ଅଜବ ତ୍ରିକୋଣୀୟ ପ୍ରେମ କାହାଣୀ! ଏକା ସାଙ୍ଗରେ ଗର୍ଭବତୀ ହେବାକୁ ଚାହୁଁଛନ୍ତି ଯମଜ ଭଉଣୀ
Advertisement
Article Detail0/zeeodisha/odisha921250

ଅଜବ ତ୍ରିକୋଣୀୟ ପ୍ରେମ କାହାଣୀ! ଏକା ସାଙ୍ଗରେ ଗର୍ଭବତୀ ହେବାକୁ ଚାହୁଁଛନ୍ତି ଯମଜ ଭଉଣୀ

ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଯାଆଁଳା ଭଉଣୀଙ୍କ ନାମ ଆନ୍ନା ଏବଂ ଲୁସି। ଉଭୟେ ବେନ ନାମକ ବ୍ୟକ୍ତିଙ୍କ ପ୍ରେମରେ ପଡିଥିଲେ ଏବଂ ଦୁହେଁ ତାଙ୍କ ସହ ରୁହନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଆନ୍ନା, ଲୁସି ଏବଂ ବେନ୍ ତିନିଜଣ ଏକ ବଡ ଶଯ୍ୟାରେ ଏକାଠି ଶୋଇଥାନ୍ତି। 

 ସୌ- ସୋସିଆଲ ମିଡିିଆ

ପର୍ଥ: ଆପଣ ନିଶ୍ଚିତ ଭାବରେ ଲୋକଙ୍କ ଅଦ୍ଭୁତ ସଉକ ବିଷୟରେ ଶୁଣିଥିବେ। ଏଥିପାଇଁ ସେମାନେ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ଅଷ୍ଟ୍ରେଲିଆରେ ଠିକ୍ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଯାଆଁଳା ଭଉଣୀ ଜଣେ ବ୍ୟକ୍ତିଙ୍କୁ ପ୍ରେମ କରୁଥିଲେ ଏବଂ ଦୁହେଁ ତାଙ୍କ ସହ ନିର୍ବନ୍ଧ ମଧ୍ୟ କରିଛନ୍ଚି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୁହେଁ ଚାହାଁନ୍ତି ଯେ ସେମାନେ ଏକତ୍ର ଗର୍ଭବତୀ ହେବେ।

ଅଷ୍ଟ୍ରେଲିଆର ପର୍ଥରେ ରହୁଥିବା ଯାଆଁଳା ଭଉଣୀଙ୍କ ନାମ ଆନ୍ନା ଏବଂ ଲୁସି। ଉଭୟେ ବେନ ନାମକ ବ୍ୟକ୍ତିଙ୍କ ପ୍ରେମରେ ପଡିଥିଲେ ଏବଂ ଦୁହେଁ ତାଙ୍କ ସହ ରୁହନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଆନ୍ନା, ଲୁସି ଏବଂ ବେନ୍ ତିନିଜଣ ଏକ ବଡ ଶଯ୍ୟାରେ ଏକାଠି ଶୋଇଥାନ୍ତି। ନିଜ ଭଉଣୀ ସହ ନିଜ ପାର୍ଟନର ସେୟାର କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ସେମାନେ କହିଛନ୍ତି ଯେ ବେନ୍, ଉଭୟ ଭଉଣୀର ପ୍ରିନ୍ସ ଚାର୍ମିଙ୍ଗ୍।

Also Read: କାଳିଆ କ୍ୱାରେଣ୍ଟିନ୍ ଯିବାର କରୁଣ କାହାଣୀ, ଜାଣିଲେ ଆଖିରୁ ଗଡିବ ପାଣି!

ଏକ ଆମେରିକୀୟ ରିଆଲିଟି ସୋ’ରେ ବେନ୍ ଗୋଟିଏ ବକ୍ସରେ ଦୁଇଟି ମୁଦି ଦେଇ ଆନ୍ନା ଏବଂ ଲୁସିଙ୍କୁ ପ୍ରୋପୋଜ କରିଥିଲେ। ସେମାନଙ୍କ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆନ୍ନା ଓ ଲୁସିଙ୍କ ବୟସ ୩୫ ବର୍ଷ। ବେନ୍ ସେମାନଙ୍କ ଠାରୁ ମାତ୍ର ୨ ବର୍ଷ ବଡ ଏବଂ ସେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରନ୍ତି। ଆନ୍ନା, ଲୁସି ଏବଂ ବେନ୍ ୧୦ ବର୍ଷ ଧରି ରିଲେସନରେ ଥିଲେ।

ଅଷ୍ଟ୍ରେଲିଆର ଆଇନରେ ତିନି ଜଣଙ୍କ ବିବାହକୁ ସ୍ୱୀକୃତି ଦିଆଯାଇନାହିଁ। ସେଠାକାର ନିୟମ ଅନୁଯାୟୀ ଜଣେ ଏକା ସାଙ୍ଗେ ୨ ଜଣଙ୍କୁ ବିବାହ କରିପାରିବେ ନାହିଁ। ବିବାହ ସମସ୍ୟାର ସମାଧାନ ପାଇଁ ଆନ୍ନା ଏବଂ ଲୁସି ଏକ ଦେଶରେ ବସବାସ କରିବାକୁ ଚାହାଁନ୍ତି ଯେଉଁଠାରେ ଏହା ଆଇନଗତ ଅଟେ। ଏହି ତାଲିକାରେ ମାଲେସିଆ ଏବଂ ଇଣ୍ଡୋନେସିଆ ଅନ୍ତର୍ଭୁକ୍ତ। ବେନ୍ କହିଛନ୍ତି ଯେ, ଯଦିଓ ସେ ଅଷ୍ଟ୍ରେଲିଆରେ ବିବାହ କରିପାରିବେ ନାହିଁ, କିନ୍ତୁ ସେମାନେ ଏକତ୍ର ନିର୍ବନ୍ଧ କରିଛନ୍ତି।

Also Read: ଗୁଣି ସନ୍ଦେହରେ ବାପା-ପୁଅକୁ ହତ୍ୟା ଘଟଣା: ଗୋଟିଏ ଗ୍ରାମର ୧୨ ଗିରଫ

ଅଷ୍ଟ୍ରେଲୀୟ ୱେବସାଇଟ୍ ଅନୁଯାୟୀ ଆନ୍ନା ଏବଂ ଲୁସି ଏକାସାଙ୍ଗରେ ଗର୍ଭବତୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଦୁଇ ଭଉଣୀ କହିଛନ୍ତି ଯେ, ପିଲାଦିନରୁ ସେମାନେ ପସନ୍ଦ ସମାନ। ଏପରି ପରିସ୍ଥିତିରେ, ଯେତେବେଳେ ତାଙ୍କ ହୃଦୟ ବେନଙ୍କ ଉପରେ ଆସିଲା, ସେତେବେଳେ ସେ କିଛି ଅଦ୍ଭୁତ ଜିନିଷ ପାଇଲେ ନାହିଁ। ଏହି ତିନିଜଣ ଗୋଟିଏ ଘରେ ଏବଂ ଗୋଟିଏ କୋଠରୀରେ ଏକାଠି ରୁହନ୍ତି।