ଶୀତଦିନିଆ ପନିପରିବା ଦେହ ପାଇଁ କେତେ ଉପକାରୀ ?
Advertisement
Article Detail0/zeeodisha/odisha613389

ଶୀତଦିନିଆ ପନିପରିବା ଦେହ ପାଇଁ କେତେ ଉପକାରୀ ?

ଶୀତଦିନେ ଆମେ କଣ ଅଧିକ ଖାଇବା ଉଚିତ ?

ସୌଜନ୍ୟ: ସୋସିଆଲ ମିଡିଆ

ମୋନିକା ମହାନ୍ତି, ଭୁବନେଶ୍ୱର: ସାଧାରଣତଃ ଶୀତଦିନେ ଅନେକ ପ୍ରକାରର ଶାଗ ଓ ପନିପରିବା ଉତ୍ପାଦିତ ହୋଇଥାଏ, ଏହି ପନିପରିବା ମଧ୍ୟ ମାର୍କେଟରେ ଖୁବ ଶସ୍ତା ଓ ସହଜରେ ମିଳିଯାଏ । ଶୀତଦିନେ ଯେଉଁସବୁ ଶାଗ ଓ ପନିପରିବା ଉତ୍ପାଦିତ ହୋଇ ବଜାରରେ ଗଦା ହୋଇଥାଏ, ସେଗୁଡିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରି, ଶରୀରକୁ ସୁସ୍ଥ ରଖିବାରେ ଖୁବ୍ ସହାୟକ ମଧ୍ୟ ହୋଇଥାଏ । ଶୀତଦିନେ ଆମ ଶରୀରରେ ଆର୍ଦ୍ରାତା କମ୍, ଉଷ୍ମତା ମଧ୍ୟ ଖୁବ କମ୍ ଥାଏ ।  ସେପଟେ ଏହି କାରଣରୁ ଶୀତଦିନେ ଅଧିକ ଭୋକ ମଧ୍ୟ ହୋଇଥାଏ । ଶୀତଦିନେ ସର୍ଦ୍ଦି, କାଶ, ଫ୍ଲୁ, ଆଲର୍ଜି, ଆଜମା, ନାକ ଓ କାନର ସମସ୍ୟା, ବ୍ରାଙ୍କାଇଟିସ୍ ଗଣ୍ଠିବଥା, ଫୁସଫୁସ୍ ସଂକ୍ରମଣ ଓ କାଛୁକୁଣ୍ଡିଆ ଆଦି ବ୍ୟାଧି ଦେଖା ଦେଇଥାଏ, ତେଣୁ ଏ ସବୁ ରୋଗରୁ ବର୍ତ୍ତିବା ପାଇଁ ଆମକୁ ଶୀତଦିନେ ମିଳୁଥିବା ପ୍ରଚୁର ପନିପରିବା ଖାଇବା ଉଚିତ । ଯାହାଦ୍ୱାରା ବିଭିନ୍ନ ଜୀବାଣୁ ସଂକ୍ରମଣ ଓ ପେଟ ରୋଗର ସମ୍ଭାବନା ବେଶ୍ ହ୍ରାସ ପାଇଥାଏ । ସାଧାରଣତଃ ଶୀତଦିନରେ ସର୍ଦ୍ଦି, କାଶ, ଫ୍ଲୁ, ଆଲର୍ଜି, ଆଜମା, ନାକ ଓ କାନର ସମସ୍ୟା, ବ୍ରାଙ୍କାଇଟିସ୍ ଗଣ୍ଠିବଥା, ଫୁସ୍ ଫୁସ୍ ସଂକ୍ରମଣ ଓ କାଛୁକୁଣ୍ଡିଆ ଆଦି ବ୍ୟାଧି ମଧ୍ୟ ଅଧିକ ହୋଇଥାଏ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆମକୁ ପ୍ରଚୁର ପନିପରିବା ଏବଂ ଶାଗ ଖାଇବା ନିତ୍ୟାନ୍ତ ଆବଶ୍ୟକ ।

ଶୀତଦିନେ ଆମେ କଣ ଅଧିକ ଖାଇବା ଉଚିତ ? 

ଶାଗ ପାଳଙ୍ଗ, ମେଥି, କୋଶଳା, ବଥୁଆ ସୋରିଷ ଓ ମୂଳା ଶାଗ ସାଙ୍ଗକୁ ଧନିଆପତ୍ର ପୋଦିନାପତ୍ର ଏବଂ ଭୁସଙ୍ଗା ପତ୍ର ଆଦିରୁ ଆମକୁ ଆଇରନ୍ ( ଲୌହ) ଓ କ୍ୟାଲସିୟମ୍ ଖୁବ ମିଳିଥାଏ, ଏହା ସାଙ୍ଗକୁ ମିଳିଥାଏ ସର୍ବ ରୋଗହର ଖାଦ୍ୟ ତନ୍ତୁ  । ଶାଗରୁ ମିଳିଥିବା ଭିଟାମିନ୍ ଗୁଡିକ ମଧ୍ୟରେ ବିଟା – କଳରୋଟିନ, ( ଦେହି) ଭିତରେ ଏଥିରୁ ତିଆରି ହୋଇପଡେ ଭିଟାମିନ୍ ଏ, ଭିଟାମିନ୍ ବି୧, ବି୨, ନିଆଶିନ୍ ଓ ଫଲିକ୍ ଏସିଡ୍ ପ୍ରଧାନ । କ୍ୟାଲସିୟମ, ଫସଫରସ, ଆଇରନ, ପୋଟାସିୟମ୍, ସୋଡିୟମ୍ ମ୍ୟାଗ୍ନେସିୟମ ଇତ୍ୟାଦି ଧାତୁସାର ଶାଗରୁ ବି ମିଳିଯାଏ ଯାହା ଯଥେଷ୍ଟ ପରିମାଣର ଭିଟାମିନ୍ – ସି ଯୋଗାଇଥାଏ ।

ସଂକ୍ଷେପରେ କହିଲେ ଶାଗରୁ ମିଳୁଥିବା ବିଟା- କାରୋଟିନ୍, ଯାହା ଦେହ ଭିତରେ ଭିଟାମିନ୍ ଏ’ରେ ପରିଣତ ହୋଇଯାଏ ଅନ୍ଧାରକଣା ଦୂର କରେ । ଲୌହ ଓ ଫଲିକ୍ ଏସିଡ ରକ୍ତହୀନତା ବା ଆନିମିଆ ନିବାରଣ କରେ । କ୍ୟାଲସିୟମ ହାଡ ଓ ଦାନ୍ତକୁ ଶକ୍ତ ରଖେ । ଭିଟାମିନ୍ – ସି ମାଢିକୁ ସୁସ୍ଥ ରଖେ, ଲୌହ କ୍ଷତ ଶୁଖାଇବାରେ ସାହାଯ୍ୟ କରେ । ରାଇବୋପ୍ଲାଭିନ୍ ତୁଣ୍ଡ ଘା’ ଜିଭ ଘା’ ଏବଂ କଳଖିଆ ନିବାରଣ କରିଥାଏ ।  ପୋଟାସିୟମ୍ ଉଚ୍ଚ ରକ୍ତଚାପ ଉପଶମ କରେ । ଏତଦ୍ ବ୍ୟତୀତ ଶାଗରେ ରହିଥିବା ଖାଦ୍ୟତନ୍ତୁ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଫାଇଟୋକେମିକାଲ୍ସ କ୍ୟାନସର ସମେତ ହୃଦରୋଗ ଉଚ୍ଚ ରକ୍ତଚାପ ଡାଇବେଟିସ୍, ଗଣ୍ଠିବାତ, ଫୁସ୍ ଫୁସ୍ ରୋଗ ଷ୍ଟ୍ରୋକ୍ କାଟାରାକ୍ଟ ଆଦି ଅଣ ସଂକ୍ରାମକ ରୋଗଗୁଡିକର ନିବାରଣରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ଦେଇଥାଏ । ଶାଗ ଖାଇଲେ ରକ୍ତରେ କୋଲେଷ୍ଟରଲ୍ ଓ ଟ୍ରାଇଗ୍ଲିସେରାଇଡର ମାତ୍ରା କମିଯାଏ । ତେଣୁ ଶାଗ ଉତ୍ତମ ସ୍ୱାସ୍ଥ୍ୟର ରକ୍ଷକ ।

ଫୁଲକୋବି, ବନ୍ଧାକୋବି, ଉଲକୋବି ଓ ବ୍ରୋକୋଲି

ଏଗୁଡ଼ିକୁ ତଟକା ଖାଇଲେ ଏହାର ଉପକାରିତା ଅଧିକ ମିଳେ । ଶୀତଦିନେ ଏହା ବେଶୀ ହିତକର ।  ସ୍ତନ୍ୟ, କୋଲୋନ୍, ଯକୃତ ଫୁସ୍ ଫୁସ୍ ପାକସ୍ଥଳୀ ଖାଦ୍ୟାବାହୀ ନଳୀ ନା ଇସୋଫାଗସ୍ ଓ ରେକ୍ସମ୍ ବା ମାଲାଶୟ ଇତ୍ୟାଦି କର୍କଟରୋଗ ଦମନ କରିବାରେ ଏଗୁଡିକ ଅତି ଶକ୍ତିଶଳୀ । ଏଥିରେ ଶ୍ଵେତସାର, ସ୍ନେହସାର ଓ କ୍ୟାଲୋରୀର ପରିମାଣ ଯଥେଷ୍ଟ କମ୍ ହୋଇଥିବାରୁ ହୃଦ୍ ରୋଗୀ ଡାଇବେଟିସ୍ ଉଚ୍ଚରକ୍ତଚାପ, ପୃଥୁଳାକାୟ ରୋଗୀମାନେ ଏହାକୁ ନିରାପଦରେ ଖାଇପାରିବେ ।

ଗାଜର: ବିଟା କାରୋଟିନ୍ ଭିଟାମିନ୍ – ସି, ସାୟାନିଡିନ୍, ଲିଉଟିନ୍ ଜାତୀୟ ଆଣ୍ଟିଅକ୍ସିଡାଣ୍ଟ ସମୃଦ୍ଧ ଗାଜର ଚକ୍ଷୁ ଓ ଚର୍ମକୁ ସୁସ୍ଥ ରଖେ ।

ବିଟ୍ : ଶୀତଦିନିଆ ଏହି ମୂଳତି ଭିଟାମିନ୍ ଏ, ବି ସି ଓ କେ, ଫୋଲେଟ୍ ଏବଂ ପୋଟାସିୟମ୍ ରେ ଭରପୂର ।

କନ୍ଦମୂଳ: ଶୀତଋତୁରେ ଅନ୍ୟ ଏକ ଉପହାର ହେଉଛି କନ୍ଦମୂଳ । ବିଟା କୋରୋଟିନ୍ ଭିଟାମିନ୍ ଏ, ସି ବିଭିନ୍ନ ଧାତବ ଲବଣ ଓ ଖାଦ୍ୟତନ୍ତ – ପ୍ରଦାନ ଏହି ଖାଦ୍ୟଦ୍ରବ୍ୟଟି ଚକ୍ଷୁ ଓ ଚର୍ମକୁ ରଖିବା ସଙ୍ଗେସଙ୍ଗେ କ୍ୟାନସର ପ୍ରତିରୋଧରେ ସାହାଯ୍ୟ କରେ । ଏହା ବେଶି କିଶୋରୀମାନଙ୍କ ପାଇଁ ବିଶେଷ ଉପଯୋଗୀ ।

ଶିମ୍ବ: ଏଥିରୁ ମିଳେ ବେଶି ପ୍ରୋଟିନ୍ । ଏଥିରେ ଥିବା ‘ ଆଇସୋଫ୍ଲାଭୋନ’ କ୍ୟାନସର ପ୍ରତିରୋଧ କରିପାରୁଥିବା ବେଳେ ‘ ବିଟା – ସାଇଟୋଷ୍ଟିରଲ’ ରକ୍ତରେ ଉଚ୍ଚ – କୋଲେଷ୍ଟରଲର ମାତ୍ରା ନିୟନ୍ତ୍ରଣ କରେ । ଏଲ୍ – ଡୋପୋ ମସ୍ତିସ୍କ ଓ ମିଜାଜକୁ ଭଲ ରଖେ ଓ ପାର୍କିନ୍ ସନ ରୋଗ କବଳରୁ ସୁରକ୍ଷିତ ରଖେ ।

ବିନ୍ସ: ଭିଟାମିନ୍ –ସି ଲିଉଟିନ୍, ଜି ଜାନ୍ଥିନ୍ ଜାତୀୟ ତୀବ୍ର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ କ୍ୟାଲସିୟମ ଓ ଖାଦ୍ୟତନ୍ତୁ ସମୃଦ୍ଧ ଏହି ଦ୍ରବ୍ୟଟି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ହୃଦ୍ ରୋଗୀ ଡାଇବେଟିସ୍ ରୋଗୀ ଓ ପୃଥୁଳ ରୋଗୀ ଏହାକୁ ନିରାପଦରେ ଖାଇପାରିବେ ।

ଟମାଟୋ : ଶୀତଦିନିଆ ତଟକା ଟମାଟୋ ଯେତିକି ଆକର୍ଷଣୀୟସେତିକି ଉକ୍ଟଷ୍ଟ ମଧ୍ୟ । ଭିଟାମିନ୍ – ସି, ଲାଇକୋପିନ୍ସ, ବିଟା-କାରୋଟିନ୍, କୋଳିନ୍ ଆଦି ଉପାଦାନର ଉତ୍ସ ଭାବରେ ଟମାଟୋ ଅତି ଗୁରୁତ୍ଵପୂର୍ଣ୍ଣ । ହୃଦ୍ ରୋଗ ଉଚ୍ଚରକ୍ତଚାପ, ଡାଇବେଟିସ୍ କ୍ୟାନସର ଆଦି ଦମନ କରିବାରେ ଟମାଟୋ ଖୁବ୍ ସାହାଯ୍ୟ ।

ଫଳ : କମଳା, ମୁସମ୍ବି, ଡାଳିମ୍ବ, ଆପଲ ଲେମ୍ବୁ ଅଁଳା ଆଦି ସିତଦିନିଆ ଫଳ ହୋଇଥିଲେ ମଧ୍ୟ ଏଗୁଡିକ ସବୁ ଋତୁରେ ମିଳିଥାଏ । ତେବେ ଶୀତଦିନେଏଗୁଡିକ ପ୍ରାୟତଃ ତଟକା ଓ ଶସ୍ତା ସବୁପ୍ରକାର ଫଳରୁ ଆଣ୍ଟିଅକ୍ସିଡାଣ୍ଟ ଫାଇଟୋକେମିକାଲ, ବିଟାକାରୋଟିନ୍ ଭିଟାମିନ୍ – ସି ଇତ୍ୟାଦି ଊଣାଅଧିକ ମିଳିଥାଏ ।ଭୂତାଣୁ ରୋଗ  କ୍ୟାନସର ସମେତ ଅନେକ ଅଣସଂକ୍ରମକ ରୋଗ ନିବାରଣ କରିବାରେ ଫଳ ହେଉଛି ଅତୁଳନୀୟ । ତାହାଛଡା ଶାଇଲେ ଶରୀରରର ରୋଗ ପ୍ରତିରୋଧକ ଶକ୍ତି ଜାତ ହୋଇ ଶରୀରକୁ ସୁରକ୍ଷିତ ରଖେ ।

ଧନିଆ ପତ୍ର, ପୋଦିନା ପତ୍ର ଓ ଭୁର୍ସୁଙ୍ଗ ପତ୍ର : ସାଧାରଣତଃ ଏହା ବଟଣି କରିବା ପାଇଁ ବ୍ୟବହୁତ ହୋଇଥାଏ ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତିରେ ଲୋଡା ପଡେ । ଏଗୁଡ଼ିକର ସ୍ଵତନ୍ତ୍ର ସୁଗନ୍ଧ ଯୋଗୁଁ ରୋଷେଇ ଘରେ ଏଗୁଡ଼ିକର ଅବାଧ ପ୍ରବେଶ ଓ ଆଦର । ଏହାକୁ ବେଶି ପରିମାଣରେ ଖାଇ ହୁଏ ନାହିଁ  ସିନା କିନ୍ତୁ ବିଟା କାରୋଟିନ୍ (ଭିଟାମିନ୍ –ଏ), ଭିଟାମିନ୍ – ସି କ୍ୟାଲସିୟମ ଲୌହ ଓ ଖାଦ୍ୟତନ୍ତୁରେ ଏହା ସାମିଲ ।