ପୁଣି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ
Advertisement
Article Detail0/zeeodisha/odisha876584

ପୁଣି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ

ପୋଡାଡିହା ରେଞ୍ଜର ପୋଡାଡିହା, ଅନନ୍ତପୁର, ବାଲିନାଳ ଓ ଡୁକୁରା ରେଞ୍ଜର ମାଣିକପୁର , ବାଲମା ଆଦି ଅଞ୍ଚଳରେ ନିଆଁ ଲାଗିଛି । ପୂର୍ବାପେକ୍ଷା ନିଆଁ ଅଧିକ ମାତ୍ରାରେ ଲାଗିଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି । 

ପୁଣି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ

ମୟୂରଭଞ୍ଜ: ଶିମିଳିପାଳରେ ପୁଣି ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ । ଶିମିଳିପାଳର ୨ଟି ରେଞ୍ଜ ପୋଡ଼ାଡ଼ିହା ଓ ଡୁକୁରା ରେଞ୍ଜରେ ଏବେ ନିଆଁ ଭୟଙ୍କର ରୂପ ନେଇଛି । ପୋଡାଡିହା ରେଞ୍ଜର ପୋଡାଡିହା, ଅନନ୍ତପୁର, ବାଲିନାଳ ଓ ଡୁକୁରା ରେଞ୍ଜର ମାଣିକପୁର , ବାଲମା ଆଦି ଅଞ୍ଚଳରେ ନିଆଁ ଲାଗିଛି । ପୂର୍ବାପେକ୍ଷା ନିଆଁ ଅଧିକ ମାତ୍ରାରେ ଲାଗିଥିବା ବେଳେ ନିଆଁ ବ୍ୟାପିବାରେ ଲାଗିଛି । 

ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଶିମିଳିପାଳ (Similipal) ପାଦ ଦେଶରେ ବସବାସ କରୁଥିବା ଗ୍ରାମବାସୀ । ଦୁଇ ଦୁଇ ଥର ଶିମିଳିପାଳରେ ନିଆଁ ଲାଗିଥିବାରୁ ଦୁଇଟି ରେଞ୍ଜରେ ଥିବା ବହୁ ଔଷଧୀୟ ଗୁଳ୍ମଲତା ସହିତ ବନ୍ୟଜନ୍ତୁ ପୋଡି ନଷ୍ଟ ହୋଇଯାଉଥିବା କହିଛନ୍ତି ଗ୍ରାମବାସୀ ।

Also Read: Multiple Myeloma Blood କ୍ୟାନସରରେ ପୀଡ଼ିତ ଅଭିନେତ୍ରୀ ତଥା ସାଂସଦ କିରଣ ଖେର

ସେପଟେ ମାଲକାନଗିରି (Malkangiri) ଜିଲ୍ଲାରେ ଧୂଆଁମୟ ପରିବେଶକୁ ନେଇ ଆତଙ୍କିତ ହୋଇଛନ୍ତି ଲୋକେ । ଦିନ ୧୧ଟା ସୁଦ୍ଧା ଧୂଆଁ ନକମିବା ସହ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀଙ୍କ ଆଖି ପୋଡିବା ଆରମ୍ଭ ହେଇଥିଲା । ଧୂଆଁକୁ ଆୟତ୍ତ କରିବା ପାଇଁ ସହରବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।