ମହାରାଷ୍ଟ୍ରରେ ପ୍ରକୃତିର କୋପ; ହସ୍ପିଟାଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ୧୧ ମୃତ
Advertisement
Article Detail0/zeeodisha/odisha948934

ମହାରାଷ୍ଟ୍ରରେ ପ୍ରକୃତିର କୋପ; ହସ୍ପିଟାଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ୧୧ ମୃତ

ବର୍ଷାର ପ୍ରକୋପ କମିବାରୁ ଜଳ ସ୍ତର ମଧ୍ୟ କମିବାରେ ଲାଗିଛି । ସେହିପରି ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ନିଜ ନିଜର ଘର ଓ ଦୋକାନ ବଜାର ସଜାଡ଼ିବାରେ ଲାଗିପଡ଼ିଛନ୍ତି ।

ମହାରାଷ୍ଟ୍ରରେ ପ୍ରକୃତିର କୋପ; ହସ୍ପିଟାଲ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ୧୧ ମୃତ

ମୁମ୍ବାଇ: କୋରୋନା ମହାମାରୀ ପରେ ମହାରାଷ୍ଟ୍ରରେ ପ୍ରକୃତିର କୋପ । ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ  ବନ୍ୟା ପରିସ୍ଥିତି ଦେଖାଦେଇଛି । ସେପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୧ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମିଳିଥିବା ଖବରନୁଯାୟୀ, ରାୟଗଡର ଚିପଲୁଣ ହସ୍ପିଟାଲରେ ପାଖାପାଖି ୨୧ ରୋଗୀ କୋରୋନା ରୋଗୀ ଭର୍ତ୍ତି ହୋଇଥିଲେ । ସେଥିମଧ୍ୟରୁ କିଛି ରୋଗୀ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ କିଛି ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଦେଇଥିଲା ଫଳରେ ବାହାର ଦୁନିଆ ସହ ହସ୍ପିଟାଲର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

କୁହାଯାଉଛି ଯେ, ସେହି ଅଞ୍ଚଳର ମୁଖ୍ୟ ମେଡିକାଲ ଅଫିସରଙ୍କ ହସ୍ପିଟାଲ (Hospital) ସହ ଶେଷଥର ଗୁରୁବାର ଅପରାହ୍ଣ ୩.୩୦ ସମୟରେ ଯୋଗାଯୋଗ କରିଥିଲେ । ସେପଟେ ବର୍ଷାର (Heavy Rain) ପ୍ରକୋପ କମିବାରୁ ଜଳ ସ୍ତର ମଧ୍ୟ କମିବାରେ ଲାଗିଛି । ସେହିପରି ଲୋକମାନେ କ୍ଷତିଗ୍ରସ୍ତ ହୋଇଥିବା ନିଜ ନିଜର ଘର ଓ ଦୋକାନ ବଜାର ସଜାଡ଼ିବାରେ ଲାଗିପଡ଼ିଛନ୍ତି ।

Also Read: US ବିମାନ ଆକ୍ରମଣରେ ଥରହର Afghan; ମାଟିରେ ମିଶିଗଲା Taliban Terror Camp

ଏହାରି ଭିତରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଚିପଲୁଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୧ ରୋଗୀଙ୍କ ମଧ୍ୟରୁ ୧୧ ରୋଗୀଙ୍କର ଅତ୍ୟନ୍ତ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ଯେଉଁଥିପାଇଁ ଜିଲ୍ଲା ପ୍ରଶାସନ ଉପରେ ଏବେ ଚଡ଼କ ପଡ଼ିଛି । ଜିଲ୍ଲା ପ୍ରଶାସନ (District Administration) ର ଅଧିକାରୀଙ୍କ କହିବା କଥା, ହସ୍ପିଟାଲରେ ଫସିରହିଥିବା ଅନ୍ୟ ରୋଗୀଙ୍କୁ ଯଥାଶୀଘ୍ର ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ।

Also Read: Tokyo Olympics: ରଙ୍ଗାରଙ୍ଗ ଆତସବାଜୀରେ ଆରମ୍ଭ ହେଲା ମହାକୁମ୍ଭ

ସେହିପରି ମହାରାଷ୍ଟ୍ର  (Maharashtra) ର କୋଲ୍ହାପୁରରେ ଚଳିତବର୍ଷର ବର୍ଷା ୨୦୧୯ ର ସବୁ ରେକର୍ଡ ଭାଙ୍ଗି ଦେଇଛି । ରାଜ୍ୟ ମନ୍ତ୍ରୀଙ୍କ କହିବା କଥା, କୋଲ୍ହାପୁରରେ ୪୫ ରୁ ୫୦ ଜଣଙ୍କ ମୃତ୍ୟୁର ଖବର ଆସିଛି । ଏହି ସଂଖ୍ୟା ପୁଣି ବଢିବାର ଆଶଙ୍କା କରାଯାଉଛି । ପରିସ୍ଥିତିକୁ ସମ୍ଭାଳିବା ସହ ଉଦ୍ଧାର କାର୍ଯ୍ୟରେ ସେନାର ସାହାଯ୍ୟ ନିଆଯାଇଛି । ଏହାସହିତ NDRFକୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ।