CJI takes oath: ଦେଶର ୫୦ତମ CJI ଚନ୍ଦ୍ରଚୂଡଙ୍କ ଅବସର ପୂର୍ବରୁ ଖାଲି ହୋଇଯିବ ସୁପ୍ରିମକୋର୍ଟ!
Advertisement
Article Detail0/zeeodisha/odisha1432716

CJI takes oath: ଦେଶର ୫୦ତମ CJI ଚନ୍ଦ୍ରଚୂଡଙ୍କ ଅବସର ପୂର୍ବରୁ ଖାଲି ହୋଇଯିବ ସୁପ୍ରିମକୋର୍ଟ!

CJI  DY Chandrachud Takes Oath:  ୫୦ତମ ମୁଖ୍ୟ ବିଚାରପତିଙ୍କ ଅବସର ପୂର୍ବରୁ ସୁପ୍ରିମକୋର୍ଟର ପ୍ରାୟ ଅଧା ବିଚାରପତି ଅବସର ନେଇଥିବେ। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ୨୦୧୬ ମେ ୧୩ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୫୦ତମ ମୁଖ୍ୟ ବିଚାରପତି ୨୪ ମାସ ଦାୟିତ୍ୱରେ ରହିବେ।

CJI takes oath: ଦେଶର ୫୦ତମ CJI ଚନ୍ଦ୍ରଚୂଡଙ୍କ ଅବସର ପୂର୍ବରୁ ଖାଲି ହୋଇଯିବ ସୁପ୍ରିମକୋର୍ଟ!

CJI  DY Chandrachud Takes Oath, ନୂଆଦିଲ୍ଲୀ: ଦେଶକୁ ୫୦ତମ ମୁଖ୍ୟ ବିଚାରପତି ମିଳିଛନ୍ତି। ବୁଧବାର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କୁ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ ୟୁୟୁ ଲଳିତଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡ, CJI ପଦବୀରେ ରହିବେ। ୫୦ତମ ମୁଖ୍ୟ ବିଚାରପତିଙ୍କ ଅବସର ପୂର୍ବରୁ ସୁପ୍ରିମକୋର୍ଟର ପ୍ରାୟ ଅଧା ବିଚାରପତି ଅବସର ନେଇଥିବେ। ୭୪ ଦିନର କାର୍ଯ୍ୟକାଳ ସରିବା ପରେ ମଙ୍ଗଳବାର CJI ପଦରୁ ଜଷ୍ଟିସ ୟୁୟୁ ଲଳିତ ଅବସର ନେଇଛନ୍ତି। ତେବେ ତାଙ୍କ କାର୍ଯ୍ୟକାଳରର ଶେଷ ଦିନରେ ସୁପ୍ରିମକୋର୍ଟ ଛୁଟି ଥିବାରୁ ପୂର୍ବ ଦିନ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। 

ପିତାଙ୍କ ଶପଥ ପାଠର ୪୪ ବର୍ଷ ପରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ CJI ଭାବେ ନିଯୁକ୍ତ ହୋଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ ହେଉଛନ୍ତି ସ୍ୱର୍ଗତ ଜଷ୍ଟିସ ୱାଭି ଚନ୍ଦ୍ରଚୂଡଙ୍କ ପୁଅ। ବାପା-ପୁଅ ଉଭୟ ମୁଖ୍ୟବିଚାରପତି ହେବାର ଏହା ହେଉଛି ଭାରତର ପ୍ରଥମ ଘଟଣା। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ୨୦୧୬ ମେ ୧୩ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହାରି ଭିତରେ ସେ ଅନେକ ସାମ୍ୱିଧାନୀକ ଖଣ୍ଡପୀଠର ସଦସ୍ୟ ହୋଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଐତିହାସିକ ରାୟ ମଧ୍ୟରେ ଅଯୋଦ୍ଧା ବିବାଦ ଓ ବ୍ୟକ୍ତିଗତ ଗୋପନୀୟତାର ଅଧିକାର, ସାବରୀମାଲା ବିବାଦ, ଧାରା ୩୭୭ ଓ ଆଧାରକାର୍ଡର ବୈଧତା ଅନ୍ୟତମ। 

Also Read: Illegal mining case: ଖୋଳ କରିଦେଲେ କାଳିଆ ସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ଗଣିବ ୧୨ କୋଟି

ସ୍ୱର୍ଗତ ଜଷ୍ଟିସ ୱାଭି ଚନ୍ଦ୍ରଚୂଡ ହେଉଛନ୍ତି ଭାରତର ଦୀର୍ଘକାଳୀନ ମୁଖ୍ୟ ବିଚାରପତି। ସେ ୮୮.୬୩ ମାସ ଅର୍ଥାତ ୭ ବର୍ଷ ତିନି ମାସ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ। ଜଷ୍ଟିସ କେଏନ ସିଂହ ସବୁଠୁ କମ ୧୭ ଦିନ ପାଇଁ ସିଜେଆଇ ଭାବେ ନିଯୁକ୍ତ ହୋଇଥିଲେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ହାରାହାରି ବୟସ ଦେଢ ବର୍ଷ। ୫୦ତମ ମୁଖ୍ୟ ବିଚାରପତି ୨୪ ମାସ ଦାୟିତ୍ୱରେ ରହିବେ। ତେବେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ସୁପ୍ରିମକୋର୍ଟରେ ଥିବା ୧୨ ବରିଷ୍ଠ ବିଚାରପତି ଅବସର ନେବେ। 

ସୁପ୍ରିମକୋର୍ଟର ମୋଟ ଅନୁମୋଦିତ ଜଷ୍ଟିସ ସଂଖ୍ୟା ୩୪ (ମୁଖ୍ୟ ବିଚାରପତିଙ୍କ ସମେତ) ରହିଛି। କିନ୍ତୁ ଜଷ୍ଟିସ ୟୁୟୁ ଲଳିତଙ୍କ ଅବସର ପୂର୍ବରୁ ଏହା ୨୮ ଥିଲା, ଯାହା ବର୍ତ୍ତମାନ ୨୭କୁ ଖସି ଆସିଛି। ଭାରତର ସର୍ବୋଚ୍ଚ ଅଦାଲତରେ ମାତ୍ର ତିନି ଜଣ ମହିଳା ବିଚାରପତି ଅଛନ୍ତି। ଯଦି ଆଗକୁ ନୂଆ ବିଚାରପତି ନିଯୁକ୍ତ ନ ହୁଅନ୍ତି ତେବେ ଦେଶରେ ନ୍ୟାୟିକ ସଙ୍କଟ ଦେଖାଦେବାର ସମ୍ଭାବନା ଅଛି। କାରଣ ନୂଆବର୍ଷ ଆରମ୍ଭରୁ ବରିଷ୍ଠ ବିଚାରପତିମାନଙ୍କ ଅବସର ଆରମ୍ଭ ହୋଇଯିବ। 

Also Read: Bombing in Puri: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଶ୍ରୀମନ୍ଦିର ନିକଟରେ ଫୁଟିଲା ବୋମା, ଜଟିଆ ମହାନ୍ତି ଗିରଫ

CJI ଚନ୍ଦ୍ରଚୂଡଙ୍କ ପୂର୍ବରୁ କେବେ, କିଏ ନେବେ ଅବସର?

  • ୦୪ ଜାନୁଆରୀ ୨୦୨୩:   Justice S. Abdul Nazeer
  • ୧୪ ମେ ୨୦୨୩: Justice Dinesh Maheshwari
  • ୧୫ ମେ ୨୦୨୩: Justice Mukeshkumar Rasikbhai Shah
  • ୧୬ ଜୁନ ୨୦୨୩: Justice K.M. Joseph
  • ୧୭ ଜୁନ ୨୦୨୩: Justice Ajay Rastogi
  • ୨୯ ଜୁନ ୨୦୨୩: Justice V. Ramasubramanian
  • ୦୮ ଜୁଲାଇ ୨୦୨୩: Justice Krishna Murari
  • ୨୦ ଅକ୍ଟୋବର ୨୦୨୩: Justice S. Ravindra Bhat
  • ୨୫ ଡିସେମ୍ବର ୨୦୨୩: Justice Sanjay Kishan Kaul
  • ୧୦ ଏପ୍ରିଲ ୨୦୨୪: Justice Aniruddha Bose
  • ୧୯ ମେ ୨୦୨୪: Justice Ajjikuttira Somaiah Bopanna
  • ୦୧ ସେପ୍ଟେମ୍ବର ୨୦୨୪: Justice Hima Kohli