ମଦ ପିଇବା ମାତ୍ରେ କାହିଁକି ଲୋକମାନେ କହିବା ଆରମ୍ଭ କରନ୍ତି ଇଂରାଜୀ? ଜାଣନ୍ତୁ ଏହା ପଛର କାରଣ
Advertisement
Article Detail0/zeeodisha/odisha1166537

ମଦ ପିଇବା ମାତ୍ରେ କାହିଁକି ଲୋକମାନେ କହିବା ଆରମ୍ଭ କରନ୍ତି ଇଂରାଜୀ? ଜାଣନ୍ତୁ ଏହା ପଛର କାରଣ

କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ମଦ୍ୟପାନ (Drinking Alcohol) କରିବା ପରେ ଲୋକଙ୍କ ସ୍ମୃତି ଓ ଏକାଗ୍ରତା ପ୍ରଭାବିତ ହୋଇଥାଏ । ଏହି ସମୟରେ କିଛି ଲୋକଙ୍କ ବ୍ୟକ୍ତିତ୍ୱ ସଂପୂର୍ଣ୍ଣ ରୂପେ ବଦଳିଯାଏ ଓ ସେମାନଙ୍କର ଆତ୍ମବିଶ୍ୱାସ ଦ୍ରୁତ ଗତିରେ ବଢ଼ିବାକୁ ଲାଗେ । ଏହା ଘଟିବା ମାତ୍ରେ ସେମାନେ ସେହି ଜିନିଷ ଉପରେ ଫୋକସ୍ କରନ୍ତି, ଯାହା ହୋଶରେ ରହିବା ସମୟରେ କରିବାକୁ କୁଣ୍ଠାବୋଧ କରନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମଦ (Alcohol) ର ନିଶା (Intoxication) ଏପରି ନିଶା ହୋଇଥାଏ ଯେ ବଡ଼ ବଡ଼ ସେଲିବ୍ରିଟିମାନେ ମଧ୍ୟ ରାସ୍ତାରେ ଆସି ଅଜବ କାର୍ଯ୍ୟକଳାପ କରିବା ଆରମ୍ଭ କରନ୍ତି । ସେପଟେ ସାଧାରଣ ଲୋକର କଥା ତ ଅଲଗା ଅଟେ । ଦେଖାଯାଏ ଯେ ନିଶା ଅବସ୍ଥାରେ ଜଣେ ବ୍ୟକ୍ତି ଏତେ ବୁଡ଼ିଯାଏ ଯେ ବେଳେବେଳେ ସେ ରାସ୍ତା ମଝିରେ ନାଚିବା ଆରମ୍ଭ କରିଦିଏ, ତା’ପରେ କିଛି ଲୋକ ହଠାତ୍ ଇଂରାଜୀ (English) ରେ କଥା କହିବା ଆରମ୍ଭ କରନ୍ତି । ଏହି ସମୟ ମଧ୍ୟରେ ସେ ଇଂରାଜୀରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କାହିଁକି ସେ କେବଳ ନିଶାସକ୍ତ ଅବସ୍ଥାରେ ଏପରି କରନ୍ତି? ବାସ୍ତବରେ ଏହି କାର୍ଯ୍ୟ କରିବା ପଛରେ ଏକ ବୈଜ୍ଞାନିକ କାରଣ ଅଛି, ଯାହା ଏହି ପ୍ରଶ୍ନର ଉତ୍ତର ଦେଇପାରେ ।

'ସାଇକୋଫାରମାକୋଲୋଜି ଜର୍ନାଲ୍' (Journal of Psychopharmacology) ରେ ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ମଦ ପିଇବା ମାତ୍ରେ ଲୋକମାନଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼ିବାରେ ଲାଗେ ଓ ସେହି ସମୟ ମଧ୍ୟରେ ଏହି ଲୋକମାନେ ଆତ୍ମବିଶ୍ୱାସୀ ହୋଇ ଇଂରାଜୀ ଭାଷାରେ କଥାବାର୍ତ୍ତା ଆରମ୍ଭ କରନ୍ତି, ଯାହା ସେମାନେ ସାଧାରଣ ସମୟରେ ଏହା କହିବାକୁ ଅନିଚ୍ଛା ପ୍ରକାଶ କରନ୍ତି । 

କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, ମଦ୍ୟପାନ (Drinking Alcohol) କରିବା ପରେ ଲୋକଙ୍କ ସ୍ମୃତି ଓ ଏକାଗ୍ରତା ପ୍ରଭାବିତ ହୋଇଥାଏ । ଏହି ସମୟରେ କିଛି ଲୋକଙ୍କ ବ୍ୟକ୍ତିତ୍ୱ ସଂପୂର୍ଣ୍ଣ ରୂପେ ବଦଳିଯାଏ ଓ ସେମାନଙ୍କର ଆତ୍ମବିଶ୍ୱାସ ଦ୍ରୁତ ଗତିରେ ବଢ଼ିବାକୁ ଲାଗେ । ଏହା ଘଟିବା ମାତ୍ରେ ସେମାନେ ସେହି ଜିନିଷ ଉପରେ ଫୋକସ୍ କରନ୍ତି, ଯାହା ହୋଶରେ ରହିବା ସମୟରେ କରିବାକୁ କୁଣ୍ଠାବୋଧ କରନ୍ତି ।

ଏହା ବି ପଢ଼ନ୍ତୁ:-ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ ଅଭିଯୋଗରେ ୱେବ୍ ମିଡିଆ ପ୍ରତିନିଧି ଗିରଫ

ଏହା ବି ପଢ଼ନ୍ତୁ:-ଭାରତକୁ ଉପଦେଶ ଦେବାକୁ ନେଇ ଆମେରିକା ଓ ୟୁରୋପକୁ କଡ଼ା ଜବାବ ଦେଲେ ବୈଦେଶିକ ମନ୍ତ୍ରୀ

 

ଅନ୍ୟ ଭାଷା କହିବା ବ୍ୟତୀତ କିଛି ଲୋକ ସେହି ଜିନିଷଗୁଡିକ ମଧ୍ୟ କରନ୍ତି ଯାହାକି ସେମାନେ ସ୍ୱାଭାବିକ ହେଲେ କରିବାକୁ ସକ୍ଷମ ନୁହଁନ୍ତି । ନାଚିବା କିମ୍ବା ଗୀତ ଗାଇବା ପରି କ୍ରିୟାକଳାପ କରନ୍ତି । ଲୋକମାନେ ମଦ୍ୟପାନ କରିବା ପରେ ଆତ୍ମବିଶ୍ୱାସରେ ଆସିବା ପରେ ସେମାନେ ବହୁତ ନାଚନ୍ତି । ଏପରି ଲୋକମାନେ ସୁଖମୟ ଜୀବନଯାପନ କରିବାକୁ ବିଶ୍ୱାସ କରନ୍ତି । ସେପଟେ ଅଧିକ ମାତ୍ରାରେ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କାହାର ସାହାଯ୍ୟ ବିନା ଆପଣ ନିଜ ଉପରେ ଆତ୍ମବିଶ୍ୱାସ ବଢ଼ାଇ ପାରିବେ ।