Mother's Day 2022: କାହିଁକି ମେ' ମାସର ଦ୍ୱିତୀୟ ରବିବାର ପାଳନ ହୁଏ ମାତୃ ଦିବସ?
Advertisement
Article Detail0/zeeodisha/odisha1177366

Mother's Day 2022: କାହିଁକି ମେ' ମାସର ଦ୍ୱିତୀୟ ରବିବାର ପାଳନ ହୁଏ ମାତୃ ଦିବସ?

ସାମାନ୍ୟ ଆଘାତ ହେଉ କିମ୍ବା ଗଭୀର ଆଘାତ ଲାଗେ, ତେବେ ପାଟିରୁ ସଙ୍ଗେ ସଙ୍ଗେ 'ଓ ମା.., ମା ଲୋ, ମମି ଲୋ.., ମାମା ଲୋ... ବୋଉ..ଲୋ' ବାହାରିଆସେ। ଯଦି ମାଆ ତାର ସନ୍ତାନର ମନପ୍ରାଣରେ ସବୁବଳେ ଅଛି। ତାହେଲେ କାହିଁକି ଆମେ "Mothers Day" ପାଳନ କରୁଛୁ ତାର କାରଣ ଜାଣନ୍ତୁ।

ପ୍ରତିକାତ୍ମକ ଫଟୋ

ଆଜି ବିଶ୍ୱବ୍ୟାପୀ Mother's Day ବା ମାତୃ ଦିବସ ପାଳନ କରାଯାଉଛି। ଏମିତି ତ ସବୁଦିନ ମାଙ୍କର, ତେଣୁ ନିଜ ମାଆଙ୍କୁ ମନେ ପକାଇବା ପାଇଁ କୌଣସି ସ୍ୱତନ୍ତ୍ର ଦିନ ଓ ଖାସ କାରଣ କିଛି ନଥାଏ। ମାଆ ଏମିତି ଜଣେ ମଣିଷ ଯିଏ ସନ୍ତାନର ସୁଖ-ଦୁଖଃ, ଭଲ-ମନ୍ଦ, ସଫଳତା ବିଫଳତା ସବୁ ସମୟରେ ମନେ ପଡ଼ିଥାଏ। ସାମାନ୍ୟ ଆଘାତ ହେଉ କିମ୍ବା ଗଭୀର ଆଘାତ ଲାଗେ, ତେବେ ପାଟିରୁ ସଙ୍ଗେ ସଙ୍ଗେ 'ଓ ମା.., ମା ଲୋ, ମମି ଲୋ.., ମାମା ଲୋ... ବୋଉ..ଲୋ' ବାହାରିଆସେ। ଯଦି ମାଆ ତାର ସନ୍ତାନର ମନପ୍ରାଣରେ ସବୁବଳେ ଅଛି। ତାହେଲେ କାହିଁକି ଆମେ "Mothers Day" ପାଳନ କରୁଛୁ ତାର କାରଣ ଜାଣନ୍ତୁ।

ମେ' ମାସର ଦ୍ୱିତୀୟ ରବିବାରରେ ମାତୃ ଦିବସ କାହିଁକି ପାଳନ କରାଯାଏ?

ଏନା ଜାର୍ୱିସ୍ ନାମକ ଜଣେ ଆମେରିକୀୟ ମହିଳା ପ୍ରଥମେ Mother's Day ବା ମାତୃ ଦିବସ ପାଳନ କରିବା ଆରମ୍ଭ କରିଥିଲେ। ଏନା ଜାର୍ୱିସ୍ ନିଜ ମାଆଙ୍କୁ ବହୁତ୍ ଭଲ ପାଉଥିଲେ। ତାଙ୍କ ମାଆଙ୍କ ଦେହାନ୍ତ ପରେ ସେ ବିବାହ ନକରିବା ପାଇଁ ନିଷ୍ପତ୍ତି ନେଇଥିଲେ। ନିଜ ମାଆଙ୍କ ସ୍ମୃତି ଦିବସକୁ ସମ୍ମାନ ଜଣାଇ ମାତୃ ଦିବସ ପାଳନ କରିବା ଆରମ୍ଭ କଲେ। ପରେ ୧୯୧୪ ମସିହା ମେ' ମାସ ୯ ତାରିଖକୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ୱୁଡ୍ରୋ ୱିଲ୍ସନ୍ ଔପଚାରିକ ଭାବେ ମଦର୍ସ ଡେ ପାଳନର ଶଭାରମ୍ଭ ପାଇଁ ଅନୁମୋତି ଦେଇଥିଲେ।

Also Read: ବିହାରୀ ବୟଫ୍ରେଣ୍ତ ପାଇଁ ୯୭ ଲକ୍ଷ ହଡପ ମାମଲା: ପୋଲିସ ଆଗରେ ସତ ମାନିଲେ 'ବଣ୍ଟି-ବବଲି', ଏମିତି କରିଥିଲେ ଠକେଇ

କେଉଁ କେଉଁ ଦେଶରେ ପାଳନ ହେଉଛି ମାତୃ ହିବସ ?

ମାତୃ ଦିବସକୁ ଔପଚାରିକ ଭାବେ ପାଳନ ପାଇଁ ଆମେରିକା ସଂସଦରେ ଏକ ସ୍ୱତନ୍ତ୍ର ବିଲ୍ ପାସ କରାଯାଇଥିଲା। ସେହି ଦିନଠାରୁ ପ୍ରତ୍ୟେକ ବର୍ଷ ମେ' ମାସ ଦ୍ୱିତୀୟ ରବିବାର ଦିମ ମଦର୍ସ ଡେ ବା ମାତୃ ଦିବସ ପାଳନ କରାଯାଉଛି। ବର୍ତ୍ତମାନ ସମୟରେ ଆମେରିକା ଛଡ଼ା ୟୁରୋପ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଜାପାନ ସମେତ ଅନ୍ୟ କିଛି ଦେଶ ମାନଙ୍କରେ ମଦର୍ସ ଡେ ପାଳନ କରାଯାଉଛି।

ମାତୃ ଦିବସ କେବେ ପାଳନ କରାଯାଏ?

ମାତୃ ଦିବସ ମେ' ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଏ। କିନ୍ତୁ ଚଳିତ ବର୍ଷ ମେ' ୮ ତାରିଖରେ ମାତୃ ଦିବସ ପଡିଛି। ଏହି ଦିବସ ପାଳନକୁ ୟୁରୋପରେ ମଦର ରବିବାର କୁହାଯାଉଥିଲା। 

Also Read: IOCLରେ ନିଯୁକ୍ତି ସୁଯୋଗ: ଆଜିଠୁ ଅନଲାଇନ୍ ରେଜିଷ୍ଟ୍ରେସନ, ଜାଣନ୍ତୁ ଡିଟେସ୍ସ

ମାତୃ ଦିବସରେ ମାଙ୍କୁ କେଉଁ ଉପହାର ଦେବେ?

ମାତୃ ଦିବସରେ ଆପଣଙ୍କ ମାଆଙ୍କର କିଛି ପ୍ରିୟ ଜିନିଷ ତାଙ୍କୁ ଉପହାର ଦେଇ ପାରିବେ। କିମ୍ବା ସେମାନଙ୍କୁ ସ୍ୱତନ୍ତ୍ର ଅନୁଭବ କରିବା ପାଇଁ ଆପଣ ନିଜେ ରୋଷେଇ କରିପାରିବେ। ଏକ ଚଳଚ୍ଚିତ୍ର ଦେଖାଇ ନେିପରିବେ କିମ୍ବା ସପିଂ କରିବାକୁ ବାହାରକୁ ନେଇପାରିବେ। କିମ୍ବା ଆପଣ ଏମିତି କୌଣସି କାମ କରିପାରିବେ ଯାହାକୁ ଆପଣଙ୍କ ମାଆ ଖୁବ ପସନ୍ଦ କରନ୍ତି। ଯଦି ଘରର କୌଣସି ଦାୟିତ୍ୱରେ ଆପଣ ଅବହେଳା କରିଛନ୍ତି ସେଗୁଡିକୁ ପୂରଣ କରନ୍ତୁ, ଦେଖିବେ ଆପଣଙ୍କ ମାଆ ନିଶ୍ଟିତ ଖୁସି ହୋଇଯିବେ।