Health Tips: ଶୀତ ଦିନେ କେଉଁ ପାଣିରେ ଗାଧୋଇବା ଉଚିତ୍? ଥଣ୍ଡା ନା ଗରମ ?
Advertisement
Article Detail0/zeeodisha/odisha1974379

Health Tips: ଶୀତ ଦିନେ କେଉଁ ପାଣିରେ ଗାଧୋଇବା ଉଚିତ୍? ଥଣ୍ଡା ନା ଗରମ ?

Health Tips: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଗାଧୋଇବା ଆମ ପାଇଁ କାଠିକର ପାଠ ହୋଇଯାଏ। ବିଶେଷ କରି ଥଣ୍ଡା ପାଣି ଦେଖିଲେ ଗାଧୋଇବାର ଇଚ୍ଛା ଯେମିତି ଆପେ ଆପେ ମରିଯାଏ।ତେଣୁ ଅଧିକାଂଶ ଲୋକ ଶୀତ ଦିନେ ଥଣ୍ଡା ପାଣି(Cold Water) ଅପେକ୍ଷା ଉଷୁମୁ ପାଣି ବା ଗରମ ପାଣିରେ(Warm Water) ଗାଧୋଇବାକୁ ଅଧିକ ପସନ୍ଦ କରିଥାନ୍ତି।

Health Tips: ଶୀତ ଦିନେ କେଉଁ ପାଣିରେ ଗାଧୋଇବା ଉଚିତ୍? ଥଣ୍ଡା ନା ଗରମ ?

Health Tips: ଶୀତ ଋତୁ ଆରମ୍ଭ ହେବା ମାତ୍ରେ ଗାଧୋଇବା ଆମ ପାଇଁ କାଠିକର ପାଠ ହୋଇଯାଏ। ବିଶେଷ କରି ଥଣ୍ଡା ପାଣି ଦେଖିଲେ ଗାଧୋଇବାର ଇଚ୍ଛା ଯେମିତି ଆପେ ଆପେ ମରିଯାଏ।ତେଣୁ ଅଧିକାଂଶ ଲୋକ ଶୀତ ଦିନେ ଥଣ୍ଡା ପାଣି(Cold Water) ଅପେକ୍ଷା ଉଷୁମୁ ପାଣି ବା ଗରମ ପାଣିରେ(Warm Water) ଗାଧୋଇବାକୁ ଅଧିକ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଶୀତ ଦିନେ କେଉଁ ପାଣିରେ ଗାଧୋଇବା ଆମ ପାଇଁ ଉପକାରୀ?

ଉଷୁମ ପାଣିରେ ଗାଧୋଇବାର ଉପକାରିତା-

-ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଏହା ଆମକୁ ଉଷ୍ମତା ପ୍ରଦାନ କରିବା ସହ ମାଂସ ପେଶୀକୁ ଆରାମ ଦେଇଥାଏ।

-ରକ୍ତ ସଞ୍ଚାଳନ ସକ୍ରିୟ କରିଥାଏ ରକ୍ତ ପ୍ରବାହ(Blood Circulation) ହ୍ରାସ କରିଥାଏ।

-ଗରମ ପାଣିରେ  ଗାଧୋଇବା ଦ୍ୱାରା ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।

-ଉଷୁମ ପାଣିରେ ଗାଧୋଇବା ଦ୍ୱାରା ଭଲ ନିଦ ଆସିଥାଏ।

-ଉଷୁମ ପାଣିରେ ସ୍ନାନ ମାନସିକ ଚିନ୍ତା(Dipression) ଦୂର କରିବାରେ ସାହାଯ୍ୟ କରିଥାଏ।

ଥଣ୍ଡା ପାଣିରେ ଗାଧୋଇବାର ଉପକାରିତା-

-ପ୍ରତିଦିନ ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଏହା ଆମର ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ ସୁସ୍ଥ ରଖିଥାଏ।

-ଥଣ୍ଡା ପାଣିରେ ଗାଧୋଇବା ଦ୍ୱାରା ଏହା ଆମର ରୋଗ ପ୍ରତିରୋଧକ(Immune System) ଶକ୍ତି ବୃଦ୍ଧି କରିଥାଏ।

-ମାଂସପେଶୀରେ ଦରଜ ଦୂର କରିଥାଏ ଓ ମାଂସପେଶୀକୁ ଶକ୍ତ କରିଥାଏ।

-ଥଣ୍ଡା ପାଣିରେ ଗୋଧୋଇବା ଓ କେଶ ଧୋଇବା ଦ୍ୱାରା ଏହା ଆମ ତ୍ୱଚା(Skin) ଓ କେଶକୁ(hair) ସୁସ୍ଥ ରଖିଥାଏ।

ସତ୍ୟାପନ: ଶୀତ ଦିନେ ଥଣ୍ଡା ବା ଉଷୁମୁ ପାଣିରେ ଗାଧୋଇବା ଏହା ଆପଣଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏଥିସହ ଆପଣ ସ୍ୱାସ୍ଥ୍ୟ ବିଷେଶଜ୍ଞଙ୍କ ପରମର୍ଶକୁ ଅନୁସରଣ କରି କରିବା ଉଚିତ୍।

Also Read: Venus Transit in Libra: ୩୦ ନଭେମ୍ବର ଠାରୁ ଚମକିବ ଏହି ସବୁ ରାଶିଙ୍କ ଭାଗ୍ୟ, ମାଟି ଧରିଲେ ହେବ ସୁନା