ଦିବ୍ୟାଙ୍ଗ ହୋଇ ସକ୍ଷମ, ସମସ୍ତଙ୍କ ପ୍ରିୟ ଶ୍ୟାମ ସୁନ୍ଦର ସାର୍
Advertisement
Article Detail0/zeeodisha/odisha629293

ଦିବ୍ୟାଙ୍ଗ ହୋଇ ସକ୍ଷମ, ସମସ୍ତଙ୍କ ପ୍ରିୟ ଶ୍ୟାମ ସୁନ୍ଦର ସାର୍

ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟମାନଙ୍କ ଭଳି ସକ୍ଷମ । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ନିମୋନିଆ ରୋଗରେ ପୀଡ଼ିତ ହୋଇ ଆଖି ଦୁଇଟି ନଷ୍ଟ ହୋଇଗଲା । ହେଲେ ସେଥିରେ ସେ ହାରି ନଯାଇ ପାଠପଢି ଆଗକୁ ଯିବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

ଫାଇଲ ଫଟୋ

ଉଦଳା: ଜଣେ ଦିବ୍ୟାଙ୍ଗ ମଣିଷକୁ ସବୁବେଳେ ସମାଜ ଅବହେଳା କରିଥାଏ । ଏପରିକି ସେମାନେ ଜୀବନରେ କିଛି କରିପାରିବେ ନାହିଁ ବୋଲି ଅନେକ ବ୍ୟକ୍ତି ମନରେ ଭାବିଥାନ୍ତି । ହେଲେ ସେ ସବୁକୁ ଭୁଲ୍ ପ୍ରମାଣିତ କରିଛନ୍ତି କପ୍ତିପଦା ବ୍ଲକ ଅଧିନ ପୋଡାଡିହା ସରକାରୀ ମଇ ବିଦ୍ୟାଳୟର ଶିକ୍ଷକ ଶ୍ୟାମ ସୁନ୍ଦର ବିନ୍ଧାଣୀ । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ୪ ବର୍ଷ ହେବ ଶିକ୍ଷାଦାନ କରିଚାଲିଛନ୍ତି । ତାହା ପୁଣି ଅନ୍ୟ ଶିକ୍ଷକମାନଙ୍କ ସହିତ ତୁଳନାତ୍ମକ ହୋଇ । ଦିବ୍ୟାଙ୍ଗ ହୋଇ ସେ ପୂରା ସକ୍ଷମ । 

ଦିବ୍ୟାଙ୍ଗ ହୋଇ ମଧ୍ୟ ଅନ୍ୟମାନଙ୍କ ଭଳି ସକ୍ଷମ । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ବେଳେ ନିମୋନିଆ ରୋଗରେ ପୀଡ଼ିତ ହୋଇ ଆଖି ଦୁଇଟି ନଷ୍ଟ ହୋଇଗଲା । ହେଲେ ସେଥିରେ ସେ ହାରି ନଯାଇ ପାଠପଢି ଆଗକୁ ଯିବା ପାଇଁ ଚେଷ୍ଟା ଜାରି ରଖିଥିଲେ । ୨୦୧୫ ଅଗଷ୍ଟରୁ ସେ ପୋଡାଡିହା ସରକାରୀ ମଇ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ସେହି ସମୟରୁ ଜଣେ ଭଲ ଶିକ୍ଷକ ଭାବେ ଅତି ସରଳ ଓ ସୁନ୍ଦର ଢଙ୍ଗରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି । ବ୍ରେଲି ପ୍ରଣାଳୀ ଓ ଅଡିଓ ରେଫରେନ୍ସ ମାଧ୍ୟମରେ ପଢାଇବାକୁ ଥିବା ପାଠ ତାଙ୍କ ପାଖରେ ଥାଏ । କେବଳ ପାଠ ପଢାଇବା ନୁହେଁ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହ ତାଙ୍କର ସମନ୍ୱୟ ମଧ୍ୟ ଭଲ ।

ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀକୁ ଯିବା ପାଇଁ ଛାତ୍ରମାନେ ଶ୍ୟାମ ସାରଙ୍କୁ ସହଯୋଗ କରିଥାନ୍ତି । ଏପରିକି ହାତରେ ଏକ ବାଡି ଧରି ସେ ଯିବା ଆସିବା କରିଥାନ୍ତି । ସାରଙ୍କ ପାଠ ପଢାଇବା ଶୈଳୀକୁ ନେଇ ଛାତ୍ରଛାତ୍ରୀମାନେ ବହୁତ୍ ଖୁସି ଥିବା କହିଛନ୍ତି । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶ୍ୟାମଙ୍କୁ ସମ୍ମାନ କରନ୍ତି ।

ଶ୍ୟାମ ଜଣେ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ନିଜକୁ କେବେ ଦୁର୍ବଳ ମାନି ନାହାନ୍ତି । ତାଙ୍କର ବ୍ୟକ୍ତିତ୍ୱ ପାଇଁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।