World Lungs Cancer Day 2023: ଫୁସଫୁସ କର୍କଟ ହୋଇଥିଲା ଶରୀରରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ!
Advertisement

World Lungs Cancer Day 2023: ଫୁସଫୁସ କର୍କଟ ହୋଇଥିଲା ଶରୀରରେ ଦେଖାଦେଇଥାଏ ଏହିସବୁ ଲକ୍ଷଣ!

 ଯଦି କାଶିବା ସମୟରେ ପାଟିରୁ ରକ୍ତ ପଡିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ, ଯଦି ପରିବାରରେ କାହାକୁ କର୍କଟ ରୋଗ ହୋଇଛି, ତେବେ ପରୀକ୍ଷା କରିବା ନିହାତି ଆବଶ୍ୟକ ଅଟେ । ଅନେକ ଥର ଲୋକେ ଏହି ଜଟିଳ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ କରିଥାଆନ୍ତି ଯାହା

ସୌ(ସୋସିଆଲ ମିଡିଆ)

World Lung Cancer Day 2023: ଯଦି କାଶିବା ସମୟରେ ପାଟିରୁ ରକ୍ତ ପଡିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ, ଯଦି ପରିବାରରେ କାହାକୁ କର୍କଟ ରୋଗ ହୋଇଛି, ତେବେ ପରୀକ୍ଷା କରିବା ନିହାତି ଆବଶ୍ୟକ ଅଟେ । ଅନେକ ଥର ଲୋକେ ଏହି ଜଟିଳ ସମସ୍ୟାକୁ ହାଲୁକା ଭାବରେ ଗ୍ରହଣ କରିଥାଆନ୍ତି ଯାହା ପରେ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ ।

କର୍କଟ ଶରୀରର ଯେକୌଣସି ଅଙ୍ଗରେ ହେଉନା କାହିଁକି ଏହା ସର୍ବଦା ବିପଦପୂର୍ଣ୍ଣ ହୋଇଥାଏ । ପ୍ରତିବର୍ଷ ଅଗଷ୍ଟ ୧ ତାରିଖକୁ 'ବିଶ୍ୱ ଫୁସଫୁସ କର୍କଟ ଦିବସ' (World Lung Cancer Day ) ଭାବେ ପାଳନ କରାଯାଏ। ଏହି ମାରାତ୍ମକ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହାର ଉଦ୍ଦେଶ୍ୟ ଅଟେ । ବିଶେଷ କରି, ଭାରତରେ ଫୁସଫୁସ କର୍କଟ ଏକ ସାଧାରଣ କର୍କଟ ମଧ୍ୟରୁ ଅନ୍ୟତମ। ୨୦୨୦ ମସିହାରେ WHO ଦ୍ବାରା ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଫୁସଫୁସ କର୍କଟରେ ପ୍ରାୟ ୧୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି । ୨୦୧୨ ମସିହାରେ ଫୋରମ୍ ଅଫ୍ ଇଣ୍ଟରନ୍ୟାସନାଲ୍ ରେସପେରେଟାରୀ ସୋସାଇଟିସ୍ ଦ୍ୱାରା ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର ଷ୍ଟଡି ଅଫ୍ ଫୁସ୍ ଫୁସ୍ କ୍ୟାନସର ଓ ଆମେରିକୀୟ କଲେଜ ଅଫ୍ ଛାତି ଚିକିତ୍ସକଙ୍କ ସହାୟତାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଦୁଇ ପ୍ରକାର ହୋଇଥାଏ ଫୁସଫୁସ କର୍କଟ

ଛୋଟ କୋଷ ଫୁସଫୁସ କର୍କଟ (Small cell lung cancer)

ଅଧିକ ମାତ୍ରରେ ଧୂମପାନ କରୁଥିବା ଲୋକଙ୍କୁ ଫୁସଫୁସ କର୍କଟ ହେବାର ଅଧିକ ଆଶଙ୍କା ରହିଥାଏ । ଏହା ଦ୍ରୁତ ଗତିରେ ବ୍ୟାପୁଥିବା କର୍କଟ ଅଟେ । ଏହାର ଲକ୍ଷଣ ଜଣାପଡିବା ବେଳକୁ ଏହା ମଣିଷ ଶରୀରକୁ ବ୍ୟାପି ସାରିଥାଏ ।

ଅଣ ଛୋଟ କୋଷ ଫୁସଫୁସ କର୍କଟ (Non-small cell lung cancer)

ଫୁସଫୁସରେ ହେଉଥିବା ଏହା ଏକ ସାଧାରଣ କର୍କଟ ଅଟେ । ଏହି କର୍କଟ ୮୦ ପ୍ରତିଶତ ଲୋକଙ୍କଠାରେ ଦେଖାଯାଏ । ଏଥି ମଧ୍ୟରେ ଆଡେନୋକାର୍କିନୋମା, ସ୍କ୍ୱାମସ୍, ସେଲ୍ କାରସିନୋମା ଓ ବଡ଼ କୋଷ ଅନ୍ତର୍ଭୁକ୍ତ ।

ଫୁସଫୁସ କର୍କଟର ମୁଖ୍ୟ ଲକ୍ଷଣ

  • ଦୀର୍ଘ ସମୟ ଧରି କାଶ ହେବା
  • ଛାତିରେ ଯନ୍ତ୍ରଣା ଅନୁଭୂତ ହେବା
  • ନିଶ୍ୱାସ ପ୍ରଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭୂତ ହେବା
  • କାଶିବା ସମୟରେ ରକ୍ତ ପଡ଼ିବା
  • ସବୁବେଳେ କ୍ଳାନ୍ତ ଅନୁଭବ କରିବା
  • ଖାଇବା ପରେ ଓଜନ ହ୍ରାସ ହେବା
  • ଭୋକ ନହେବା
  • ଗଳା ବସିଯିବା
  • ମୁଣ୍ଡବିନ୍ଧା

ଫୁସଫୁସ କର୍କଟର ମୁଖ୍ୟ କାରଣ

ଫୁସଫୁସ୍ କର୍କଟ ହେବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଧୂମପାନ । ସିଗାରେଟ୍ ଓ ଡ୍ରଗ୍ସର ସେବନ ବ୍ୟତୀତ ପ୍ରଦୂଷିତ ବାୟୁ, ତାପମାତ୍ରାରେ ବାରମ୍ବାର ପରିବର୍ତ୍ତନ, ଶ୍ବାସକ୍ରିୟା ରୋଗ, ବଂଶଗତ କାରଣ ଫୁସଫୁସ କର୍କଟ ରୋଗର ମୁଖ୍ୟ କାରଣ ଅଟେ।

କରୋନା ପରେ ବୃଦ୍ଧି ପାଇଛି ଏହି ସମସ୍ୟା

ମହାମାରୀ ପରେ ଫୁସଫୁସ୍ ଜନିତ ସମସ୍ୟା ବଢିବାରେ ଲାଗିଛି । ସାମାନ୍ୟ ଅସୁସ୍ଥତା ପରେ ମଣିଷର ଫୁସଫୁସକୁ ପ୍ରଭାବିତ ହେଉଛି , ଠିକ୍ ସମୟରେ ଚିକିତ୍ସା ଅଭାବରୁ ଏହି ସମସ୍ୟା ଗୁରୁତର ରୂପ ନେଉଛି। ବୟସ୍କମାନଙ୍କଠାରେ ଫୁସଫୁସ୍ କର୍କଟ ରୋଗ ଅଧିକ ଦେଖାଦେଇଥାଏ ।

ଆମ ଶରୀରରେ ଥିବା ପ୍ରାକୃତିକ ପ୍ରତିରକ୍ଷା ପ୍ରଣାଳୀ ଫୁସଫୁସକୁ ସୁରକ୍ଷା ଦେବା ସହ ମଇଳା ଓ ଜୀବାଣୁକୁ ଦୂରେଇ ରଖିଥାଏ । କିନ୍ତୁ ଭୁଲ୍ ଜୀବନଶୈଳୀ ହେତୁ ଫୁସଫୁସ୍ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି । ଫୁସଫୁସ କର୍କଟ ବିଷୟରେ ଅବଗତ କରାଇବା ସହ ଠିକ୍ ସମୟରେ ଏହାର ଚିକିତ୍ସା ଲାଗି ଲୋକଙ୍କୁ ସଚେତନ କରିବା ଲାଗି 'ବିଶ୍ୱ ଫୁସଫୁସ କର୍କଟ ଦିବସ' ପାଳନ କରାଯାଇଥାଏ।

​(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି ।)