ଆମେ ଆଶା କରୁଛୁ ଏହି ଉନ୍ନତି ହ୍ୟାକର୍ ସମ୍ପ୍ରଦାୟକୁ ଆହୁରି ପ୍ରେରଣା ଯୋଗାଇବ। ଆମ କାର୍ଯ୍ୟକ୍ରମରେ ଆପଣଙ୍କର ଅବଦାନ ପାଇଁ ଆପଣଙ୍କୁ ଧନ୍ୟବାଦ ଏବଂ ଆମେ ଆପଣଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ ।
Trending Photos
Zomato ଗୁରୁବାର ନିଜ ବଗ୍ ବାଉଣ୍ଟି ପ୍ରୋଗ୍ରାମ ପାଇଁ ପୁରସ୍କାର ରାଶିକୁ ବଢାଇଦେଇଛି ।Zomato ର କହିବାନୁସାରେ, ଜଣେ ବ୍ୟକ୍ତି ୱେବସାଇଟ ବା ମୋବାଇଲ ଆପ୍ଲିକେସନରେ ବଗ୍ ଖୋଜିବା ଆରମ୍ଭ କରେ ତ ତାଙ୍କୁ ୪ ହଜାର ଡଲାର ଅର୍ଥାତ ୨.୯୯ ଲକ୍ଷ ପୁରସ୍କାର ପ୍ରଦାନ କରାଯିବ । ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ କହିଛି ଯେ, ବଗ୍ ବାଉଣ୍ଟି କାର୍ଯ୍ୟକ୍ରମ ଆମର ସୁରକ୍ଷା ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆମେ ଆଶା କରୁଛୁ ଏହି ଉନ୍ନତି ହ୍ୟାକର୍ ସମ୍ପ୍ରଦାୟକୁ ଆହୁରି ପ୍ରେରଣା ଯୋଗାଇବ। ଆମ କାର୍ଯ୍ୟକ୍ରମରେ ଆପଣଙ୍କର ଅବଦାନ ପାଇଁ ଆପଣଙ୍କୁ ଧନ୍ୟବାଦ ଏବଂ ଆମେ ଆପଣଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ ।
Also Read: Twitter କୁ ଲାଗିଲା ଆଉ ଝଟକା, ଏବେ Koo ରେ RSS ର ଏଣ୍ଟ୍ରି
ଫୁ଼ଡ ଡେଲିଭରି ପ୍ଲାଟଫର୍ମ Zomato ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛି । CVV ଅର୍ଥାତ୍ କମନ୍ ଭଲନରାଆବିଲିଟି ସ୍କୋରିଂ ସିଷ୍ଟମ (Common Vulnerability Scoring System) ଯାଞ୍ଚ କରିବା ଯେ, ବଗ୍ କାରଣରୁ କମ୍ପାନୀର କେତେ କ୍ଷତି ହେବାକୁ ଯାଉଛି । ଆଉ ଏହାକୁ ଆଧାର କରି ପୁରସ୍କାର ପ୍ରଦାନ କରାଯିବ । Zomato ଏକ ବୟାନରେ କହିଛି ଯେ, ଉଦାହରଣ ପାଇଁ , CVSS ୧୦.୦ ହେବ ତା ହେଲେ ୪ ହଜାର ଡଲାରର ପୁରସ୍କାର ପ୍ରଦାନ କରାଯିବ । ସେହିପରି CVSS ୯.୫ ହେଲେ ୩ ହଜାର ଡଲାର ଦିଆଯାଇ ସମ୍ମାନିତ କରାଯିବ ।
Also Read: Work From Homeରେ ଥିଲେ ଏହି ୫ଟି Tricksରେ ବଢାନ୍ତୁ ଇଣ୍ଟରନେଟ୍ ସ୍ପିଡ୍
ଜୋମାଟୋ Zomato ବଗ୍ ବାଉଣ୍ଟି ପ୍ରୋଗ୍ରାମରେ ସାମିଲ ହେବାକୁ ହେଲେ ଟ୍ରୁ ଫ୍ୟାକ୍ଟର ଅଥୋଣ୍ଟିକେସନର ଦରକାର ହୋଇପାରେ । ଫୁଡ୍ ଅର୍ଡରିଂ ପ୍ଲାଟଫର୍ମ ବହୁତ କଷ୍ଟରେ ବଗ୍ ଖୋଜିବା ନେଇ ଅଧିକ ପୁରସ୍କାର ଦେବା ସହ ଯିଏ କମ ବଗ୍ ଖୋଜିପାରିବେ ସେମାନଙ୍କୁ ଜୋମାଟୋ କମ ପଇସା ଦେବ ।