ମହିଳା ଦିବସ: ଅନନ୍ୟ ଅନନ୍ୟା ରାଜମିସ୍ତ୍ରୀ ଲକ୍ଷ୍ମୀ
Advertisement

ମହିଳା ଦିବସ: ଅନନ୍ୟ ଅନନ୍ୟା ରାଜମିସ୍ତ୍ରୀ ଲକ୍ଷ୍ମୀ

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ଆଜି ବି ଶିକ୍ଷାର ହାର କମ ଓ ଯେଉଁଠି ଶିକ୍ଷା ନାହିଁ ସେଠି ରୋଜଗାର ମଧ୍ୟ ସେତେଟା ସୁଯୋଗ ନାହିଁ । ଆଉ ଏହି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ମହିଳା ମାନେ ଅନେକ ସ୍ତରରେ ଶୋଷଣ ତଥା ପଛୁଆ ହୋଇ ରହିଛନ୍ତି ।

ଫାଇଲ ଫଟୋ

ମାଲକାନଗିରି: ନାରୀ ନୁହେଁ ଦୁର୍ବଳା, ନାରୀ ଅଟେ ସବଳା । ଆଜିର ନାରୀମାନେ ଏହି ଉକ୍ତିକୁ ଅକ୍ଷୟ ଅକ୍ଷରେ ସତ କରି ଦେଖେଇଛନ୍ତି । ନିଜେ ସ୍ୱାବଲମ୍ବୀ ହେଇ ନିଜ ପରିବାର ପୋଷଣରେ ନାରୀ କୌଣସି ଗୁଣରେ କମ ନାହାନ୍ତି ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଏମଭି 2 ଗ୍ରାମର ଲକ୍ଷ୍ମୀ ସଗଡ଼ିଆ । ନିଜେ ରାଜମିସ୍ତ୍ରୀ ରୂପେ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଅଞ୍ଚଳରେ ମହିଳାଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଆସନ୍ତୁ ଜାଣିବା ଅନ୍ତର୍ଜାତୀୟ ମହିଳା ଦିବସରେ ମାଲକାନଗିରି ଜିଲ୍ଲାର ସ୍ୱାବଲମ୍ବୀ ମହିଳା ରାଜମିସ୍ତ୍ରୀ ଲକ୍ଷ୍ମୀଙ୍କ ଜୀବନ କାହାଣୀ ।

ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା । ଜିଲ୍ଲାରେ ଆଜି ବି ଶିକ୍ଷାର ହାର କମ ଓ ଯେଉଁଠି ଶିକ୍ଷା ନାହିଁ ସେଠି ରୋଜଗାର ମଧ୍ୟ ସେତେଟା ସୁଯୋଗ ନାହିଁ । ଆଉ ଏହି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ମହିଳା ମାନେ ଅନେକ ସ୍ତରରେ ଶୋଷଣ ତଥା ପଛୁଆ ହୋଇ ରହିଛନ୍ତି । କିନ୍ତୁ ଏଭଳି ସ୍ଥାନରେ ମଧ୍ୟ ଜଣେ ମହିଳା ନିଜ ପରିବାର ପ୍ରତିପୋଷଣ କରିବା ସହ ସ୍ୱାବଲମ୍ବୀ ହୋଇ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ଏ ହେଉଛନ୍ତି ଲକ୍ଷ୍ମୀ । ନାମ ଯେମିତି କାମ ବି ସେମିତି । ପିଲାବେଳୁ ସେ ଅଭାବ ଅନାଟନ ରେ ରହିଥିବା ବେଳେ ନିଜେ ଶ୍ରମିକ ଭାବେ କାମ କରୁଥିଲେ । 

fallback

ଲକ୍ଷ୍ମୀ ବିବାହ ପରେ ମଧ୍ୟ ପରିବାର ପୋଷିବା ପାଇଁ ନିଜ ସଂଘର୍ଷ ଜାରି ରଖିଛନ୍ତି । ଶ୍ରମିକ ଭାବେ କାମ କରି ଲକ୍ଷ୍ମୀ କାମ ଶିଖି ବର୍ତ୍ତମାନ ରାଜ ମିସ୍ତ୍ରୀ ରୂପେ ଅନେକ କାମ କରୁଛନ୍ତି । ମିସ୍ତ୍ରୀ ରୂପେ ଲକ୍ଷ୍ମୀ କାମ କରି ଅନେକ ଘର ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟ କରିଛନ୍ତି । ମହିଳା ହୋଇ ନିଜେ ଘରର ଚାରି କାନ୍ଥ ମଧ୍ୟରେ ନ ରହି ସେ ସାହାସ ଜୁଟାଇ ନିଜ ମିସ୍ତ୍ରୀ ରୂପେ କାମ କରୁଥିବା ବେଳେ ନିଜ ଘରର ମଧ୍ୟ ସମସ୍ତ କାମ ସୁଚାରୁ ରୁପେ କରୁଛନ୍ତି । ମନରେ ସାହସ ଏବଂ ଇଚ୍ଛା ଥିଲେ ଜଣେ ମହିଳା ବି ସବୁ କାମ କରିପାରିବ ଏଇ କଥା ଲକ୍ଷ୍ମୀଙ୍କ ମୂଳ ମନ୍ତ୍ର ରହିଛି । ଆଉ ଲକ୍ଷ୍ମୀଙ୍କୁ ଦେଖି ତାଙ୍କ ଝିଅ ବି ଖୁସି ପ୍ରକାଶ କରିବା ସହ ତାଙ୍କ ଭଳି ସ୍ୱାବଲମ୍ବୀ ହେବାକୁ ଆଶା ରଖିଛନ୍ତି ।  

fallback

ଲକ୍ଷ୍ମୀଙ୍କ ସ୍ଵାମୀ ଆନ୍ଧ୍ରପ୍ରଦେଶ ରେ ଦାଦନ ଖଟିବାକୁ ଯାଇଥିବା ବେଳେ ସେ ନିଜେ ମାଲକାନଗିରି ଜିଲ୍ଲାରେ ଥାଇବି ବେଶ ଭଲ ରୋଜଗାର କରିପାରୁଛନ୍ତି । ନିଜ ଦୁଇ ଛୁଆଙ୍କୁ ଲକ୍ଷ୍ମୀ ଲାଳନ ପାଳନ କରି ବଡ କରିଥିବା ବେଳେ ଲକ୍ଷ୍ମୀଙ୍କୁ ତାଙ୍କ ସାହି ପଡୋଶୀ ବି ବେଶ ପ୍ରଶଂସା କରିବା ସହ ଭଲ ପାଆନ୍ତି । ଜଣେ ମହିଳା ହୋଇ ଲକ୍ଷ୍ମୀ ନିଜର ସଂଘର୍ଷ ଜାରି ରଖିଥିବା କାର୍ଯ୍ୟକୁ ତାଙ୍କ ସମ୍ପର୍କୀୟ ଓ ପଡୋଶୀ ବେଶ ପ୍ରଶଂସା କରିବା ସହ ତାଙ୍କୁ ସହଯୋଗ ମଧ୍ୟ କରନ୍ତି । ଲକ୍ଷ୍ମୀ ଆଜି ଜଣେ ଆଗୁଆ ଏବଂ ସ୍ଵାବଲମ୍ବୀ ନାରୀ ବୋଲି ତାଙ୍କ ପଡୋଶୀ ମାନେ ମତ ରଖିଛନ୍ତି ।