ନୂଆବର୍ଷ ଅବସରରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମନ୍ଦିରରେ ଏକତ୍ରିତ ହୋଇଥିଲେ। ଏହି ସମୟରେ କିଛି ଶ୍ରଦ୍ଧାଳୁଙ୍କୁ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଦେଖୁଦେଖୁ ଚାରିଆଡେ ଆତଙ୍କ ଖେଳିଗଲା ଫଳରେ ଦଳାଚକଟା ହୋଇଥିଲା।
Trending Photos
ଜାମ୍ମୁ: ୨୦୨୨ ବର୍ଷ ଆରମ୍ଭରୁ ଅଘଟଣ। ଶନିବାର ସକାଳେ ମାତା ବୈଷ୍ଣୋଦେବୀ ମନ୍ଦିରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଦଳାଚକଟାରେ ଦୁଇ ମହିଳା ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଊର୍ଦ୍ଧ୍ୱ ଆହତଙ୍କ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୂଆବର୍ଷ ଅବସରରେ ମାତାଙ୍କୁ ଦର୍ଶନ କରିବାକୁ ଆସିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ।
ମାତା ବୈଷ୍ଣୋଦେବୀ ମନ୍ଦିର ଦର୍ଶନ କରିବାକୁ ଆସିଥିବା ୧୨ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ସମସ୍ତ ଆହତଙ୍କୁ କାଟ୍ରା ଏବଂ କାକ୍ରାଲ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନକୁ ସାମୟିକ ଭାବେ ବନ୍ଦ କରାଯାଇଛି।
Also Read: ନୂଆବର୍ଷର ପ୍ରଥମ ଦିନରେ ଶନିଙ୍କ କୋପ ଦୃଷ୍ଟି! ଏହି ୫ ରାଶି ଉପରେ ପଡିପାରେ ପ୍ରଭାବ
ମିଳିଥିବା ସୂଚନା ଅନୁସାରେ, ନୂଆବର୍ଷ ଅବସରରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମନ୍ଦିରରେ ଏକତ୍ରିତ ହୋଇଥିଲେ। ଏହି ସମୟରେ କିଛି ଶ୍ରଦ୍ଧାଳୁଙ୍କୁ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଦେଖୁଦେଖୁ ଚାରିଆଡେ ଆତଙ୍କ ଖେଳିଗଲା ଫଳରେ ଦଳାଚକଟା ହୋଇଥିଲା। ଏଥିରେ ପ୍ରଥମେ ୭ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୨କୁ ପହଞ୍ଚିଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ପ୍ରତିବର୍ଷ ହଜାର ହଜାର ଭକ୍ତ ନୂତନ ବର୍ଷ ଅବସରରେ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରରେ ଏକତ୍ରୀତ ହୁଅନ୍ତି। ବହୁ ସଂଖ୍ୟାରେ ଭକ୍ତଙ୍କ ଆସୁଥିବାରୁ ସେମାନଙ୍କ ସୁବିଧା ପାଇଁ ବିଶେଷ ଯତ୍ନ ନିଆଯାଏ, କିନ୍ତୁ ଶନିବାର ସକାଳେ ଘଟିଥିବା ଏହି ଦଳାଚକଟା ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ। କୁହାଯାଉଛି ଯେ, ବହୁ ସଂଖ୍ୟାରେ ଜନସମାଗମ ହେତୁ ମନ୍ଦିର ପ୍ରାଙ୍ଗଣରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
Also Read: ଇଶ୍ୱରଙ୍କୁ ନେଇ ଟଣାଓଟରା; ଚର୍ଚ୍ଚ ସମ୍ମୁଖରେ ମହିଳାଙ୍କ ଅହୋରାତ୍ର ଧାରଣା
ସେପଟେ ମାତା ବୈଷ୍ଣୋଦେବୀ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିବା ସହ ପୀଡିତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ପ୍ରତି ମୃତକଙ୍କ ପରିବାରକୁ PMNRFରୁ ଦୁଇ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦,୦୦୦ ଲେଖାଏ ଟଙ୍କା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଅନ୍ୟପଟେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଲେଖାଏ ଦିଆଯିବ ବୋଲି ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି।