ଆଜି ଉପବାଚସ୍ପତି ନିର୍ବାଚନ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି
Advertisement
Article Detail0/zeeodisha/odisha2350745

ଆଜି ଉପବାଚସ୍ପତି ନିର୍ବାଚନ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି

ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରିବା ପରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ।

ଆଜି ଉପବାଚସ୍ପତି ନିର୍ବାଚନ, ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି

ଭୁବନେଶ୍ବର: ଆଜି ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ବିଧାନସଭା ସଚିବଙ୍କ ପାଖରେ ଶ୍ରୀ ଭୋଇ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଭବାନୀ ଭୋଇ ତଳସରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିଜେପି ଉପବାଚସ୍ପତି ପାଇଁ ବିଧାୟକ ଶ୍ରୀ ଭୋଇଙ୍କ ନାମ ଘୋଷଣା କରିଛି।   

ଅନ୍ୟପଟେ ୨୦୧୯ରେ ଶ୍ରୀ ଭୋଇ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପରାସ୍ତ କରିଥିବା ବେଳେ ୨୦୨୪ରେ ବିଜେଡି ପ୍ରାର୍ଥୀ ବିନୟ କୁମାର ଟାପୁଙ୍କୁ ପରାସ୍ତ କରିଥିଲେ। ଦୁଇଥର ବିଧାୟକ ହୋଇଥିବାରୁ ବିଧାନସଭା ପରିଚାଳନାରେ ତାଙ୍କର ଅଭିଜ୍ଞତା ରହିଛି। ଯେଉଁଥିପାଇଁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ସେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡ଼ା, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବିଜେପିର ବହୁ ବିଧାୟକ ଉପସ୍ଥିତ ଥିଲେ। 

ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇ ଉପବାଚସ୍ପତି ହେବେ ବୋଲି ଘୋଷଣା କରିବା ପରେ ଭବାନୀ ଶଙ୍କର ଭୋଇ ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଥିଲେ। ବିଧାନସଭା ସଚିବଙ୍କୁ ନିଜ ନାମାଙ୍କନ ପତ୍ର ପ୍ରଦାନ କରିଥିଲେ। ଆଜି ହେବ ଉପବାଚସ୍ପତି ନିର୍ବାଚନ।