ସହ ହ୍ୱାଟ୍ସଆପ୍ ରେ ନିର୍ବାଚନ ଫଳାଫଳ (Polls Result) ଦେଖାଇବା ପାଇଁ ନୂଆ ଫିଚର ପରୀକ୍ଷଣ ଜାରି ରହିଛି। ଆଇଓଏସ ବିଟା 22.12.0.73 ପାଇଁ ସର୍ବପ୍ରଥମେ ଏହି ଫିଚର ଲଞ୍ଚ ହେବାକୁ ଯାଉଛି। ବର୍ତ୍ତମାନ ଆପଣ ଟିଭି କିମ୍ବା OTT ପ୍ଲାଟଫର୍ମରେ ଦେଖୁଥିବା ନିର୍ବାଚନ ଫଳାଫଳ ଚାର୍ଟ ଏଣିକି ହ୍ୱାଟ୍ସଆପ ଟପ ସେଡରେ ଦେଖିବାକୁ ମିଳିବ। ଏହା ବ୍ୟବହାରକାରୀଙ୍କ ପାଇଁ ଅପସନାଲ ଫିଚର ରହିବ। ବ୍ୟବହାରକାରୀ ଚାହିଁଲେ ଏହି ଅପସନକୁ ଆକ୍ଟିଭ କିମ୍ବା ଇନଆକ୍ଟିଭ କରାଯାଇପାରିବ।

ଆସୁଛି ନୂଆ ଫିଚର ଭିୟୁ ୱନ୍ସ
ହ୍ୱାଟ୍ସଅପ ରେ ଫଟୋ ଓ ଭିଡିଓ ପାଇଁ ସ୍ୱତନ୍ତ୍ର ଭିୟୁ ୱନ୍ସ ଫିଚରର ଟେଷ୍ଟିଂ ଆରମ୍ଭ ହୋଇଛି। ଏହି ଫିଚର ଦ୍ୱାରା ଅପଲୋଡ ହେଉଥିବା ଫଟୋ ଓ ଭିଡିଓକୁ ହ୍ୱାଟ୍ସଆପର ସ୍ୱତନ୍ତ୍ର ଭିଡିଓ ଫର୍ମାଟକୁ ଅପ୍ଟିମାଇଜ ହେବ। ଯାହାଫଳରେ ଫଟୋ କିମ୍ବା ଭିଡିଓର କ୍ୱାଲିଟି ନଷ୍ଟ ହେବନାହିଁ। ଆସନ୍ତା ଏପ୍ରିଲ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୱିଣ୍ଡୋଜ ଭର୍ସନରେ ଏହି ଫିଚର ଆରମ୍ଭ ହେବାକୁ ଯାଉଛି।

୨ GB ଯାଏ ଭିଡିଓ ଓ ଡକ୍ୟୁମେଣ୍ଟ ସେୟାର ଫ୍ୟାସିଲିଟି
ଫେବ୍ରୁଆରୀରୁ ହ୍ୱାଟ୍ସଆପର ଲାର୍ଜ ଡାଟା ଫିଚର ଉପଲବ୍ଧ ହୋଇସାରିଛି। ଏହି ଫିଚର ଦ୍ୱାରା ବିଟା ଭର୍ସରେ 2GB ସାଇଜ ଯାଏ ଡାଟାକୁ ଟ୍ରାନ୍ସଫର କରାଯାଇପାରୁଛି।