ସ୍କୁଲ ଖୋଲୁ ଖୋଲୁ ହତାରେ ପଶି ବିଦ୍ୟାର୍ଥୀଙ୍କୁ ଛୁଇଁଲାଣି କୋରୋନା
Advertisement

ସ୍କୁଲ ଖୋଲୁ ଖୋଲୁ ହତାରେ ପଶି ବିଦ୍ୟାର୍ଥୀଙ୍କୁ ଛୁଇଁଲାଣି କୋରୋନା

କୋରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ସ୍କୁଲ୍‌ କଲେଜ ବନ୍ଦ ରହିଥିବା ବେଳେ ଗତ ୮ ତାରିଖରୁ ଖୋଲିଛି ସ୍କୁଲ୍‌ । ମାତ୍ର ସ୍କୁଲ୍‌ ଓ କଲେଜ ଖୋଲିବାର ୫ ଦିନ ଭିତରେ କୋରୋନା ତା’ର କୋପ ଦେଖାଇବା ଆରମ୍ଭ କରିଛି।

ସ୍କୁଲ ଖୋଲୁ ଖୋଲୁ ହତାରେ ପଶି ବିଦ୍ୟାର୍ଥୀଙ୍କୁ ଛୁଇଁଲାଣି କୋରୋନା

ମୁକେଶ ପ୍ରଧାନ, ଝାରସୁଗୁଡ଼ା;  କୋରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ସ୍କୁଲ୍‌ କଲେଜ ବନ୍ଦ ରହିଥିବା ବେଳେ ଗତ ୮ ତାରିଖରୁ ଖୋଲିଛି ସ୍କୁଲ୍‌ । ମାତ୍ର ସ୍କୁଲ୍‌ ଓ କଲେଜ ଖୋଲିବାର ୫ ଦିନ ଭିତରେ କୋରୋନା ତା’ର କୋପ ଦେଖାଇବା ଆରମ୍ଭ କରିଛି। ଗତ ପାଞ୍ଚଦିନ ରେ ଝାରସୁଗୁଡା ଜିଲ୍ଲାରେ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଶିକ୍ଷକ କୋରୋନାରେ ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି ।

ଆଜି ଗୋଟିଏ ଦିନରେ ୨୨ ଜଣ କୋରୋନା ଆକ୍ରାନ୍ତ(Corona Infected) ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୧୩ ଜଣ ନର୍ସିଂ ଛାତ୍ରୀ (Nurshing Student) ଓ ଲଇକେରା ବ୍ଲକରେ ୩ଟି ସ୍କୁଲର ୧୯ ଜଣ ଛାତ୍ରଛାତ୍ରୀ (School Student) କୋରୋନା ସଂକ୍ରମିତ ଚିହ୍ନଟ ପରେ ସ୍କୁଲ ପିଲାଙ୍କ ଖୁସିକୁ ଫିକା କରିଦେଇଛି କୋରୋନା (Corona) । ବିଦ୍ୟାଳୟ (School) ଖୋଲିବାର ପାଞ୍ଚ ଦିନ ପରେ ଆସିଛି ଏଭଳି ଖବର । 

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ ସାଲହେଟିକ୍ରା ହାଇସ୍କୁଲ (HighSchool) ରୁ ୨ ଜଣ ଛାତ୍ରଛାତ୍ରୀ (Students), ୧୧ ତାରିଖରେ ସାହାସପୁର ହାଇସ୍କୁଲରୁ ୯ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ୧୩ ତାରିଖରେ ହେମସାଗର ଉଚ୍ଚ ବିଦ୍ୟାଳୟ ପାକେଲଖୋଲ ବିଦ୍ୟାଳୟରୁ ୮ ଜଣ ଛାତ୍ରଛାତ୍ରୀ ପଜିଟିଭ (Covid Positive) ଚିହ୍ନଟ ହୋଇଛନ୍ତି । 

Also Read; ବଡ଼ ଖବର: ୨୦ ଲକ୍ଷ ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୧,୩୪୪ କୋଟି ଟଙ୍କା!

ଯେଉଁ ଛାତ୍ରଛାତ୍ରୀ ମାନେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ଘରୋଇ ସଙ୍ଗରୋଧରେ (Home Isolation)  ରହିବାକୁ ପରାମର୍ଶ ଦିଆଯାଇଛି । କୋରୋନା ସଂକ୍ରମଣ (Corona Infection) ବୃଦ୍ଧି ପାଉଥିବାରୁ ସ୍କୁଲ ମାନଙ୍କରେ ସାମାଜିକ ଦୂରତା (Social Distance), ସାନିଟାଇଜ (Sanitize) ନିୟମିତ କରାଯିବା ସହ ମାସ୍କ (Mask) କୁ ବାଧ୍ୟତାମୂଳକ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ (Jharsuguda District Administration) ପକ୍ଷରୁ କୁହାଯାଇଛି। 

ଅନ୍ୟପଟେ ଆଜି ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(Additional Collector) , ଜିଲ୍ଲା ଶିକ୍ଷା ଅଧିକାରୀ (District Education Officer) ସମେତ ଏସପି (Sp)ବିଭିନ୍ନ ବିଦ୍ୟାଳୟକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି।

Also Read; ଖୁବଶୀଘ୍ର ଖୋଲିବ Ram Setu ଗୂଢ ରହସ୍ୟ; ଗବେଷଣା କରିବାକୁ ମଞ୍ଜୁରୀ ଦେଲା ASI

Edited; Zee Odisha Desk