କର୍ଣ୍ଣାଟକ ବିଜେପିରେ ଫାଟ, ବିଦ୍ରୋହୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଦିଲ୍ଲୀ ଦର୍ଶନ
Advertisement

କର୍ଣ୍ଣାଟକ ବିଜେପିରେ ଫାଟ, ବିଦ୍ରୋହୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଦିଲ୍ଲୀ ଦର୍ଶନ

ଅନେକ ନେତା ମନ୍ତ୍ରୀ ପଦ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ଶେଷରେ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ଯାହାକୁ ନେଇ ଏବେ ରାଜ୍ୟରେ ବିଜେପି ବିଧାୟକ (Karnataka MLA) ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି।

ବିଦ୍ରୋହୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଦିଲ୍ଲୀ ଦର୍ଶନ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପି ସରକାରରେ ଆରମ୍ଭ ହୋଇଯାଇଛି ବିଦ୍ରୋହ। ୟେଦୁରପ୍ପାଙ୍କ କ୍ୟାବିନେଟ୍ ସଂପ୍ରସାରଣ ପରେ ଦଳରେ ଦେଖା ଦେଇଛି ଫାଟ। ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଅସନ୍ତୁଷ୍ଟ ଦଳିୟ ନେତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେପଟେ ସେମାନଙ୍କୁ ଦିଲ୍ଲୀ ହାଇକମାଣ୍ଡର ଦ୍ୱାରସ୍ଥ ହେବାକୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ପରାମର୍ଶ ଦେଇଛନ୍ତି।

ଗତ ବୁଧବାର କର୍ଣ୍ଣାଟକ କ୍ୟାବିନେଟ (Karnataka cabinet) ର ସମ୍ପ୍ରସାରଣ ହୋଇଛି। ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା (BS Yediyurappa) ଙ୍କ ଟିମରେ ଆଉ ୭ ମନ୍ତ୍ରୀ ସାମିଲ ହୋଇଛନ୍ତି। ଅନେକ ନେତା ମନ୍ତ୍ରୀ ପଦ ପାଇବା ନେଇ ଆଶା ରଖିଥିଲେ। କିନ୍ତୁ ଶେଷରେ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି। ଯାହାକୁ ନେଇ ଏବେ ରାଜ୍ୟରେ ବିଜେପି ବିଧାୟକ (Karnataka MLA) ଓ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଛନ୍ତି।

Also Read: ମଧ୍ୟପ୍ରଦେଶ ବିଜେପିରେ ବିଦ୍ରୋହ! 'କଂଗ୍ରେସ ସମ୍ପର୍କରେ ଅଛନ୍ତି ୩୫ ବିଧାୟକ'

ବିଧାୟକ ବନସଗୌଡା ୟାତନାଲ କହିଛନ୍ତି ଯେ, ଅନେକ ଆଶାୟୀ ବିଧାୟକ ବିଗତ ୧୭ ମାସରୁ ସରକାରରେ ଅଛନ୍ତି। କିନ୍ତୁ ସେମାନଙ୍କୁ କ୍ୟାବିନେଟରେ ସାମିଲ କରାଗଲା ନାହିଁ। ଯେଉଁମାନେ ସିଡି ବ୍ଲାକମେଲ (CD blackmailer) କଲେ ଏବଂ କୋଟିକୋଟି ଟଙ୍କା ଦେଲେ ସେମାନଙ୍କୁ ମନ୍ତ୍ରୀ କରାଗଲା। ପ୍ରଧାନମନ୍ତ୍ରୀ ମୋଦି (PM Modi) ଏଥିରେ ହସ୍ତକ୍ଷେପ କରି ସମ୍ଭ୍ରାନ୍ତବାଦର ବିନାସ କରନ୍ତୁ ବୋଲି ଦାବି କରିଛନ୍ତି। ବିଏସ୍ ୟେଦୁରପ୍ପାଙ୍କ ନୂଆ ଟିମରେ ତାଙ୍କ ପୁଅ ବିଜେୟନ୍ଦ୍ର ମଧ୍ୟ ସାମିଲ ଅଛନ୍ତି। ଅନ୍ୟ ଜଣେ ପୁଅ ରାଘବେନ୍ଦ୍ର ସାଂସଦ ଅଛନ୍ତି।

ସେପଟେ ଏହି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, "କ୍ୟାବିନେଟ ସଂପ୍ରସାରଣରେ ଯେଉଁମାନଙ୍କର ଆପତ୍ତି ଅଛି, ସେମାନେ ଦୀଲ୍ଲି ହାଇକମାଣ୍ଡରେ ଅଭିଯୋଗ କରନ୍ତୁ।" ମୁଖ୍ୟମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ପରେ ତାଙ୍କ ରାଜନୈତିକ ସେକ୍ରେଟାରୀ ରାଜ୍ୟର ସ୍ଥିତି ନେଇ ଦିଲ୍ଲୀ ଅଫିସକୁ ସୂଚନା ଦେଇଛନ୍ତି। ତେବେ ଏବାବଦରେ ହାଇକମାଣ୍ଡ କୌଣସି ଷ୍ଟେଟମେଣ୍ଟ ଦେଇନାହିଁ।

Also Read: ଛାମୁଙ୍କ ବିଚିତ୍ର କୋଭିଡ୍ ନିୟମ

ଲଗାତାର ବିଜେପି ସାଶିତ ରାଜ୍ୟରେ ଦଳ ମଧ୍ୟରେ ଫାଟ ଦେଖାଯାଉଛି। ଯାହାକୁ ନେଇ ଦିଲ୍ଲୀରେ ଟେନସନ ବଢୁଛି। ନିକଟରେ ମଧ୍ୟପ୍ରଦେଳ ବିଜେପି ସରକାରରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଚାଲିଥିଲା। ଦଳର ୩୫ ଜଣ ବିଧାୟକ  କଂଗ୍ରେସ ସହ ଯୋଗାଯୋଗ କରୁଛନ୍ତି ବୋଲି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂ ବର୍ମା (Sajjan Singh Verma) ଇସାରା ଇସାରାରେ କହିଥିଲେ। ଆଉ ଏହାର କାରଣ ଥିଲା ଚତୁର୍ଥ କ୍ୟାବିନେଟ ସମ୍ପ୍ରସାରଣରେ ଶିବରାଜ ସରକାରରେ ସ୍ଥାନ ପାଇ ନ ଥିବାରୁ ଅନେକ ନେତାଙ୍କ ଅସନ୍ତୁଷ୍ଟି। 

ରାଜସ୍ଥାନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ (Vasundhara Raje) ଙ୍କୁ ଅଣଦେଖା କରାଯିବାରୁ ଅସନ୍ତୁଷ୍ଟ ସମର୍ଥକମାନେ ବର୍ତ୍ତମାନ ରାଜସ୍ଥାନରେ ବିଜେପି (BJP) ରୁ ଅଲଗା ନିଜର ନୂଆ ରାଜନୈତିକ ମଞ୍ଚ ଗଠନ କରିଛନ୍ତି। ବସୁନ୍ଧରା ସମର୍ଥକମାନେ ଏହି ପ୍ଲାଟଫର୍ମର ନାଁ 'ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ' ରଖିଛନ୍ତି। ଏହା ବ୍ୟତୀତ ଯୁବ ସଂଗଠନ ଏବଂ ମହିଳା ସଂଗଠନ ମଧ୍ୟ ପ୍ରସ୍ତୁତ କରାଯାଉଛି। ନିଜ ଦଳ ମଧ୍ୟରେ ଏତେ କଳହ ରହିଥିବା ବେଳେ ଦଳ ସେପଟେ ବଙ୍ଗ ଦଖଲ ପାଇଁ ଅଭିଯାନ ଆରମ୍ଭ କରିଛି।